ଯାଜପୁର ଜିଲ୍ଲାରେ ଦ୍ୱିତୀୟ କରୋନା ଆକ୍ରାନ୍ତ ଚିହ୍ନଟ

ଯାଜପୁର (ଗୁଲାମ ଗସ): ରାଜ୍ୟର ୫୬ ନମ୍ବର କରୋନା ଆକ୍ରାନ୍ତ ଯାଜପୁର ଜିଲ୍ଲାର। ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଏହି ସୂଚନା ଦେଇଛନ୍ତି। ଏହା ସହିତ ଜିଲ୍ଲାରେ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ୨କୁ ବୃଦ୍ଧି ପାଇଛି। ଅବଶ୍ୟ ପ୍ରଥମ ଆକ୍ରାନ୍ତ ଜଣଙ୍କ ସୁସ୍ଥ ହୋଇସାରିଛନ୍ତି। ଜିଲ୍ଲାପାଳ କହିଛନ୍ତି, ଜିଲ୍ଲାର ଦ୍ୱିତୀୟ କରୋନା ଆକ୍ରାନ୍ତଙ୍କ ଘର ସାନତ୍ରିଲୋଚନପୁର ଅଞ୍ଚଳରେ। ୬୬ ବର୍ଷୀୟ ସଂପୃକ୍ତ ବ୍ୟକ୍ତି ଗତମାସ ୨୮ ତାରିଖରେ କୋଲକାତାରୁ ଫେରିଥିଲେ। ସେ କୋଲକାତାର ବାବୁଘାଟରୁ ଏକ […]

jajpur

Jitendra Garnayak
  • Published: Tuesday, 14 April 2020
  • , Updated: 14 April 2020, 02:20 PM IST

ଯାଜପୁର (ଗୁଲାମ ଗସ): ରାଜ୍ୟର ୫୬ ନମ୍ବର କରୋନା ଆକ୍ରାନ୍ତ ଯାଜପୁର ଜିଲ୍ଲାର। ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଏହି ସୂଚନା ଦେଇଛନ୍ତି। ଏହା ସହିତ ଜିଲ୍ଲାରେ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ୨କୁ ବୃଦ୍ଧି ପାଇଛି। ଅବଶ୍ୟ ପ୍ରଥମ ଆକ୍ରାନ୍ତ ଜଣଙ୍କ ସୁସ୍ଥ ହୋଇସାରିଛନ୍ତି।

ଜିଲ୍ଲାପାଳ କହିଛନ୍ତି, ଜିଲ୍ଲାର ଦ୍ୱିତୀୟ କରୋନା ଆକ୍ରାନ୍ତଙ୍କ ଘର ସାନତ୍ରିଲୋଚନପୁର ଅଞ୍ଚଳରେ। ୬୬ ବର୍ଷୀୟ ସଂପୃକ୍ତ ବ୍ୟକ୍ତି ଗତମାସ ୨୮ ତାରିଖରେ କୋଲକାତାରୁ ଫେରିଥିଲେ। ସେ କୋଲକାତାର ବାବୁଘାଟରୁ ଏକ ଭ୍ୟାନ୍‌ରେ ପାଣିକୋଇଲି ଆସିଥିଲେ। ସେଠାରୁ ଏକ ମାଛ ଗାଡ଼ିରେ ଗାଁକୁ ଆସିଥିଲେ। ତେବେ ସେ ଉକ୍ତ ଗାଡ଼ି ନମ୍ବର କହିପାରୁ ନାହାନ୍ତି।

ଜିଲ୍ଲାପାଳ ଆହୁରି କହିଛନ୍ତି, କୋଲକାତାରୁ ଫେରି ସେ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଥିଲେ। ତାଙ୍କ ସାମ୍ପଲ ଟେଷ୍ଟ ପାଇଁ ନିଆଯାଇଥିଲା। ଗତକାଲି ତାଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ଅଶ୍ୱିନୀ କୋଭିଡ୍ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ପଜିଟିଭ୍ ରିପୋର୍ଟ ଆସିବା ପରେ ଯାଜପୁର ଜିଲ୍ଲା ପ୍ରଶାସନ ସାନତ୍ରିଲୋଚନପୁର ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା କରିଛି। ତା’ସହିତ ସଇପୁରର ଆଂଶିକ ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ୍ ଜୋନ୍ ଘୋଷଣା କରାଯାଇ ସଂପୃକ୍ତ ବ୍ୟକ୍ତି ଆଉ କାହା କାହା ସଂସ୍ପର୍ଶରେ ଆସିଥିଲେ, ତାହା ଜାଣିବା ପାଇଁ ଜିଲ୍ଲା ପ୍ରଶାସନ କାର୍ଯ୍ୟ କରୁଛି।

ଜିଲ୍ଲାପାଳ କହିଛନ୍ତି, ୭ ଦିନ ପାଇଁ ସଂପୃକ୍ତ ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ୍ ଘୋଷଣା କରାଯାଇଛି। ସଂପୃକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରାଯାଉଛି। ସଂପୃକ୍ତ ବ୍ୟକ୍ତି ନିଜ ଘରେ ଏକୁଟିଆ ହୋମ୍‌ ଆଇସୋଲେସନ୍‌ରେ ଥିଲେ। ସେ ଅଧିକ ଲୋକଙ୍କ ସଂସ୍ପର୍ଶରେ ଆସି ନାହାନ୍ତି। ତେଣୁ କଣ୍ଟେନ୍‌ମେଣ୍ଟ୍ ବି ଛୋଟ ରହିଛି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଜିଲ୍ଲାର ବ୍ରହ୍ମବରଦା ଅଞ୍ଚଳର ଜଣେ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ସେ ଏବେ ସୁସ୍ଥ ଅଛନ୍ତି। ତା’ସହିତ ବ୍ରହ୍ମବରଦା ଅଞ୍ଚଳରୁ କଣ୍ଟେନ୍‌ମେଣ୍ଟ୍ କଟକଣା ବି ହଟିଯାଇଛି। ସେହିପରି ଗତକାଲି ଠାରୁ ପୂରା ଜିଲ୍ଲାରେ ଆଉ କିଛି ଅତ୍ୟାବଶ୍ୟକ ଦୋକାନ, ଯେପରିକି- ଗ୍ୟାରେଜ୍, ସାଇକେଲ୍ ମରାମତି ଦୋକାନ, ବହି ଦୋକାନ ଓ ବିଦ୍ୟୁତ୍ ଉପକରଣ ମିଳୁଥିବା ଦୋକାନକୁ ସକାଳ ୬ଟାରୁ ୧୦ ପର୍ଯ୍ୟନ୍ତ ଖୋଲା ରଖିବାକୁ ଜିଲ୍ଲାପାଳ ଅନୁମତି ଦେଇଛନ୍ତି।

Related story