Advertisment

ଡବଲ୍ ଡୋଜ୍ ନେବାର ୬ ମାସ ପରେ କମୁଛି ଆଣ୍ଟିବଡି!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ଟିକା ନେବାର ୬ ମାସ ଯାଏ ଶରୀରରେ ଆଣ୍ଟିବଡି ରହୁଛି। ଦୁଇ ଡୋଜ୍ ଟିକା ନେବା ପରେ କେବଳ ୬ ମାସ ଯାଏ ରୋଗ ପ୍ରତିରୋଧକ ଶକ୍ତି ଶରୀରରେ ରହୁଛି। ୬ ମାସ ପରେ ଟିକା ଆଉ ପ୍ରଭାବୀ ହେଉନାହିଁ। ଭିମସାରର ୪ ଜଣିଆ ଡାକ୍ତରୀ ଟିମର ଗବେଷଣା ପରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ଯାହାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ପଠାଯାଇଛି। ଉଭୟ ଡୋଜ୍ ନେଇଥିବା ୧୧୨ ଜଣଙ୍କୁ ଅଧ୍ୟୟନ […]

ଅଦ୍ୟତନ ହୋଇଛି
ଡବଲ୍ ଡୋଜ୍ ନେବାର ୬ ମାସ ପରେ କମୁଛି ଆଣ୍ଟିବଡି!

vaccine

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ଟିକା ନେବାର ୬ ମାସ ଯାଏ ଶରୀରରେ ଆଣ୍ଟିବଡି ରହୁଛି। ଦୁଇ ଡୋଜ୍ ଟିକା ନେବା ପରେ କେବଳ ୬ ମାସ ଯାଏ ରୋଗ ପ୍ରତିରୋଧକ ଶକ୍ତି ଶରୀରରେ ରହୁଛି। ୬ ମାସ ପରେ ଟିକା ଆଉ ପ୍ରଭାବୀ ହେଉନାହିଁ। ଭିମସାରର ୪ ଜଣିଆ ଡାକ୍ତରୀ ଟିମର ଗବେଷଣା ପରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ଯାହାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ପଠାଯାଇଛି।

Advertisment

ଉଭୟ ଡୋଜ୍ ନେଇଥିବା ୧୧୨ ଜଣଙ୍କୁ ଅଧ୍ୟୟନ କରାଯାଇଥିଲା। ୨୮ରୁ ୩୦ ଦିନ ମଧ୍ୟରେ ଦୁଇଟି ଟିକା ନେଇଥିଲେ। ପରେ ତିନିଟି ପର୍ଯ୍ୟାୟରେ ଏମାନଙ୍କ ରକ୍ତ ପରୀକ୍ଷା କରାଯାଇଥିଲା। ସେଥିରୁ ୯୯.୫ ପ୍ରତିଶତ ହିତାଧୀକାରୀ ରୋଗ ପ୍ରତିଷେଧକ ଆହରଣ କରିଥିଲେ। ପ୍ରଥମ ଡୋଜ ଟିକା ନେବାର ଏକ ମାସ ମଧ୍ୟରେ ୧୧ ଜଣଙ୍କ ଠାରେ ପ୍ରତିଷେଧକ ଲକ୍ଷଣ ଦେଖାଯାଇନଥିଲା।

ସେହିପରି ଦ୍ୱିତୀୟ ଡୋଜ କୋଭିସିଲଡ୍ ଟିକା ନେବାର ୬ ମାସ ପରେ ୭ ଜଣ ପ୍ରତିଷେଧକ ଶକ୍ତି ହରାଇବା ଗବେଷଣାରୁ ଜଣାପଡିଛି। ଗବେଷଣା କରିଥିବା ଟିମରେ RMRC ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତିଙ୍କ ସମେତ ୩ ଜଣ ରହିଛନ୍ତି।

Advertisment

ତେବେ ଏ ନେଇ ଭିମସାର ଗବେଷଣା କେନ୍ଦ୍ରର ଟିମ୍ ଲିଡର୍ ସଞ୍ଜୀବ କୁମାର ମିଶ୍ର କହିଛନ୍ତି, ଯେତେବେଳେ ଏହି ଗବେଷଣା ଆରମ୍ଭ ହେଲା, ସେତେବେଳେ ଆମେ ପ୍ରି-ଭ୍ୟାକ୍ସିନେସନର ଗୋଟିଏ ଡୋଜ୍ ନେଇଥିଲୁ। ବିଶେଷକରି ଆମେ କିଛି ଛାତ୍ରଙ୍କୁ ନେଇ ଏହି ଗବେଷଣା କରିଥିଲୁ। ପ୍ରଥମ ଡୋଜର ମାସେ ପରେ ଏବଂ ଦ୍ୱିତୀୟ ଡୋଜର ମାସେ ନେଇଥିଲୁ। ଏହା ପରେ ଦ୍ୱିତୀୟ ଡୋଜର ୬ ମାସ ପରେ ନେଇଥିଲୁ। ଏଥିରେ ଆମେ ଦେଖିବାକୁ ପାଇଲୁ ଯେ ପ୍ରଥମ ଡୋଜର ମାସେ ପରେ ୯୫% ଲୋକଙ୍କ ଶରୀରରେ ଆଣ୍ଟିବଡି ହୋଇଥିଲା।

ଦ୍ୱିତୀୟ ଡୋଜର ମାସେ ପରେ ୯୯.୯୫% ଲୋକଙ୍କ ଶରୀରରେ ଆଣ୍ଟିବଡି ହୋଇଥିଲା। ତେବେ ୬ ମାସ ବେଳକୁ ସେଥିମଧ୍ୟରୁ ୭ ଜଣ ଲୋକଙ୍କ ଭିତରେ ଆଣ୍ଟିବଡି ମାତ୍ରା କମି ଯାଇଥିଲା। ତେଣୁ ଏହାକୁ ଆମେ ୱେନିଂ ଅଫ୍ ଆଣ୍ଟିବଡି କହୁଛୁ। ଅନ୍ୟମାନଙ୍କ ଦେହରେ ଆଣ୍ଟିବଡି ଥିଲା। ତେବେ ଦ୍ୱିତୀୟ ଡୋଜର ଗୋଟିଏ ମାସ ପରେ ଯେଉଁ ସ୍ତର ଥିଲା, ସେଥିରୁ ପାଖାପାଖି ୫୦ରୁ ୭୦ ପ୍ରତିଶତ ଆଣ୍ଟିବଡି ମାତ୍ରା କମିଯାଇଥିଲା ବୋଲି ସଞ୍ଜୀବ କୁମାର କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe