Advertisment

ବନ୍ୟାଜଳରେ ବୁଡ଼ିଲା ଅଂଶୁପା ହ୍ରଦ ପାର୍କ

ଆଠଗଡ଼ (ନୀଳକଣ୍ଠ ଦୋରା): ମହାନଦୀର ବନ୍ୟାଜଳରେ ଅଂଶୁପା ହ୍ରଦ ପାର୍କ ବୁଡ଼ି ଯାଇଛି। ଅଂଶୁପା ହ୍ରଦ ପାର୍କରେ ୮ରୁ ୧୦ ଫୁଟ୍‌ର ବନ୍ୟାଜଳ ପ୍ରବାହିତ ହେଉଛି। ସେହିପରି ମହାନଦୀର ଜଳସ୍ତର ବଢ଼ୁଥିବାରୁ ମହାନଦୀ ଅବବାହିକାରେ ଥିବା ତଳିଆ ଅଞ୍ଚଳରେ ଥିବା ଗାଁ ଗୁଡ଼ିକରେ ବନ୍ୟାଜଳ ପରିସ୍ଥିତି ସୃଷ୍ଟି ହୋଇଛି। କଟକ ଜିଲ୍ଲାର ତିଗିରିଆର କୋଇଲିକନ୍ୟା ଓ ରଘୁରାମପୁର ଗାଁ ଭିତରେ ବନ୍ୟାଜଳ ପଶିଛି। ଯେଉଁଥି ପାଇଁ ଗାଁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ସେହିଭଳି ଉତ୍ତରବାଙ୍କୀ ବ୍ଲକର […]

author-image
Jyoshna Pradhan
ଅଦ୍ୟତନ ହୋଇଛି
ବନ୍ୟାଜଳରେ ବୁଡ଼ିଲା ଅଂଶୁପା ହ୍ରଦ ପାର୍କ

athgada

ଆଠଗଡ଼ (ନୀଳକଣ୍ଠ ଦୋରା): ମହାନଦୀର ବନ୍ୟାଜଳରେ ଅଂଶୁପା ହ୍ରଦ ପାର୍କ ବୁଡ଼ି ଯାଇଛି। ଅଂଶୁପା ହ୍ରଦ ପାର୍କରେ ୮ରୁ ୧୦ ଫୁଟ୍‌ର ବନ୍ୟାଜଳ ପ୍ରବାହିତ ହେଉଛି।

Advertisment

ସେହିପରି ମହାନଦୀର ଜଳସ୍ତର ବଢ଼ୁଥିବାରୁ ମହାନଦୀ ଅବବାହିକାରେ ଥିବା ତଳିଆ ଅଞ୍ଚଳରେ ଥିବା ଗାଁ ଗୁଡ଼ିକରେ ବନ୍ୟାଜଳ ପରିସ୍ଥିତି ସୃଷ୍ଟି ହୋଇଛି।

କଟକ ଜିଲ୍ଲାର ତିଗିରିଆର କୋଇଲିକନ୍ୟା ଓ ରଘୁରାମପୁର ଗାଁ ଭିତରେ ବନ୍ୟାଜଳ ପଶିଛି। ଯେଉଁଥି ପାଇଁ ଗାଁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।

Advertisment

ସେହିଭଳି ଉତ୍ତରବାଙ୍କୀ ବ୍ଲକର ୬ଟି ପଞ୍ଚାୟତ ଓ ତିଗିରିଆର ୩ଟି ପଞ୍ଚାୟତର ସଂପୂର୍ଣ୍ଣ ପାଣି ଘେରରେ ରହିଛି।

ଦେଖନ୍ତୁ ଭିଡିଓ-