Advertisment

ଓଡ଼ିଶାରେ ଆଉ ୨୪ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାରା ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଓଡ଼ିଶାରେ ମଧ୍ୟ କରୋନାର ଏହି ନୂଆ ଭାରିଏଣ୍ଟ ଲଗାତର ବୃଦ୍ଧି ପାଉଛି। ବୁଧବାର ଓଡ଼ିଶାରୁ ଆଉ ୨୪ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍‌ସେସ୍‌ (ଆଇଏଲ୍‌ଏସ୍) ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗକୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୬୧ରେ ପହଞ୍ଚିଛି। ଏହା ପୂର୍ବରୁ ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୭ […]

ଅଦ୍ୟତନ ହୋଇଛି
ଓଡ଼ିଶାରେ ଆଉ ୨୪ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ

Omicron

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାରା ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଓଡ଼ିଶାରେ ମଧ୍ୟ କରୋନାର ଏହି ନୂଆ ଭାରିଏଣ୍ଟ ଲଗାତର ବୃଦ୍ଧି ପାଉଛି। ବୁଧବାର ଓଡ଼ିଶାରୁ ଆଉ ୨୪ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍‌ସେସ୍‌ (ଆଇଏଲ୍‌ଏସ୍) ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗକୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୬୧ରେ ପହଞ୍ଚିଛି। ଏହା ପୂର୍ବରୁ ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୭ ଥିଲା।

Advertisment

ଏଥିମଧ୍ୟରୁ ୫ ଜଣଙ୍କ ବିଦେଶ ଲିଙ୍କ୍ ରହିଥିବା ଜଣାପଡ଼ିଛି। ସେହିପରି ବାକି ୧୯ ଜଣ ସ୍ଥାନୀୟ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ମୋଟ ୨୧୮ ସାମ୍ପଲର ଜିନମ ସିକ୍ୱେନସିଂ କରାଯାଇଥିଲା। ୨୧୮ ସାମ୍ପଲରୁ ୨୪ଟି ଓମିକ୍ରନ୍ ଭାରିଏଣ୍ଟ ଥିବା ସୂଚନା ମିଳିଛି।

ରାଜ୍ୟରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ମାତ୍ରାଧିକ ବଢ଼ିଛି। ଗତକାଲି ପାଖାପାଖି ୬୦୦ରୁ ଅଧିକ ଆକ୍ରାନ୍ତି ଚିହ୍ନଟ ହୋଇଥିବା ଆଜି ଏହା ଏକାଥରକେ ୧୨୧୬ରେ ପହଞ୍ଚିଯାଇଛି। ଗୋଟିଏ ପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଅନ୍ୟ ପଟେ ଓମିକ୍ରନ ମଧ୍ୟ ଲଗାତରେ ବଢ଼ିବାରେ ଲାଗିଛି।

Advertisment

ଓଡ଼ିଶାରେ ମଧ୍ୟ ଆଗାମୀ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି। ତେବେ ଲଗାତର ଆକ୍ରାନ୍ତଙ୍କ ସଂଖା ବଢ଼ୁଥିବାରୁ ଏହାକୁ ବିଶେଷଜ୍ଞ ମାନେ ତୃତୀୟ ଲହର ବୋଲି କହିଛନ୍ତି। ଓମିକ୍ରନ ଡେଲ୍ଟା ଠାରୁ ତିନି-ଚାରି ଗୁଣା ଅଧିକ। ତେଣୁ ଏଥିରେ ଅଧିକ ଲୋକ ସଂକ୍ରମଣ ହେବାର ସମ୍ଭାବନା ରହିଛି। କିନ୍ତୁ ଆଶ୍ୱସ୍ତିକର କଥା ହେଉଛି ଓମିକ୍ରନରେ ଆକ୍ରାନ୍ତ ବେଶୀ ଗୁରୁତର ହେଉନାହାନ୍ତି।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ଦିନକରେ ୧୨୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ରାଜ୍ୟରେ ୨ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି। ୧୨୧୬ ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୭୧୦ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ହେଉଛି ୫୦୬।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe