ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୯ ତାରିଖ ପରଠାରୁ ପଶ୍ଚିମ କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ତା’ ପ୍ରଭାବରେ ଓଡ଼ିଶାରେ ପୁଣି ବର୍ଷା ହେବ। ଏଥିସହ ମୌସୁମୀ ସକ୍ରିୟ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ବିଶେଷଜ୍ଞ ଉମା ଶଙ୍କର ଦାସ କହିଛନ୍ତି।
ସେ ଆହୁରି କହିଛନ୍ତି,“ ୮ ତାରିଖରୁ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୯ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣି ମଧ୍ୟ ଜାରି କରାଯାଇଛି। ତେବେ ଆଗାମୀ ୯ ତାରିଖ ଲଘୁଚାପ ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାର ବରଗଡ଼, ଝାରସୁଗୁଡ଼ା, ସମ୍ୱଲପୁର, ସନ୍ଦରଗଡ଼, ସୋନପୁର, ବଲାଙ୍ଗିର ଓ ବୌଦ୍ଧ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Events & Festivals
ଆରମ୍ଭ ହେଲା କଟକର ଐତିହାସିକ ବାଲିଯାତ୍ରା
ଚଳିତବର୍ଷ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ସାଉଥ୍ ଇଷ୍ଟ ଏସିଆ ପାଭିଲିୟନ। ଜାଭା, ସୁମାତ୍ରା, ବାଲି ଇଣ୍ଡୋନେସିଆ ପରି ଦେଶ ସହିତ ଆମ ଦେଶର ନୌବାଣିଜ୍ୟ ପରମ୍ପରା ସମ୍ପର୍କର ତଥ୍ୟ ଜାଣିପାରିବେ ଦର୍ଶକ।
Religion
କାଲିଠାରୁ ୪ ଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବେ ଶ୍ରଦ୍ଧାଳୁ
ସେବକ ତଥା ତାଙ୍କ ପରିବାର ବର୍ଗ ସମସ୍ତ ଦ୍ୱାର ଦେଇ ପ୍ରବେଶ ଓ ପ୍ରସ୍ଥାନ କରିପାରିବେ।
Accident
ଲୁଗା ଦୋକାନରେ ଲାଗିଲା ନିଆଁ, ଜଳିଗଲେ ମାଲିକ
ଆଜି ଅପରାହ୍ନ ପ୍ରାୟ ୩ଟା ବେଳେ ଜଟଣୀ ରାଜା ବଜାରରେ ଥିବା ସୂର୍ଯ୍ୟ ମହାପାତ୍ରଙ୍କ ଲୁଗା ଦୋକାନରେ ନିଆଁ ଲାଗି ଯାଇଥିଲା। ଚାହୁଁ ଚାହୁଁ ନିଆଁ ପୂରା ଦୋକାନରେ ବ୍ୟାପି ଯାଇଥିଲା।
Accident
ଡଙ୍ଗା ଆଣିବା ପାଇଁ ପୋଖରୀକୁ ଯାଇ ବୁଡ଼ିଗଲେ ଦୁଇ ନାବାଳିକା
ଆଜି ଥିଲା କାର୍ତ୍ତିକ ପୂର୍ଣ୍ଣିମା। ତେଣୁ ସକାଳେ ସକାଳେ ବସ୍ତା ଥାନା ପଣିଶାପଡା ଗାଁର ଦିଲ୍ଲୀପ କୁମାର ଦାସ ଓ ମାନସ ନନ୍ଦଙ୍କ ପରିବାର ଲୋକ ଘର ପାର୍ଶ୍ୱ ପୋଖରୀରେ ଡଙ୍ଗା ଭସାଇଥିଲେ।
Miscellaneous
ଗାଁରେ ମହାବଳର ପଦ ଚିହ୍ନ! ଲୋକେ ଭୟଭୀତ
ଗତ କିଛି ଦିନ ଦିଗପହଣ୍ଡି ଓ ଚିକିଟି ଅଞ୍ଚଳରେ ମହାବଳ ଆତଙ୍କ ଖେଳାଇବା ସହ ଗୃହ ପାଳିତ ପଶୁ ମାରି ଖାଇବା ପରେ ଆଜି ସକାଳେ ଗଜପତି ଜିଲ୍ଲା ଚନ୍ଦ୍ରଗିରି ବନାଞ୍ଚଳ ଆକିଲି ଫାର୍ମ ନିକଟରେ ବାଘର ପାଦ ଚିହ୍ନ ଠାବ କରିଛି ବନ ବିଭାଗ।