Advertisment

ଆସୁଛି ଆଉଏକ ବାତ୍ୟା: ଘାଣ୍ଟିବ, ଢାଳିବ!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଫିକା ପଡ଼ିପାରେ ଏଥରର ଦଶହରା। ଆସୁଛି ଆଉ ଏକ ବାତ୍ୟା। ତା’ ପୁଣି ସେହି ଅକ୍ଟୋବର ମାସରେ। ପୂର୍ବରୁ ଏକାଧିକ ଥର ଅକ୍ଟୋବର ମାସରେ ବାତ୍ୟାର ତାଣ୍ଡବ ସାରା ରାଜ୍ୟବାସୀ ଦେଖିଛନ୍ତି। ତେଣୁ ଏଥର ମଧ୍ୟ ଅକ୍ଟୋବର ମାସରେ ଦଶହରା ବେଳକୁ ଆଉ ଏକ ବାତ୍ୟା ଦାନା ବାନ୍ଧୁଥିବା ପାଣିପାଗ ବିଭାଗ ଆକଳନ କରିଛି। ଆସନ୍ତା ୧୦ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଏହା […]

ସମ୍ଭାବ୍ୟ ବାତ୍ୟା ନେଇ ଆଲର୍ଟ କଲା ଭୁବନେଶ୍ୱର ପାଣିପାଗ କେନ୍ଦ୍ର

cyclone1

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଫିକା ପଡ଼ିପାରେ ଏଥରର ଦଶହରା। ଆସୁଛି ଆଉ ଏକ ବାତ୍ୟା। ତା’ ପୁଣି ସେହି ଅକ୍ଟୋବର ମାସରେ। ପୂର୍ବରୁ ଏକାଧିକ ଥର ଅକ୍ଟୋବର ମାସରେ ବାତ୍ୟାର ତାଣ୍ଡବ ସାରା ରାଜ୍ୟବାସୀ ଦେଖିଛନ୍ତି। ତେଣୁ ଏଥର ମଧ୍ୟ ଅକ୍ଟୋବର ମାସରେ ଦଶହରା ବେଳକୁ ଆଉ ଏକ ବାତ୍ୟା ଦାନା ବାନ୍ଧୁଥିବା ପାଣିପାଗ ବିଭାଗ ଆକଳନ କରିଛି। ଆସନ୍ତା ୧୦ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଏହା କ୍ରମଶଃ ଘନୀଭୂତ ହୋଇ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ।

Advertisment

ପ୍ରାୟ ୪-୫ ଦିନ ପରେ ଅର୍ଥାତ ଅକ୍ଟୋବର ୧୫ ତାରିଖ ବେଳକୁ ଏହା ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ନିକଟତର ହେବାର ସମ୍ଭାବନା ରହିଛି। ତେବେ ଲଘୁଚାପ ଘନୀଭୂତ ହେଲା ପରେ ବାତ୍ୟାର ରୂପ ନେବ ନା ନାହିଁ, ତାହା ସ୍ପଷ୍ଟ ହୋଇନାହିଁ। ତା’ଛଡ଼ା ଯଦି ବାତ୍ୟା ହୁଏ ତାର ପ୍ରଭାବ କେତେ ରହିବ, ଗତିପଥ କଣ ହେବ ତାହା ପରବର୍ତ୍ତୀ ସମୟରେ ସ୍ପଷ୍ଟ ହେବ। କିନ୍ତୁ ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି ଓ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ତେଣୁ ଏହାର ପ୍ରଭାବରେ ଏଥରର ଦଶହରା ଧୋଇଯାଇ ପାରେ।

ସେପଟେ ବାତ୍ୟା ହେବା ନେଇ ବିଭିନ୍ନ ମଡେଲ୍ ସଙ୍କେତ ଦେଉଛି। ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ଶରତ ସାହୁ ମଧ୍ୟ କହିଛନ୍ତି ଯେ ବାତ୍ୟା ଆସିବାର ସମ୍ଭାବନା ରହିଛି। ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ବାତ୍ୟା କିମ୍ବା ସିଭିୟର୍ ସାଇକ୍ଲୋନର ରୂପ ନେଇପାରେ। ସମ୍ଭାବ୍ୟ ବାତ୍ୟା ୧୫ରୁ ୧୭ ତାରିଖ ଭିତରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ଥିବା ସେ ଆକଳନ କରିଛନ୍ତି।

Advertisment

୧୯୯୯ ଅକ୍ଟୋବରରେ ମହାବାତ୍ୟା ଆସି ଉପକୂଳ ଓଡ଼ିଶାରେ ତାଣ୍ଡବ ରଚିଥିଲା। ସେହିପରି ୨୦୧୩ ଅକ୍ଟୋବରରେ ଫାଇଲିନ୍ ଓ ୨୦୧୪ ଅକ୍ଟୋବରରେ ଆସିଥିବା ହୁଡହୁଡ୍ ବାତ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଥିଲା। ଏବେ ପୁଣି ସେହି ବାତ୍ୟା ମାସ ଅକ୍ଟୋବର ଚାଲିଥିବାରୁ ଲୋକଙ୍କ ଭିତରେ ଛନକା ପଶିଲାଣି।

ଅନ୍ୟପକ୍ଷରେ ଆଜିଠାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ଆରମ୍ଭ କରିଦେଇଛି। ଆସନ୍ତା ୩ରୁ ୪ ଦିନ ମଧ୍ୟରେ ଏହା ଗୁଜରାଟର ଅଧିକାଂଶ ସ୍ଥାନ, ରାଜସ୍ଥାନ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଜମ୍ମୁ-କଶ୍ମୀର, ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶର କେତେକ ଅଞ୍ଚଳରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିବ। ହେଲେ ଏଥର ନିର୍ଦ୍ଧାରିତ ସମୟଠାରୁ ବିଳମ୍ବରେ ଓଡ଼ିଶାରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe