Advertisment

କର୍ଲାପାଟ ଅଭୟାରଣ୍ୟରେ ଆଉ ଗୋଟିଏ ହାତୀର ମୃତ୍ୟୁ, କାରଣ ଖୋଜୁଛି ବନ ବିଭାଗ

କଳାହାଣ୍ଡି/ରେଢ଼ାଖୋଲ(ରାଜକୁମାର/ରମାକାନ୍ତ): କର୍ଲାପାଟ ଅଭୟାରଣ୍ୟରେ ଆଉ ଗୋଟିଏ ହାତୀର ମୃତ୍ୟୁ ହୋଇଛି। କର୍ଲାପାଟ ଅଭୟାରଣ୍ୟରେ ଅସୁସ୍ଥ ଥିବା ହାତୀଟିର ଆଜି ମୃତ୍ୟୁ ଘଟିଛି। ଭୂତାଣୁ ଜନିତ ହେମ୍‌ରେ ସେପ୍ଟିସେମିଆ ରୋଗରେ ଆକ୍ରାନ୍ତ ହୋଇ ହାତୀର ମୃତ୍ୟୁ ଘଟିଥିବା ସ୍ପଷ୍ଟ କଲେ ବିଶେଷଜ୍ଞ ଟିମ୍‌। ଗତ ୧୩ ଦିନରେ ଅଭୟାରଣ୍ୟରେ ମଲେଣି ୫ ହାତୀ। କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟରେ ହାତୀ ମଡକ ପରେ ସମୂହ ଟିକାକରଣ ଆରମ୍ଭ ହୋଇଛି। ଆଖପାଖ ଅଞ୍ଚଳର ସବୁ ଗୃହ ପାଳିତ ପଶୁ ପକ୍ଷୀଙ୍କୁ ଟିକା […]

author-image
Manoranjan Sial
ସପ୍ତାହେ ହେଲାଣି ନାକେଦମ କରିଦେଲେଣି ୩୦ଟିକିଆ ହାତୀପଲ

kalahindi

କଳାହାଣ୍ଡି/ରେଢ଼ାଖୋଲ(ରାଜକୁମାର/ରମାକାନ୍ତ): କର୍ଲାପାଟ ଅଭୟାରଣ୍ୟରେ ଆଉ ଗୋଟିଏ ହାତୀର ମୃତ୍ୟୁ ହୋଇଛି। କର୍ଲାପାଟ ଅଭୟାରଣ୍ୟରେ ଅସୁସ୍ଥ ଥିବା ହାତୀଟିର ଆଜି ମୃତ୍ୟୁ ଘଟିଛି। ଭୂତାଣୁ ଜନିତ ହେମ୍‌ରେ ସେପ୍ଟିସେମିଆ ରୋଗରେ ଆକ୍ରାନ୍ତ ହୋଇ ହାତୀର ମୃତ୍ୟୁ ଘଟିଥିବା ସ୍ପଷ୍ଟ କଲେ ବିଶେଷଜ୍ଞ ଟିମ୍‌। ଗତ ୧୩ ଦିନରେ ଅଭୟାରଣ୍ୟରେ ମଲେଣି ୫ ହାତୀ।

Advertisment

କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟରେ ହାତୀ ମଡକ ପରେ ସମୂହ ଟିକାକରଣ ଆରମ୍ଭ ହୋଇଛି। ଆଖପାଖ ଅଞ୍ଚଳର ସବୁ ଗୃହ ପାଳିତ ପଶୁ ପକ୍ଷୀଙ୍କୁ ଟିକା ଦିଆଯାଉଛି। ନଦୀ, ନାଳରେ ବ୍ଲିଚିଂ ପକାଇ ବିଶୁଦ୍ଧ କରାଯାଉଛି। ହାତୀ ମୃତ୍ୟୁ ପଛର କାରଣ ଜାଣିବାକୁ କ୍ୟାମେରା ଲଗାଯିବ ବୋଲି କହିଛନ୍ତି ଡିଏଫ୍‌ଓ। କର୍ଲାପାଟ ଅଭୟାରଣ୍ୟରେ ଥିବା ୧୭ଟି ହାତୀଙ୍କ ମଧ୍ୟରୁ ଏବେ ୫ଟିର ମୃତ୍ୟୁ ହୋଇଛି।

ଏପଟେ ରେଢାଖୋଲ ଡିଭିଜନ୍‌ ନାକଟିଦେଉଳ ରେଞ୍ଜ ଚଡଚଡି ଜଙ୍ଗଲରୁ ମିଳିଥିବା ଛୁଆ ହାତୀର ମୃତ୍ୟୁ ଆନ୍ଥ୍ରାକ୍ସ ଯୋଗୁଁ ହୋଇଥିବା ସନ୍ଦେହ କରୁଛି ବନବିଭାଗ। ଅଧିକ ପରୀକ୍ଷା ପାଇଁ ମୃତ ହାତୀର ମାଂସ ଓ ରକ୍ତ  ନମୂନା ଓୟୁଏଟି ପଠାଯାଇଛି। ଜଳ ସଂକ୍ରମଣ ଆଶଙ୍କା କରି ଜଙ୍ଗଲରେ ଥିବା ପୋଖରୀକୁ ପୋତି ଦିଆଯିବା ସହ ଆଖପାଖ ଅଞ୍ଚଳରେ ଥିବା ଜଳାଶୟରେ ବ୍ଲିଚିଂ ପାଉଡର ପକାଇ ବିଶୋଧନ କରାଯାଇଛି।

Advertisment

ରେଢାଖୋଲ ଡିଭିଜନରେ ବର୍ଷକ ଭିତରେ ୩ଟି ହାତୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏଥିରୁ ଦୁଇଟି ଆନ୍ଥ୍ରାକ୍ସ ଜନିତ ବୋଲି କହିଛି ବନ ବିଭାଗ। ତେବେ ରିପୋର୍ଟ ଆସିବା ପରେ ଛୁଆ ହାତୀର ମୃତ୍ୟୁ କାରଣ ଜଣାପଡିବ।