Advertisment

BJD Politics: ବିଜେଡିରୁ ଆଉ ଦୁଇ ନେତା ନିଲମ୍ବିତ

ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଯୋଗୁ ଏହି ଦୁଇ ନେତାଙ୍କୁ ନିଲମ୍ବନ କରାଯାଇଛି। କିନ୍ତୁ ନିର୍ଦ୍ଦିଷ୍ଟ ଭାବେ କେଉଁ ପ୍ରକାରର ଦଳ ବିରୋଧୀ କାର୍ଯ୍ୟରେ ସେମାନେ ଲିପ୍ତ ଥିଲେ, ତାହା ଜାରି କରାଯାଇଥିବା ଅଫିସ୍ ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇ ନାହିଁ।

author-image
Jitendra Garnayak
Sankha Bhawan

ବିଜୁ ଜନତା ଦଳରୁ ଗୁରୁବାର ଦୁଇ ଜଣ ନେତାଙ୍କୁ ନିଲମ୍ବନ କରାଯାଇଛି। ସେମାନେ ହେଉଛନ୍ତି କଟକ ଜିଲ୍ଲା ବାବୁଜଙ୍ଗ ସରପଞ୍ଚ ସ୍ୱାଧୀନ ଭୂୟାଁ ଓ କଟକ ସଦର ଜୋନ୍-୫ର ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ ମହାଳି। 

Advertisment

ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଯୋଗୁ ଏହି ଦୁଇ ନେତାଙ୍କୁ ନିଲମ୍ବନ କରାଯାଇଛି। କିନ୍ତୁ ନିର୍ଦ୍ଦିଷ୍ଟ ଭାବେ କେଉଁ ପ୍ରକାରର ଦଳ ବିରୋଧୀ କାର୍ଯ୍ୟରେ ସେମାନେ ଲିପ୍ତ ଥିଲେ, ତାହା ଜାରି କରାଯାଇଥିବା ଅଫିସ୍ ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇ ନାହିଁ। 

ଚାରି ଦିନ ତଳେ ମଧ୍ୟ ଜଣେ ନେତାଙ୍କୁ ଦଳରୁ ନିଲମ୍ବନ କରିଥିଲା ବିଜେଡି। ପୁରୀ ଜିଲ୍ଲା ବ୍ରହ୍ମଗିରି ବିଧାନସଭା ନିର୍ବାଚନ ମଣ୍ଡଳୀର କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷା ସରୋଜିନୀ ତରାଇଙ୍କୁ ବିଜେଡିରୁ ନିଳମ୍ବନ କରାଯାଇଥିଲା। ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ନିଲମ୍ବନ କରିଥିଲା ବିଜେଡି। 

Advertisment

ଗତ ମାସ ୧୫ ତାରିଖରେ ବିଜେଡିରୁ ଦୁଇ ଜଣ ବିଧାୟକଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା। ସେମାନେ ହେଉଛନ୍ତି ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଓ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ତା’ପର ଦିନ ଅର୍ଥାତ୍ ଜାନୁଆରୀ ୧୬ ତାରିଖରେ ଯାଜପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ନଳିନୀପ୍ରଭା ଜେନା ଓ ଉପାଧ୍ୟକ୍ଷ ଗଣେଶ୍ୱର ବରାଳଙ୍କୁ ଦଳରୁ ନିଲମ୍ବନ କରିଥିଲା ବିଜେଡି।