/odisha-reporter/media/post_attachments/uploads/2015/05/THERMOMETRE_temperature_increase1.jpg)
THERMOMETRE_temperature_increase
ଭୁବନେଶ୍ୱର: ଅସହ୍ୟ ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଦୀର୍ଘ ଦୁଇ ସପ୍ତାହ ହେବ ରାଜ୍ୟରେ ହାରାହାରି ତାପମାତ୍ରା ୪୨ ଡିଗ୍ରୀରୁ ଅଧିକ ରହୁଛି। ଏଥିପାଇଁ ରାଜ୍ୟରେ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା ୮୯କୁ ଛୁଇଁଥିବା ଅଭିଯୋଗ ହୋଇଛି। କିନ୍ତୁ ରାଜ୍ୟରେ ମୋଟ ୨୩ ଜିଲ୍ଲାରେ ସରକାରୀ ଭାବେ ୧୨ପ୍ରାଣ ହରାଇଛନ୍ତି। ଅଂଶୁଘାତରେ ସର୍ବାଧିକ ଭାବେ ଯାଜପୁର ଜିଲ୍ଲାରେ ୧୭ ଜଣ, ଗଞ୍ଜାମରେ ୧୬ ଜଣ, କଟକରେ୧୦ ଜଣ, ଢେଙ୍କାନାଳରେ ୪ ଜଣ, ଖୋର୍ଦ୍ଦାରେ ୯ ଜଣ, କେଉଁଝରରେ ୫ଜଣ, କେନ୍ଦ୍ରାପଡାରେ ୭ଜଣ, ବରଗଡରେ, ପୁରୀ, ରାୟଗଡା, ସୁନ୍ଦରଗଡ, ଜଗତସିଂହପୁରରେ ୨ଲେଖାଏଁ ଅଂଶୁଘାତରେ ପ୍ରାଣ ହରାଇଛନ୍ତି। ସେହିପରି ଅନୁଗୁଳ, ବାଲେଶ୍ୱର, ବଲାଙ୍ଗୀର, ଭଦ୍ରକ, ବୌଦ୍ଧ, ଦେଓଗଡ, ଝାରସୁଗୁଡା, ମୟୁରଭଞ୍ଜ, ନୟାଗଡ, ନୂଆପଡା, ସମ୍ବଲପୁରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
