Advertisment

ନାବାଳିକା ଆତ୍ମହତ୍ୟା ଘଟଣାରେ ଆଉ ଜଣେ ନିଲମ୍ୱିତ

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଢେଙ୍କାନାଳ ଜିଲ୍ଲା ଭାପୁର ଫାଣ୍ଡି ଅଞ୍ଚଳରେ ଅସଦାଚରଣର ଶିକାର ନାବାଳିକାଙ୍କ ଆତ୍ମହତ୍ୟା ଘଟଣାରେ ଆଉ ଜଣେ ନିଲମ୍ୱିତ ହୋଇଛନ୍ତି।  ତତ୍‌କାଳୀନ ଭାପୁର ଫାଣ୍ଡି ଅଧିକାରୀ ପ୍ରଶାନ୍ତ ପଢିଆରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଏନେଇ ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ସୂଚନା ଦେଇଛନ୍ତି। ଗତକାଲି ଏହି ଘଟଣାରେ ଭାପୁର ଫାଣ୍ଡିର ବର୍ତ୍ତମାନର ASI ପଦ୍ମନାଭ ସାହୁ ନିଲମ୍ବିତ ହୋଇଥିଲେ। ଅଭିଯୋଗ ଅନୁସାରେ, ଢେଙ୍କାନାଳ ଜିଲ୍ଲା ଭାପୁର ଫାଣ୍ଡି ଅଞ୍ଚଳରେ ଗତ ୬ ତାରିଖରେ […]

ଅଦ୍ୟତନ ହୋଇଛି
ନାବାଳିକା ଆତ୍ମହତ୍ୟା ଘଟଣାରେ ଆଉ ଜଣେ ନିଲମ୍ୱିତ

dkl

Advertisment

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଢେଙ୍କାନାଳ ଜିଲ୍ଲା ଭାପୁର ଫାଣ୍ଡି ଅଞ୍ଚଳରେ ଅସଦାଚରଣର ଶିକାର ନାବାଳିକାଙ୍କ ଆତ୍ମହତ୍ୟା ଘଟଣାରେ ଆଉ ଜଣେ ନିଲମ୍ୱିତ ହୋଇଛନ୍ତି।  ତତ୍‌କାଳୀନ ଭାପୁର ଫାଣ୍ଡି ଅଧିକାରୀ ପ୍ରଶାନ୍ତ ପଢିଆରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଏନେଇ ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ସୂଚନା ଦେଇଛନ୍ତି। ଗତକାଲି ଏହି ଘଟଣାରେ ଭାପୁର ଫାଣ୍ଡିର ବର୍ତ୍ତମାନର ASI ପଦ୍ମନାଭ ସାହୁ ନିଲମ୍ବିତ ହୋଇଥିଲେ।

Advertisment

ଅଭିଯୋଗ ଅନୁସାରେ, ଢେଙ୍କାନାଳ ଜିଲ୍ଲା ଭାପୁର ଫାଣ୍ଡି ଅଞ୍ଚଳରେ ଗତ ୬ ତାରିଖରେ ନାବାଳିକା ଜଣକ ଘରେ ଏକା ଥିଲେ। ପାଣି ପିଇବା ବାହାନାରେ ଜଣେ ଯୁବକ ତାଙ୍କ ଘରେ ପଶି ନାବାଳିକାଙ୍କୁ ଅସଦାଚରଣ କରିଥିଲେ। ଏନେଇ ପୀଡ଼ିତା ପରିବାର ଲୋକଙ୍କୁ କହିଥିଲେ। ତା’ପରେ ପରିବାର ଲୋକ ଭାପୁର ଫାଣ୍ଡିରେ ଅଭିଯୋଗ କରିଥିଲେ। ପୁଲିସ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବା ଅଭିଯୋଗ ହୋଇଥିଲା। ଯାହାର ସୁଯୋଗ ନେଇ ଅଭିଯୁକ୍ତ ପୀଡ଼ିତାଙ୍କୁ ନାନା ହଇରାଣ କରୁଥିଲା। ଗତକାଲି ପୀଡିତାଙ୍କ ବାପା-ମାଆ ବିଲକୁ କାମ କରିବାକୁ ଯାଇଥିଲେ। ଘରେ କେହି ନଥିବାର ସୁଯୋଗ ନେଇ ପୀଡ଼ିତା ବିଷ ପିଇ ଦେଇଥିଲେ। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ମାନସିକ ଅଶାନ୍ତିରୁ ନାବାଳିକା ଜଣକ ବିଷ ପିଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe