Corona
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନାରେ ରାଜ୍ୟରେ ଆଉ ୨୨ ଜଣଙ୍କର ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୩୩୫କୁ ବୃଦ୍ଧି ପାଇଛି।
ଏହି ୨୨ ମୃତକଙ୍କ ମଧ୍ୟରୁ ୬ଟି ଜିଲ୍ଲାରୁ ୩ ଜଣ ଲେଖାଏଁ ଅଛନ୍ତି। ବୌଦ୍ଧ, ଖୋର୍ଦ୍ଧା, କୋରାପୁଟ, ନୂଆପଡ଼ା, ରାୟଗଡ଼ା ଓ ସୁନ୍ଦରଗଡ଼ରୁ ୩ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି। ଅନୁଗୋଳ ଜିଲ୍ଲାରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗଜପତି ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି।
ଆଉ ୩ ଜଣଙ୍କ ମୃତ୍ୟୁ ସହିତ ଖୋର୍ଦ୍ଧା ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୧୧କୁ ବୃଦ୍ଧି ପାଇଛି। ବୌଦ୍ଧ ଜିଲ୍ଲାରେ ଏଯାବତ ୨୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କୋରାପୁଟରେ ୨୪, ନୂଆପଡ଼ାରେ ୪୩, ରାୟଗଡ଼ାରେ ୮୮ ଓ ସୁନ୍ଦରଗଡ଼ରେ ୨୨୬କୁ ବୃଦ୍ଧି ପାଇଛି। ସେହିପରି ଅନୁଗୋଳ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୪କୁ ବୃଦ୍ଧି ପାଇଥିବା ବେଳେ ଗଜପତିରେ ୪୨ ଓ ପୁରୀରେ ୧୪୩କୁ ବୃଦ୍ଧି ପାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/01/corona-7.jpg)