Advertisment

କଟକ ସହରରୁ ୪ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲାରୁ ଆଉ ୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ କଟକ ମହାନଗର ନିଗମ (ସିଏମ୍‌ସି) ଅଞ୍ଚଳର ୪ ଜଣ ଅଛନ୍ତି। ସିଏମ୍‌ସି ପକ୍ଷରୁ ଟ୍ୱିଟ୍ କରି ଏ ସଂପର୍କରେ ସୂଚନା ଦିଆଯାଇଛି। ଏହି ୪ ଜଣଙ୍କ ମଧ୍ୟରୁ ୨ ଜଣ ସରକାରୀ କ୍ୱାରେଣ୍ଟାଇନ୍‌ରେ ଥିଲେ ଓ ଜଣେ ହୋମ୍ କ୍ୱାରେଣ୍ଟାଇନ୍‌ରେ ଥିଲେ। ଆଉ ଗୋଟିଏ ଲୋକାଲ୍ କଣ୍ଟାକ୍ଟ କେସ୍‌। ଏହି ଆକ୍ରାନ୍ତଙ୍କ ମଧ୍ୟରେ କେବଳ ଜଣେ ମହିଳା […]

ଅଦ୍ୟତନ ହୋଇଛି
କଟକ ସହରରୁ ୪ କରୋନା ପଜିଟିଭ୍ ଚିହ୍ନଟ

corona-3.4

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲାରୁ ଆଉ ୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ କଟକ ମହାନଗର ନିଗମ (ସିଏମ୍‌ସି) ଅଞ୍ଚଳର ୪ ଜଣ ଅଛନ୍ତି। ସିଏମ୍‌ସି ପକ୍ଷରୁ ଟ୍ୱିଟ୍ କରି ଏ ସଂପର୍କରେ ସୂଚନା ଦିଆଯାଇଛି।

Advertisment

ଏହି ୪ ଜଣଙ୍କ ମଧ୍ୟରୁ ୨ ଜଣ ସରକାରୀ କ୍ୱାରେଣ୍ଟାଇନ୍‌ରେ ଥିଲେ ଓ ଜଣେ ହୋମ୍ କ୍ୱାରେଣ୍ଟାଇନ୍‌ରେ ଥିଲେ। ଆଉ ଗୋଟିଏ ଲୋକାଲ୍ କଣ୍ଟାକ୍ଟ କେସ୍‌। ଏହି ଆକ୍ରାନ୍ତଙ୍କ ମଧ୍ୟରେ କେବଳ ଜଣେ ମହିଳା ଅଛନ୍ତି।

ଯେଉଁ ୨ ଜଣ ସରକାରୀ କ୍ୱାରେଣ୍ଟାଇନ୍‌ରେ ଥିଲେ ସେମାନେ ଯଥାକ୍ରମେ ୭୨ ବର୍ଷର ବୃଦ୍ଧ ଓ ୩୨ ବର୍ଷ ଯୁବକ। ସେମାନେ ଏସ୍‌ସିବିର ଆଇସୋଲେସନ୍ ୱାର୍ଡରେ ଥିଲେ। ସେହିପରି ଯିଏ ହୋମ୍‌ କ୍ୱାରେଣ୍ଟାଇନ୍ ଥିଲେ ସେ ଆଚାର୍ଯ୍ୟ ହରିହର କ୍ୟାନସର ହସ୍‌ପିଟାଲ୍‌ର ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ଲୋକାଲ୍ କେସ୍‌ଟି ମଙ୍ଗଳାବାଗ୍ ବାସୁଳି ସାହିର।

Advertisment

Coronavirus Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe