/odisha-reporter/media/post_attachments/uploads/2020/09/corona-6.jpg)
corona
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆରୋଗ୍ୟ ହେଲେ ୪୦୫ କରୋନା ଆକ୍ରାନ୍ତ। ଏମାନଙ୍କୁ ମିଶାଇ ଆଜି ସୁଦ୍ଧି ୩୧୮୬୮୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।
Advertisment
https://twitter.com/HFWOdisha/status/1337760726002192385?s=20
ଆଜି ଆରୋଗ୍ୟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ସୁନ୍ଦରଗଡ଼ରୁ ସର୍ବାଧିକ ୫୫ ଜଣ ଅଛନ୍ତି। ସେହିପରି ଖୋର୍ଦ୍ଧାରୁ ୫୨, ଅନୁଗୋଳରୁ ୩୪, କଟକରୁ ୨୯, ବଲାଙ୍ଗିରରୁ ୨୭, ବରଗଡ଼ରୁ ୨୩, ଯାଜପୁରରୁ ୨୧, ପୁରୀରୁ ୧୯, ମୟୂରଭଞ୍ଜରୁ ୧୭, ଜଗତସିଂହପୁରରୁ ୧୪, ଝାରସୁଗୁଡ଼ାରୁ ୧୨, ଦେବଗଡ଼ରୁ ୧୧, ବଲେଶ୍ୱରରୁ ୯, କେନ୍ଦ୍ରାପଡ଼ାରୁ ୯, ନୂଆପଡ଼ାରୁ ୯, ଭଦ୍ରକରୁ ୮, କଳାହାଣ୍ଡିରୁ ୮, ସମ୍ୱଲପୁରରୁ ୮, କେନ୍ଦୁଝରରୁ ୬, ନୟାଗଡ଼ରୁ ୬, ନୟାଗଡ଼ରୁ ୪, କୋରାପୁଟରୁ ୩, ମାଲକାନଗିରିରୁ ୩, ନବରଙ୍ଗପୁରରୁ ୩, ଢ଼େଙ୍କାନାଳରୁ ୧, ରାୟଗଡ଼ାରୁ ଜଣେ, ସୋନପୁରରୁ ଜଣେ ଓ ଷ୍ଟେଟ୍ପୁଲରୁ ୧୨ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
