Advertisment

ଅଂଶୁଘାତରେ ୧୦୮ ଜଣଙ୍କ ମୃତ୍ୟୁ ଅଭିଯୋଗ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶରେ ଦିନକୁ ଦିନ ପାରଦ ଊର୍ଦ୍ଧ୍ୱଗାମୀ ହେଉଥିବା ବେଳେ ଉପକୂଳ ଓଡ଼ିଶରେ ଗତ ଦୁଇଦିନ ହେବ ତାତିଟିକେ ହ୍ରାସ ପାଇଛି। ଅସହ୍ୟ ତାତି ଯୋଗୁ ଅସମ୍ଭାଳ ହେଉଛି ଗଞ୍ଜାମର ସ୍ଥିତି। ଚଳିତ ଗ୍ରୀଷ୍ମମାସରେ ଏହି ଜିଲ୍ଲାରେ ୨୪ଜଣଙ୍କର ଅଂଶୁଘାତ ଜିନିତ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। କିନ୍ତୁ ସରକାରୀ ଭାବେ ଏହି ଜିଲ୍ଲାରେ ଏପର୍ଯ୍ୟନ୍ତ ୨୦ଜଣଙ୍କର ମୃତ୍ୟୁ ହୋଇଛି। ଏହାସହ ଅଂଶୁଘାତରେ ସାରା ରାଜ୍ୟରେ ମୃତ୍ୟୁସଂଖ୍ୟା ୧୦୮କୁ ଟପିଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ସରକାରୀଭାବେ ଏହି […]

ଅଂଶୁଘାତରେ ୧୦୮ ଜଣଙ୍କ ମୃତ୍ୟୁ ଅଭିଯୋଗ

heat-wave

Advertisment

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶରେ ଦିନକୁ ଦିନ ପାରଦ ଊର୍ଦ୍ଧ୍ୱଗାମୀ ହେଉଥିବା ବେଳେ ଉପକୂଳ ଓଡ଼ିଶରେ ଗତ ଦୁଇଦିନ ହେବ ତାତିଟିକେ ହ୍ରାସ ପାଇଛି। ଅସହ୍ୟ ତାତି ଯୋଗୁ ଅସମ୍ଭାଳ ହେଉଛି ଗଞ୍ଜାମର ସ୍ଥିତି। ଚଳିତ ଗ୍ରୀଷ୍ମମାସରେ ଏହି ଜିଲ୍ଲାରେ ୨୪ଜଣଙ୍କର ଅଂଶୁଘାତ ଜିନିତ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। କିନ୍ତୁ ସରକାରୀ ଭାବେ ଏହି ଜିଲ୍ଲାରେ ଏପର୍ଯ୍ୟନ୍ତ ୨୦ଜଣଙ୍କର ମୃତ୍ୟୁ ହୋଇଛି। ଏହାସହ ଅଂଶୁଘାତରେ ସାରା ରାଜ୍ୟରେ ମୃତ୍ୟୁସଂଖ୍ୟା ୧୦୮କୁ ଟପିଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ସରକାରୀଭାବେ ଏହି ସଂଖ୍ୟା ୧୭ ହୋଇଥିବା ସିଆରସି କାର୍ଯ୍ୟଳୟ ପକ୍ଷରୁ ସୂଚନା ମିଳିଛି। ଅଂଶୁଘାତରେ ସର୍ବାଧିକ ଭାବେ ଯାଜପୁର ଜିଲ୍ଲାରେ ୧୭ ଜଣ, କଟକରେ୧୦ ଜଣ, ଢେଙ୍କାନାଳରେ ୮ ଜଣ, ଖୋର୍ଦ୍ଦାରେ ୧୨ ଜଣ, କେଉଁଝରରେ ୫ଜଣ, କେନ୍ଦ୍ରାପଡାରେ ୮ ଜଣ, ବରଗଡରେ ୩ଜଣ , ପୁରୀରେ ୪, ରାୟଗଡାରେ ୨, ସୁନ୍ଦରଗଡରେ ୨ଜଣ , ଜଗତସିଂହପୁରରେ ୨ଲେଖାଏଁ ଅଂଶୁଘାତରେ ପ୍ରାଣ ହରାଇଛନ୍ତି। ସେହିପରି ଅନୁଗୁଳ, ବାଲେଶ୍ୱର, ବଲାଙ୍ଗୀର, ଭଦ୍ରକ, ବୌଦ୍ଧ, ଦେଓଗଡ, ଝାରସୁଗୁଡା, ମୟୁରଭଞ୍ଜ, ନୟାଗଡ, ନୂଆପଡା, ସମ୍ବଲପୁରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe