Advertisment

ଓଟିଭି ଏମ୍‌ଡ଼ିଙ୍କ ବିରୋଧରେ ପୁଣି ଆସିଲା ମିଛ ଅଭିଯୋଗ

ଖୋର୍ଦ୍ଧା (ବଳରାମ ଲେଙ୍କା): ଓଟିଭି ଏମ୍‌ଡ଼ିଙ୍କ ବିରୋଧରେ ପୁଣି ଏକ ନୂଆ  ଅଭିଯୋଗ। ଏଥର ଅଭିଯୋଗ ଆଣିଛନ୍ତି ଖୋର୍ଦ୍ଧା ଜିଲ୍ଲା ସାରୁଅ, ଜୟ ମଙ୍ଗଳ ଏବଂ ଗୌଡ଼ପୁଟ ଗ୍ରାମବାସୀ। ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବା ସହ ସେମାନଙ୍କ ଚାଷ ଜମିକୁ ଓଟିଭି କର୍ତ୍ତ୍ୱପକ୍ଷ ରାସ୍ତା ଛାଡ଼ୁନଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ରାସ୍ତା ନଥିବାରୁ ଚାଷ ଜମିକୁ ସେମାନେ ଯାଇପାରୁ ନାହାନ୍ତି। ଏପରିକି ଜମି ଜବରଦଖଲ ନେଇ ମଧ୍ୟ କିଛି ଲୋକ ଧମକ ଦେଉଥିବା ଅଭିଯୋଗପତ୍ରରେ ଦର୍ଶାଇଛନ୍ତି […]

author-image
Niharika Rout
ଅଦ୍ୟତନ ହୋଇଛି
ଓଟିଭି ଏମ୍‌ଡ଼ିଙ୍କ ବିରୋଧରେ ପୁଣି ଆସିଲା ମିଛ ଅଭିଯୋଗ

otv

ଖୋର୍ଦ୍ଧା (ବଳରାମ ଲେଙ୍କା): ଓଟିଭି ଏମ୍‌ଡ଼ିଙ୍କ ବିରୋଧରେ ପୁଣି ଏକ ନୂଆ  ଅଭିଯୋଗ। ଏଥର ଅଭିଯୋଗ ଆଣିଛନ୍ତି ଖୋର୍ଦ୍ଧା ଜିଲ୍ଲା ସାରୁଅ, ଜୟ ମଙ୍ଗଳ ଏବଂ ଗୌଡ଼ପୁଟ ଗ୍ରାମବାସୀ।

Advertisment

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବା ସହ ସେମାନଙ୍କ ଚାଷ ଜମିକୁ ଓଟିଭି କର୍ତ୍ତ୍ୱପକ୍ଷ ରାସ୍ତା ଛାଡ଼ୁନଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ରାସ୍ତା ନଥିବାରୁ ଚାଷ ଜମିକୁ ସେମାନେ ଯାଇପାରୁ ନାହାନ୍ତି। ଏପରିକି ଜମି ଜବରଦଖଲ ନେଇ ମଧ୍ୟ କିଛି ଲୋକ ଧମକ ଦେଉଥିବା ଅଭିଯୋଗପତ୍ରରେ ଦର୍ଶାଇଛନ୍ତି ସଂପୃକ୍ତ ଗାଁର ଲୋକେ।

ସେପଟେ ଏଭଳି ଅଭିଯୋଗକୁ ସାରୁଅରେ ଥିବା ଓଟିଭି ସାଇଟ୍ ଇନ୍‌ଚାର୍ଜ ଅନିରୁଦ୍ଧ ପଣ୍ଡା ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ, କାହାର ଜମି ଜବରଦଖଲ କରାଯାଇନି, କାହାକୁ ରାସ୍ତା ବନ୍ଦ କରାଯାଇନି।  ଆଇନ ମୁତାବକ ଜମି କିଣାଯାଇଛି, ଜମିକୁ ଯିବାକୁ  ରାସ୍ତା ବି ଦିଆଯାଇଛି। କିଛି ଲୋକ ବ୍ୟକ୍ତିଗତ ସ୍ୱାର୍ଥ ତଥା ଓଟିଭିକୁ ବଦନାମ ପାଇଁ ଏଭଳି ଅଭିଯୋଗ କରୁଛନ୍ତି ବୋଲି କହିଛନ୍ତି ସାଇଟ୍ ଇନଚାର୍ଜ। ଯାହା ଅଭିଯୋଗ କରାଯାଇଛି ତାହା ଅମୂଳକ ବୋଲି ସେ କହିଛନ୍ତି।

Advertisment

ଅପରପକ୍ଷେ ଅଭିଯୋଗର ସତ୍ୟାସତ୍ୟ ନେଇ ତଦନ୍ତ କରାଯିବ ବୋଲି କହିଛନ୍ତି ଖୋର୍ଦ୍ଧା ଏଡିଏମ୍।