Advertisment

ଶିଶୁ ଭବନରେ ଆଉ ଜଣେ ଶିଶୁକୁ ‘କରୋନା’

କଟକ(ଓଡ଼ିଶା ରିପୋର୍ଟର): କଟକ ଶିଶୁ ଭବନରେ ଦ୍ୱିତୀୟ କରୋନା ଆକ୍ରାନ୍ତ ଚିହ୍ନଟ। ସେ ହେଉଛନ୍ତି ଜଗତସିଂହପୁର ଅଞ୍ଚଳର ୬ ବର୍ଷର ଶିଶୁ ପୁତ୍ର। ଗତକାଲି ଶିଶୁ ଭବନର ଆଇସୋଲେସନ୍‌ ଓ୍ୱାର୍ଡରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ଏପରିକି ତାଙ୍କର ରକ୍ତ ଓ ସ୍ୱାବ୍‌ ଟେଷ୍ଟ ପାଇଁ ପଠାଯାଇଥିଲା। ଆଜି ଆସିଥିବା ସ୍ୱାବ୍‌ ରିପୋର୍ଟରେ ସେ ପଜିଟିଭ ବାହାରିଥିଲେ। ଏନେଇ ସୂଚନା ଦେଇଛନ୍ତି ଶିଶୁ ଭବନ ଅଧୀକ୍ଷକ ପ୍ରଫେସର ସରୋଜ ଶତପଥୀ। କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ୍‌ରେ ଚିକିତ୍ସିତ […]

ଅଦ୍ୟତନ ହୋଇଛି
ଶିଶୁ ଭବନରେ ଆଉ ଜଣେ ଶିଶୁକୁ ‘କରୋନା’

sisu-bhaban

Advertisment

କଟକ(ଓଡ଼ିଶା ରିପୋର୍ଟର): କଟକ ଶିଶୁ ଭବନରେ ଦ୍ୱିତୀୟ କରୋନା ଆକ୍ରାନ୍ତ ଚିହ୍ନଟ। ସେ ହେଉଛନ୍ତି ଜଗତସିଂହପୁର ଅଞ୍ଚଳର ୬ ବର୍ଷର ଶିଶୁ ପୁତ୍ର। ଗତକାଲି ଶିଶୁ ଭବନର ଆଇସୋଲେସନ୍‌ ଓ୍ୱାର୍ଡରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ଏପରିକି ତାଙ୍କର ରକ୍ତ ଓ ସ୍ୱାବ୍‌ ଟେଷ୍ଟ ପାଇଁ ପଠାଯାଇଥିଲା। ଆଜି ଆସିଥିବା ସ୍ୱାବ୍‌ ରିପୋର୍ଟରେ ସେ ପଜିଟିଭ ବାହାରିଥିଲେ। ଏନେଇ ସୂଚନା ଦେଇଛନ୍ତି ଶିଶୁ ଭବନ ଅଧୀକ୍ଷକ ପ୍ରଫେସର ସରୋଜ ଶତପଥୀ।

Advertisment

କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ଜଣେ ‘କରୋନା’ରେ ଆକ୍ରାନ୍ତ ହୋଇଥିଲେ। ଏହା ପରେ ଅନ୍ୟମାନଙ୍କ ରକ୍ତ ଓ ସ୍ୱାବ ଟେଷ୍ଟ କରାଯାଇଥିଲା। ରିପୋର୍ଟରେ କରୋନା ଆସିବା ପରେ ମେଡିକାଲ୍‌କୁ ସାନିଟାଇଜ୍‌ କରାଯାଇଥିଲା। ଏହାଛଡ଼ା କେତେକ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନ୍‌ ରଖାଯାଇଥିଲା।

ଆଜି ସୁଦ୍ଧା ସିଏମ୍‌ସି ଅଞ୍ଚଳରେ ୨୦୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଭିତରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ୧୬୮ ଜଣ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe