Advertisment

ଭୁବନେଶ୍ୱର ବିମାନବନ୍ଦରରେ ହେବ କି ଆତଙ୍କବାଦୀ ଆକ୍ରମଣ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନୂଆଦିଲ୍ଲୀ ବିମାନବନ୍ଦରରୁ ଆରଡିଏକ୍ସ ଜବତ ହେବାପରେ ଭୁବନେଶ୍ୱର ବିମାନବନ୍ଦରରେ ଆଣ୍ଟି ଏୟାରକ୍ରାଫ୍ଟ ହାଇଜାକ୍ ମକ୍ ଡ୍ରିଲ୍ ଆରମ୍ଭ କରାଯାଇଛି। ଏହି ମେଗା ମକ୍ ଡ୍ରିଲ୍‌ରେ ବିମାନବନ୍ଦର ସୁରକ୍ଷା ଦାୟିତ୍ୱରେ ଥିବା CISF, ଓଡ଼ିଶା ପୁଲିସର ଷ୍ଟେଟ୍ ଟାକ୍ଟିକାଲ୍ ୟୁନିଟ୍, ଆତଙ୍କବାଦୀ ନିରୋଧୀ ସ୍କ୍ୱାଡ୍‌, ଗୁଇନ୍ଦା ସଂସ୍ଥାର ଅଧିକାରୀ ଓ କର୍ମଚାରୀମାନେ ସାମିଲ ଥିଲେ। ଆତଙ୍କବାଦୀମାନେ ବିମାନ ଅପହରଣ କିମ୍ବା ବିମାନବନ୍ଦର ଭିତରେ କୌଣସି ଅଘଟଣ ଘଟାଇବାକୁ ଉଦ୍ୟମ କଲେ ଏହାକୁ କିଭଳି ପ୍ରତିହତ […]

ଅଦ୍ୟତନ ହୋଇଛି
ଭୁବନେଶ୍ୱର ବିମାନବନ୍ଦରରେ ହେବ କି ଆତଙ୍କବାଦୀ ଆକ୍ରମଣ?

air2

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନୂଆଦିଲ୍ଲୀ ବିମାନବନ୍ଦରରୁ ଆରଡିଏକ୍ସ ଜବତ ହେବାପରେ ଭୁବନେଶ୍ୱର ବିମାନବନ୍ଦରରେ ଆଣ୍ଟି ଏୟାରକ୍ରାଫ୍ଟ ହାଇଜାକ୍ ମକ୍ ଡ୍ରିଲ୍ ଆରମ୍ଭ କରାଯାଇଛି। ଏହି ମେଗା ମକ୍ ଡ୍ରିଲ୍‌ରେ ବିମାନବନ୍ଦର ସୁରକ୍ଷା ଦାୟିତ୍ୱରେ ଥିବା CISF, ଓଡ଼ିଶା ପୁଲିସର ଷ୍ଟେଟ୍ ଟାକ୍ଟିକାଲ୍ ୟୁନିଟ୍, ଆତଙ୍କବାଦୀ ନିରୋଧୀ ସ୍କ୍ୱାଡ୍‌, ଗୁଇନ୍ଦା ସଂସ୍ଥାର ଅଧିକାରୀ ଓ କର୍ମଚାରୀମାନେ ସାମିଲ ଥିଲେ।

Advertisment

ଆତଙ୍କବାଦୀମାନେ ବିମାନ ଅପହରଣ କିମ୍ବା ବିମାନବନ୍ଦର ଭିତରେ କୌଣସି ଅଘଟଣ ଘଟାଇବାକୁ ଉଦ୍ୟମ କଲେ ଏହାକୁ କିଭଳି ପ୍ରତିହତ କରାଯାଇ ପାରିବ। ସେହି ବିଷୟରେ ଆଜି ମକ୍ ଡ୍ରିଲ୍ କରାଯାଇଛି। ରାଜ୍ୟ ସରକାରଙ୍କ ଗୃହ ସଚିବ, ଭୁବନେଶ୍ୱର-କଟକ ପୁଲିସ କମିଶନରଙ୍କ ସମେତ ସିଆଇଏସ୍ଏଫ୍ କମାଣ୍ଟାଣ୍ଡ, ବିମାନବନ୍ଦର ନିର୍ଦ୍ଦେଶକ ପ୍ରମୁଖ ଏହି ଡ୍ରିଲ୍‌ରେ ସାମିଲ ଥିଲେ।

ବର୍ତ୍ତମାନ ସମୟରେ ଆତଙ୍କାବାଦୀ କାର୍ଯ୍ୟକଳାପକୁ ପ୍ରତିହତ କରିବା ପାଇଁ କିଭଳି ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିୟର ସଠିକ୍ ଭାବେ ପାଳନ କରାଯିବ, ସେଥିପାଇଁ ସମସ୍ତଙ୍କୁ ସୂଚନା ଦିଆଯିବା ସହ ସତର୍କ କରାଯାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe