Advertisment

ବେଆଇନ ଲୋନ୍ ଆପ୍ ଜରିଆରେ ଠକେଇ ମାମଲା, ଆଉ ୨ ଗିରଫ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବେଆଇନ ଲୋନ୍ ଆପ୍ ଜରିଆରେ ହୋଇଥିବା ଠକେଇ ମାମଲାରେ ଆଉ ୨ ଗିରଫ ହୋଇଛନ୍ତି। ସେମାନଙ୍କୁ ଭୁବନେଶ୍ୱରରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲୁ (ଅର୍ଥନୈତିକ ଅପରାଧ ଶାଖା)। ଗିରଫ ଦୁଇ ଅଭିଯୁକ୍ତ ହେଲେ କର୍ଣ୍ଣାଟକ ଉଡ଼ୁପି ଜିଲ୍ଲାର ରକ୍ସିତ ଓ ସୁଶାନ୍ତ। ଉଭୟଙ୍କ ନାଁରେ ୩ଟି ଫ୍ରଡ୍ କମ୍ପାନୀ ଥିବା ସୂଚନା ମିଳିଛି। ସେଗୁଡ଼ିକ ହେଲା ମଡମେଟ ଟେକ୍ନୋଲୋଜିସ ପ୍ରାଇଭେଟ ଲିମିଟେଡ୍, ହେଲୋଟ୍ୟୁନ ଟେକ୍ନୋଲୋଜିସ୍ ପ୍ରାଇଭେଟ ଲିମିଟେଡ୍ ଓ ପିଙ୍କଲିଫ୍ ଆର୍ଯ୍ୟନକ କମ୍ୟୁନିକେସନସ୍ ପ୍ରାଇଭେଟ […]

ବେଆଇନ ଲୋନ୍ ଆପ୍ ଜରିଆରେ ଠକେଇ ମାମଲା, ଆଉ ୨ ଗିରଫ

lone

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବେଆଇନ ଲୋନ୍ ଆପ୍ ଜରିଆରେ ହୋଇଥିବା ଠକେଇ ମାମଲାରେ ଆଉ ୨ ଗିରଫ ହୋଇଛନ୍ତି। ସେମାନଙ୍କୁ ଭୁବନେଶ୍ୱରରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲୁ (ଅର୍ଥନୈତିକ ଅପରାଧ ଶାଖା)।

Advertisment

ଗିରଫ ଦୁଇ ଅଭିଯୁକ୍ତ ହେଲେ କର୍ଣ୍ଣାଟକ ଉଡ଼ୁପି ଜିଲ୍ଲାର ରକ୍ସିତ ଓ ସୁଶାନ୍ତ। ଉଭୟଙ୍କ ନାଁରେ ୩ଟି ଫ୍ରଡ୍ କମ୍ପାନୀ ଥିବା ସୂଚନା ମିଳିଛି। ସେଗୁଡ଼ିକ ହେଲା ମଡମେଟ ଟେକ୍ନୋଲୋଜିସ ପ୍ରାଇଭେଟ ଲିମିଟେଡ୍, ହେଲୋଟ୍ୟୁନ ଟେକ୍ନୋଲୋଜିସ୍ ପ୍ରାଇଭେଟ ଲିମିଟେଡ୍ ଓ ପିଙ୍କଲିଫ୍ ଆର୍ଯ୍ୟନକ କମ୍ୟୁନିକେସନସ୍ ପ୍ରାଇଭେଟ ଲିମିଟେଡ୍। ସେମାନେ କୋକୋ, ଜୋଜୋ ଏବଂ ଅନ୍ୟ ବହୁ ବେଆଇନ ଆପ୍‌ ଜରିଆରେ ଲୋନ୍‌ ଠକେଇ କରୁଥିଲେ। ଏଥିନିମନ୍ତେ ସେମାନେ ଅନ୍ୟକିଛି କମ୍ପାନୀଙ୍କ ସହଯୋଗ ମଧ୍ୟ ନେଇଥିଲେ। ଅଭିଯୁକ୍ତମାନେ ବେଙ୍ଗାଲୁରୁର ଏକ କଲ୍ ସେଣ୍ଟର କରି କାରବାର ପରିଚାଳନା କରୁଥିଲେ। ସେଠାରୁ ସେମାନେ ଋଣ ଗ୍ରହିତା ଓ ସେମାନଙ୍କ ସମ୍ପର୍କୀୟଙ୍କୁ ଧମକଚମକ ଦେଉଥିଲେ। ସେମାନେ ଖୁବ୍ ଚାଲାକି ସହ ଏହି ରାକେଟ ଚଳାଇଥିଲେ।

ଏହି ମାମଲାରେ ପୂର୍ବରୁ ଆଇଓବ୍ଲୁଟି ଇଣ୍ଡିଆ ସଂସ୍ଥାର ପ୍ରୋପାଇଟର ଏମ୍.ଡି ଜାଭେଦ ସରିଫ ଓ ଡିଜିଟାଲ ବାତୁଆ ସଂସ୍ଥାର ପ୍ରୋପାଇଟର ତରୁଣ କୁମାର ଦୁଜେଡ଼ା ଗିରଫ ହୋଇଥିଲେ। ଜାଲିଆତିରେ ଏମ୍ଏସ୍ ମହାଗ୍ରାମ ପେମେଣ୍ଟ ଲିମିଟେଡ ନାମରେ ୬.୭ କୋଟି ଟଙ୍କା ଜମା ହୋଇଥିବା ଜଣାପଡ଼ିଥିଲା। ଏହି ମାମଲାରେ ବିଭିନ୍ନ ବ୍ୟକ୍ତିଙ୍କ ନାମରେ ବ୍ୟବହାର ହେଉଥିବା ୪୧ଟି ଜିଓ ସିମ କାର୍ଡ ତରୁଣଙ୍କ ଠାରୁ ଜବତ ହୋଇଥିଲା। ଜାଲିଆତିରେ ମହାଗ୍ରାମ ପେମେଣ୍ଟ ସଂସ୍ଥା ନାମରେ ୧୦୫୮ଟି ଆକାଉଣ୍ଟ ବ୍ୟବହାର ହେଉଥିଲା। ଏହାପରେ ଏହାର ପରିଚାଳନା ନିର୍ଦ୍ଦେଶକ ରାମ ଶ୍ରୀରାମ ପାଥାଡେଙ୍କୁ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଟର ନ୍ୟାସନାଲ ଏୟାରପୋର୍ଟରୁ ଗତ ୨୫ ତାରିଖରେ ଗିରଫ କରାଯାଇଥିଲା।

Advertisment

ଏହାପରେ ଏହି ବେଆଇନ ଲୋନ ଆପ୍‌କୁ ପ୍ଲେ ଷ୍ଟୋରରୁ ହଟାଇବାକୁ ଗୁଗଲକୁ ଅନୁରୋଧ କରାଯାଇଥିଲା। ଏଥିସହ ଏହି ଲୋନ ଆପ କମ୍ପାନୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଆରବିଆଇକୁ ମଧ୍ୟ ଅନୁରୋଧ କରାଯାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe