Advertisment

ଥାନାର ଦ୍ୱାରସ୍ଥ ହେଲେ ଅନୁଭବ

କଟକ (ଓଡ଼ିଶା ରିପୋର୍ଟର): ସୋଶାଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ଓ ଫେସ୍‌ବୁକ୍‌ରେ ତାଙ୍କ ନାଁରେ ଫେକ୍ ଆକାଉଣ୍ଟ ଖୋଲାଯିବା ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଅନୁଭବ। ସେ କଟକ ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ଏନେଇ ଏତଲା ଦେଇଛନ୍ତି। ଏତଲାରେ ଅନୁଭବ ଦର୍ଶାଇଛନ୍ତି ଯେ ଇନ୍‌ଷ୍ଟାଗ୍ରାମରେ ତାଙ୍କ ନାଁରେ କେହି ଜଣେ ଫେକ୍ ଆକାଉଣ୍ଟ ଖୋଲି ଲୋକଙ୍କୁ ଡୋନେସନ ମାଗୁଛି। ଏହି ଫେକ୍ ଏକାଉଣ୍ଟରେ ଲକ୍ଷେ ୯୪ ହଜାର […]

ଅଦ୍ୟତନ ହୋଇଛି
ଥାନାର ଦ୍ୱାରସ୍ଥ ହେଲେ ଅନୁଭବ

Anubhab Mohanty

Advertisment

କଟକ (ଓଡ଼ିଶା ରିପୋର୍ଟର): ସୋଶାଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ଓ ଫେସ୍‌ବୁକ୍‌ରେ ତାଙ୍କ ନାଁରେ ଫେକ୍ ଆକାଉଣ୍ଟ ଖୋଲାଯିବା ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଅନୁଭବ। ସେ କଟକ ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ଏନେଇ ଏତଲା ଦେଇଛନ୍ତି।

Advertisment

ଏତଲାରେ ଅନୁଭବ ଦର୍ଶାଇଛନ୍ତି ଯେ ଇନ୍‌ଷ୍ଟାଗ୍ରାମରେ ତାଙ୍କ ନାଁରେ କେହି ଜଣେ ଫେକ୍ ଆକାଉଣ୍ଟ ଖୋଲି ଲୋକଙ୍କୁ ଡୋନେସନ ମାଗୁଛି। ଏହି ଫେକ୍ ଏକାଉଣ୍ଟରେ ଲକ୍ଷେ ୯୪ ହଜାର ଫଲୋଅର ଅଛନ୍ତି।

ଅନୁଭବ ଆହୁରି ଉଲ୍ଲେଖ କରିଛନ୍ତି ଯେ ଫେକ୍ ଆକାଉଣ୍ଟ ଖୋଲି ଥିବା ବ୍ୟକ୍ତି ତାଙ୍କୁ ବ୍ଲକ୍‌ କରି ଦେଇଥିବାରୁ ସେ କୌଣସି ପୋଷ୍ଟ ଦେଖିପାରୁ ନାହାନ୍ତି। ଏହା ସହିତ ଫେସ୍‌ବୁକ୍‌ରେ ମଧ୍ୟ ତାଙ୍କ ନାଁରେ ଏକ ଫେକ୍ ଆଉଣ୍ଟ ଖୋଲା ଯାଇଥିବା ସେ ଦର୍ଶାଇଛନ୍ତି।

Advertisment

ତୁରନ୍ତ ଉକ୍ତ ଫେକ୍ ଆକାଉଣ୍ଟ ଗୁଡ଼ିକୁ ବନ୍ଦ କରିବା ସହିତ ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁଭବ ମହାନ୍ତି ତାଙ୍କ ଏତଲାରେ ଲେଖିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe