ରାଜ୍ୟରେ କରୋନାରେ ଗଲା ଆଉ ୨୫ ଜୀବନ, ୨୪ ଶହ ଅତିକ୍ରମ କଲା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନାରେ ରାଜ୍ୟରେ ଆଉ ୨୫ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୪୦୫କୁ ବୃଦ୍ଧି ପାଇଛି। କଳାହାଣ୍ଡି ଓ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଅନୁଗୋଳ ଜିଲ୍ଲାରୁ ୩ ଜଣ ପ୍ରାଣ ହରାଇଥିବା ବେଳେ ଗଞ୍ଜାମ, ରାୟଗଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨ ଜଣ ଲେଖାଏଁ […]

corona

Jitendra Garnayak
  • Published: Thursday, 20 May 2021
  • , Updated: 20 May 2021, 09:30 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନାରେ ରାଜ୍ୟରେ ଆଉ ୨୫ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୪୦୫କୁ ବୃଦ୍ଧି ପାଇଛି।

କଳାହାଣ୍ଡି ଓ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଅନୁଗୋଳ ଜିଲ୍ଲାରୁ ୩ ଜଣ ପ୍ରାଣ ହରାଇଥିବା ବେଳେ ଗଞ୍ଜାମ, ରାୟଗଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସେହିଭଳି ବାଲେଶ୍ୱର, ବରଗଡ଼, ବଲାଙ୍ଗିର, ବୌଦ୍ଧ, କଟକ, ଢେଙ୍କାନାଳ, କେନ୍ଦୁଝର ଓ ପୁରୀରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ଆଉ ୪ ଜଣ ଲେଖାଏଁଙ୍କ ଜୀବନ ଯିବା ପରେ କଳାହାଣ୍ଡି ଓ ଖୋର୍ଦ୍ଧା ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଯଥାକ୍ରମେ ୭୬ ଓ ୪୨୦କୁ ବୃଦ୍ଧି ପାଇଛି। ସେହିପରି ଆଉ ୩ ଜଣଙ୍କ ମୃତ୍ୟୁ ସହିତ ଅନୁଗୋଳରେ ଏହି ସଂଖ୍ୟା ୬୭ ହୋଇଛି।

ଗଞ୍ଜାମ ଜିଲ୍ଲାରେ ଏଯାବତ୍ ୨୬୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ରାୟଗଡ଼ାରେ ୯୨ ଓ ସୁନ୍ଦରଗଡ଼ରେ ୨୩୩ରେ ପହଞ୍ଚିଛି ଏହି ସଂଖ୍ୟା।

ବାଲେଶ୍ୱର ଜିଲ୍ଲାରେ କରୋନାରେ ୧୦୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବରଗଡ଼ରେ ୪୭, ବଲାଙ୍ଗିରରେ ୫୮, ବୌଦ୍ଧରେ ୨୮, କଟକରେ ୧୫୩, ଢେଙ୍କାନାଳରେ ୩୪, କେନ୍ଦୁଝରରେ ୪୮ ଓ ପୁରୀରେ ୧୪୫ ଜଣ ପ୍ରାଣ ହରାଇ ସାରିଲେଣି।

ଏଯାବତ୍ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୪୨୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ତା’ ତଳକୁ ଯଥାକ୍ରେମ ଅଛନ୍ତି ଗଞ୍ଜାମ (୨୬୯), ସୁନ୍ଦରଗଡ଼ (୨୩୩), କଟକ (୧୫୩) ଓ ପୁରୀ (୧୪୫)।

ସୂଚନାଯୋଗ୍ୟ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୧,୪୯୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Related story