ପୋଲାଭରମ୍ ପ୍ରକଳ୍ପ: ନିର୍ଯ୍ୟାସ ବାହାରିଲାନି, ୭ରେ ପୁଣି ବୈଠକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ୱାରା ନିର୍ମାଣଧୀନ ପୋଲାଭରମ୍ ପ୍ରକଳ୍ପର ପଛୁଆ ପାଣି ଯୋଗୁ ଓଡ଼ିଶାର ଅନେକ ଅଂଚଳ ଜଳମଗ୍ନ ହେବାର ଆଶଙ୍କା ରହିଛି । ତେଣୁ ଏହି କ୍ଷୟକ୍ଷତି ଆଶଙ୍କାର ଆକଳନ ତୃତୀୟ ପକ୍ଷ ଦ୍ୱାରା କରିବା ଓ ପ୍ରକଳ୍ପର ଉଚ୍ଚତା ହ୍ରାସ ନିମନ୍ତେ ଓଡ଼ିଶା ଦାବି କରିଛି । ଓଡ଼ିଶା ସମେତ ଛତିଶଗଡ଼ ଓ ତେଲେଙ୍ଗାନା ସରକାର ମଧ୍ୟ ପୋଲାଭରମ୍ ପ୍ରକଳ୍ପର ଉଚ୍ଚତାକୁ ହ୍ରାସ କରିବା ପାଇଁ ଦାବି କରିଛନ୍ତି । ତେବେ ଆଜିର […]

Polavaram

Ordigital Desk
  • Published: Thursday, 29 September 2022
  • , Updated: 29 September 2022, 10:09 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ୱାରା ନିର୍ମାଣଧୀନ ପୋଲାଭରମ୍ ପ୍ରକଳ୍ପର ପଛୁଆ ପାଣି ଯୋଗୁ ଓଡ଼ିଶାର ଅନେକ ଅଂଚଳ ଜଳମଗ୍ନ ହେବାର ଆଶଙ୍କା ରହିଛି । ତେଣୁ ଏହି କ୍ଷୟକ୍ଷତି ଆଶଙ୍କାର ଆକଳନ ତୃତୀୟ ପକ୍ଷ ଦ୍ୱାରା କରିବା ଓ ପ୍ରକଳ୍ପର ଉଚ୍ଚତା ହ୍ରାସ ନିମନ୍ତେ ଓଡ଼ିଶା ଦାବି କରିଛି । ଓଡ଼ିଶା ସମେତ ଛତିଶଗଡ଼ ଓ ତେଲେଙ୍ଗାନା ସରକାର ମଧ୍ୟ ପୋଲାଭରମ୍ ପ୍ରକଳ୍ପର ଉଚ୍ଚତାକୁ ହ୍ରାସ କରିବା ପାଇଁ ଦାବି କରିଛନ୍ତି । ତେବେ ଆଜିର ବୈଠକରେ କୌଣସି ନିର୍ଯ୍ୟାସ ନହେବାରୁ ପରବର୍ତ୍ତୀ ବୈଠକ ଅକ୍ଟୋବର ୭ତାରିଖରେ ଧାର୍ଯ୍ୟ ହୋଇଛି ।

ମିଳିଥିବା ସୂଚନା ଅନୁସାରେ, ନୂଆଦିଲ୍ଲୀରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ବୈଠକରେ ପୋଲାଭରମ ପ୍ରକଳ୍ପ ଡିଜାଇନ୍ ଏକାଧିକ ଥର ପରିବର୍ତ୍ତନ ହୋଇଥିବା ଓ ଏହାର ପଛୁଆ ପାଣି ଯୋଗୁ ମାଲକାନଗିରି ଜିଲ୍ଲାର ଆଦିବାସୀବହୁଳ ଅଂଚଳ ଜଳମଗ୍ନ ହେବାର ଆଶଙ୍କା ରହିଛି ବୋଲି ଓଡ଼ିଶା ଉଦବେଗ ବ୍ୟକ୍ତ କରିଥିଲା । ଓଡ଼ିଶା ସରକାରଙ୍କ ସହ ସ୍ୱର ମିଶାଇ ତେଲେଙ୍ଗାନା ଓ ଛତିଶଗଡ଼ ସରକାରଙ୍କ ଅଧିକାରୀମାନେ ମଧ୍ୟ ପୋଲାଭରମ୍ ପ୍ରକଳ୍ପର ଉଚ୍ଚତା ହ୍ରାସ କରିବା ଉପରେ ଗୁରୁତ୍ୱ ଦେଇଥିଲେ ।

Related story