Advertisment

ଭୁବନେଶ୍ୱରରେ ଆଉ ୬ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଆଉ ୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ସେମାନଙ୍କ ମଧ୍ୟରୁ ୩ ଜଣ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ଆଉ ୩ ଜଣ ଲୋକାଲ କଣ୍ଟାକ୍‌ କେସ୍‌ ବୋଲି ଜଣାପଡ଼ିଛି। ଏନେଇ ଟ୍ୱିଟ୍‌ କରି  ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ସୂଚନା ଦେଇଛି। ଏହି ଆକ୍ରାନ୍ତମାନେ ଡୁମ୍‌ଡୁମା, ନୂଆପଲ୍ଲୀ, ବାପୁଜୀ ନଗର, ଟଙ୍କପାଣି ରୋଡ୍‌ ଓ ଫରେଷ୍ଟ ପାର୍କ ଅଞ୍ଚଳର ହୋଇଥିବା ବେଳେ ଜଣେ ହେଉଛନ୍ତି ଏକ ଘରୋଇ ହସ୍‌ପିଟାଲ୍‌ର କର୍ମଚାରୀ। […]

author-image
Jyoshna Pradhan
ଅଦ୍ୟତନ ହୋଇଛି
ଭୁବନେଶ୍ୱରରେ ଆଉ ୬ ପଜିଟିଭ୍ ଚିହ୍ନଟ

CORONA-11

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଆଉ ୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ସେମାନଙ୍କ ମଧ୍ୟରୁ ୩ ଜଣ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ଆଉ ୩ ଜଣ ଲୋକାଲ କଣ୍ଟାକ୍‌ କେସ୍‌ ବୋଲି ଜଣାପଡ଼ିଛି। ଏନେଇ ଟ୍ୱିଟ୍‌ କରି  ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ସୂଚନା ଦେଇଛି।

Advertisment

ଏହି ଆକ୍ରାନ୍ତମାନେ ଡୁମ୍‌ଡୁମା, ନୂଆପଲ୍ଲୀ, ବାପୁଜୀ ନଗର, ଟଙ୍କପାଣି ରୋଡ୍‌ ଓ ଫରେଷ୍ଟ ପାର୍କ ଅଞ୍ଚଳର ହୋଇଥିବା ବେଳେ ଜଣେ ହେଉଛନ୍ତି ଏକ ଘରୋଇ ହସ୍‌ପିଟାଲ୍‌ର କର୍ମଚାରୀ।

ହୋମ୍ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ୩ ଆକ୍ରାନ୍ତ ହେଲେ ଡୁମୁଡୁମା, ନୟାପଲ୍ଲୀ ଓ ବାପୁଜୀ ନଗର ଅଞ୍ଚଳର। ଡୁମଡୁମା ଅଞ୍ଚଳର ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ବୟସ ୨୪ ବର୍ଷ। ତାଙ୍କର ଟ୍ରାଭେଲ୍ ହିଷ୍ଟ୍ରୀ ରହିଛି। ସେ ବେଙ୍ଗଲରରୁ ଫେରିଥିଲେ। ସେହିପରି ନୂଆପଲ୍ଲୀ ଅଞ୍ଚଳରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ବୟସ ୪୧ ବର୍ଷ। ସେ କୋଲକତାରୁ ଫେରିଥିଲେ। ବାପୁଜୀ ନଗରରୁ ଚିହ୍ନଟ ବ୍ୟକ୍ତିଙ୍କ ବୟସ ୩୮ ବର୍ଷ। ସେ ମଧ୍ୟ କୋଲକତାରୁ ଫେରିଥିଲେ।

Advertisment

୩ ଲୋକାଲ କେସ୍‌ରୁ ଏକ ଘରୋଇ ହସ୍ପିଟାଲର ଜଣେ ମହିଳା କର୍ମଚାରୀ ଅଛନ୍ତି। ତାଙ୍କ ବୟସ ୨୪ ବର୍ଷ। ଆଉ ଜଣେ ଟଙ୍କପାଣି ରୋଡ୍ ରାଜାରାଣୀ ମନ୍ଦିର ନିକଟର। ସେ ଜଣେ ପୁରୁଷ। ତାଙ୍କୁ ୫୫ ବର୍ଷ ହୋଇଛି। ଅନ୍ୟ ଜଣେ ଫରେଷ୍ଟପାର୍କ ଅଞ୍ଚଳର ୩୬ ବର୍ଷୀୟ ଯୁବକ।


ସୂଚନାଯୋଗ୍ୟ, ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯୨ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୬୫ ଜଣ ସୁସ୍ଥ ହୋଇସାରିଛନ୍ତି। ୧୨୨ ଜଣ ଚିକିତ୍ସାଧୀନ ଅଛନ୍ତି। ୪ ଜଣଙ୍କ ମୃତ୍ୟୁ ଘଟିଛି।