corona1
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୭୬ରେ ପହଞ୍ଚିଛି।
୪୮ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୨ ଜଣ କନ୍ଧମାଳ ଜିଲ୍ଲାର ଅଛନ୍ତି। ଏହା ସହିତ କନ୍ଧମାଳ ଜିଲ୍ଲାକୁ ଛୁଇଁଛି କରୋନା। ସେହିପରି ରାଜ୍ୟର ୨୩ ଜିଲ୍ଲାରେ ପହଞ୍ଚିଛି ଏହି ଭାଇରସ୍।
ସେହିପରି ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଯାଜପୁରର ୧୬ ଜଣ, ଗଞ୍ଜାମର ୧୫, ପୁରୀର ୪, କେନ୍ଦ୍ରାପଡ଼ାର ୩, ନୟାଗଡ଼ର ୩
ବଲାଙ୍ଗିରର ୨ ଜଣ ଥିବା ବେଳେ ବୌଦ୍ଧ, କଟକ ଓ ଖୋର୍ଦ୍ଧାର ଜଣେ ଲେଖାଏ ଅଛନ୍ତି। ୪୮ ଆକ୍ରାନ୍ତଙ୍କ ମଧ୍ୟରୁ ୪୭ ଜଣ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ଜଣେ ପୁରୀ ଜେଲ୍ରେ ଥିଲେ।
୧୫ଟି ନୂଆ କେସ୍ ସହିତ ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦୭ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୪୯ ଜଣ ସୁସ୍ଥ ହୋଇଥିବା ବେଳେ ୨୫୬ ଜଣ ଚିକିତ୍ସାଧୀନ ଅଛନ୍ତି ଓ ୨ ଜଣଙ୍କ ମୃତ୍ୟୁ ଘଟିଛି।
ପୁଣି ୧୬ ଜଣ ଆକ୍ରାନ୍ତ ହେବା ପରେ ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୭ ହୋଇଛି। ସେମାନଙ୍କ ମଧ୍ୟରୁ ୫୫ ଜଣ ସୁସ୍ଥ ହୋଇଥିବା ବେଳେ ୮୨ ଜଣ ଚିକିତ୍ସାଧୀନ ଅଛନ୍ତି।
ପୁରୀରେ ଆଉ ୩ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ମାତ୍ର ଜଣେ ସୁସ୍ଥ ହୋଇଛନ୍ତି।
କେନ୍ଦ୍ରାପଡ଼ାରେ ବି ଆହୁରି ୩ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଫଳରେ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ମାତ୍ର ୨ ଜଣ ସୁସ୍ଥ ହୋଇଛନ୍ତି। ନୟାଗଡ଼ରେ ୨ ନୂଆ କେସ୍ ସହିତ ଆକ୍ରାନ୍ତଙ୍କ ସଂଖ୍ୟା ୯ରେ ପହଞ୍ଚି ଯାଇଛି ଓ ସମସ୍ତେ ଚିକିତ୍ସାଧୀନ ଅଛନ୍ତି। ବଲାଙ୍ଗିରରେ ଆଉ ୨ ଆକ୍ରାନ୍ତଙ୍କ ସହିତ ଏହି ସଂଖ୍ୟା ୬ରେ ପହଞ୍ଚି ଯାଇଛି। ଏଠାରେ ବି କେହି ସୁସ୍ଥ ହୋଇନାହାନ୍ତି।
କନ୍ଧମାଳରେ ପ୍ରଥମ ଥର ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବୌଦ୍ଧ, କଟକ ଓ ଖୋର୍ଦ୍ଧାରେ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ସଂଖ୍ୟା ଯଥାକ୍ରମେ ୫, ୨୩ ଓ ୬୦ରେ ପହଞ୍ଚିଛି। ଖୋର୍ଦ୍ଧାର ୬୦ ଆକ୍ରାନ୍ତଙ୍କ ମଧ୍ୟରୁ ୪୫ ଜଣ ସୁସ୍ଥ ହୋଇସାରିଛନ୍ତି। କଟକରେ ୨ ଜଣ ସୁସ୍ଥ ହୋଇଥିବା ବେଳେ ବୌଦ୍ଧରେ ସମସ୍ତେ ଚିକିତ୍ସାଧୀନ ଅଛନ୍ତି।
ସୂଚନାଯୋଗ୍ୟ, ୮୭୬ ଆକ୍ରାନ୍ତଙ୍କ ମଧ୍ୟରୁ ୨୨୦ ଜଣ ସୁସ୍ଥ ହୋଇସାରିଥିବା ବେଳେ ୪ ଜଣଙ୍କ ମୃତ୍ୟୁ ଘଟିଛି। ୬୫୨ ଜଣ ଚିକିତ୍ସାଧୀନ ଅଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/05/5555.jpg)