Advertisment

ଜ୍ଞାନ ବାଣ୍ଟିଲେ ଅନୁଭବ, କହିଲେ- ଶତ୍ରୁତା, ଘୃଣା ଛାଡ଼ି ସମସ୍ତଙ୍କୁ ଭଲ ପାଅ

କଟକ(ଓଡ଼ିଶା ରିପୋର୍ଟର):ବ୍ୟାକ୍‌ ଟୁ ବ୍ୟାକ୍‌ ୩ଟି ଭିଡିଓ କରି ପତ୍ନୀ ବର୍ଷା ପ୍ରିୟଦର୍ଶୀନିଙ୍କୁ ଟାର୍ଗେଟ କରିବା ପରେ ଏବେ ଅନୁଭବ ଛାଡ଼ିଛନ୍ତି ଆଉ ଏକ ଭିଡିଓ। ଏହି ଭିଡିଓରେ କାହାର ନାମ ନେଇ ନ ଥିବା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଫ୍ୟାନ୍ସଙ୍କ ଉଦ୍ଦେଶ୍ୟରେ ଦେଇଛନ୍ତି ବାର୍ତ୍ତା। ନିଜ ଭିଡିଓରେ ଅନୁଭବ କହିଛନ୍ତି,  ପିଲାବେଳୁ ମୁଁ ସକାଳୁ ଉଠିପାରେ ନାହିଁ। ଭାରି କଷ୍ଟ ହୁଏ। ହେଲେ ଏବେ ରାତି ଦିନ ହେବା କଷ୍ଟକର ହୋଇପଡ଼ିଛି। ତଥାପି ମୁଁ […]

ଅଦ୍ୟତନ ହୋଇଛି
ଜ୍ଞାନ ବାଣ୍ଟିଲେ ଅନୁଭବ, କହିଲେ- ଶତ୍ରୁତା, ଘୃଣା ଛାଡ଼ି ସମସ୍ତଙ୍କୁ ଭଲ ପାଅ

anubhab

Advertisment

କଟକ(ଓଡ଼ିଶା ରିପୋର୍ଟର):ବ୍ୟାକ୍‌ ଟୁ ବ୍ୟାକ୍‌ ୩ଟି ଭିଡିଓ କରି ପତ୍ନୀ ବର୍ଷା ପ୍ରିୟଦର୍ଶୀନିଙ୍କୁ ଟାର୍ଗେଟ କରିବା ପରେ ଏବେ ଅନୁଭବ ଛାଡ଼ିଛନ୍ତି ଆଉ ଏକ ଭିଡିଓ। ଏହି ଭିଡିଓରେ କାହାର ନାମ ନେଇ ନ ଥିବା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଫ୍ୟାନ୍ସଙ୍କ ଉଦ୍ଦେଶ୍ୟରେ ଦେଇଛନ୍ତି ବାର୍ତ୍ତା।

Advertisment

ନିଜ ଭିଡିଓରେ ଅନୁଭବ କହିଛନ୍ତି,  ପିଲାବେଳୁ ମୁଁ ସକାଳୁ ଉଠିପାରେ ନାହିଁ। ଭାରି କଷ୍ଟ ହୁଏ। ହେଲେ ଏବେ ରାତି ଦିନ ହେବା କଷ୍ଟକର ହୋଇପଡ଼ିଛି। ତଥାପି ମୁଁ ସକାଳୁ ଉଠୁଛି, କାମ କରିବାକୁ ଚେଷ୍ଟା କରୁଛି। ଏହା କେବଳ ଆପଣମାନଙ୍କ ପାଇଁ ସମ୍ଭବପର ହୋଇପାରିଛି’। ପୁଣି ଆଉ ଏକ ଭିଡିଓ ଛାଡ଼ି ବିଜେଡି ସାଂସଦ ଅନୁଭବ ମହାନ୍ତି ଏଭଳି କିଛି କହିଛନ୍ତି।

ଅନୁଭବ ମହାନ୍ତିଙ୍କ ନାଁରେ ଥିବା ଏକ ୟୁଟ୍ୟୁବ୍‌ ଚ୍ୟାନେଲରେ ଆଜି ସକାଳୁ ଏହି ଭିଡିଓଟି ଅପଲୋଡ୍‌ କରାଯାଇଛି। ଏଥର ନା ସେ ପତ୍ନୀ ବର୍ଷାଙ୍କୁ ଟାର୍ଗେଟ୍‌ କରିଛନ୍ତି ନା ବର୍ଷାଙ୍କ ଉଦ୍ଦେଶ୍ୟରେ କିଛି କହିଛନ୍ତି। ବରଂ ସେ ନିଜ ପରିବାର ବିଷୟରେ ଓ ଫ୍ୟାନ୍ସଙ୍କ ଉଦ୍ଦେଶ୍ୟରେ କିଛି ବାର୍ତ୍ତା ଦେଇଛନ୍ତି। ଭିଡିଓ ଛାଡ଼ି ଅନୁଭବ କହିଛନ୍ତି, ‘ମୁଁ ଆପଣଙ୍କୁ କିଛିବି ମିଛ କଥା କହିନାହିଁ। ମୃତ୍ୟୁ ପର୍ଯ୍ୟନ୍ତ ମୁଁ ଏମିତି କିଛିବି କାମ କରିବି ନାହିଁ, ଯେଉଁଥିପାଇଁ ଆପଣଙ୍କ ମୁଣ୍ଡ ମୋ ପାଇଁ ତଳକୁ ହୋଇଯିବ। କଟକରେ ଘର ଥାଉ ଥାଉ ଆମେ ଏବେ ନିଜ ଘରେ ନୁହେଁ ବରଂ ଭଡ଼ା ଘରେ ରହୁଛୁ। ବାପାମା’, ଭାଇ, ଭାଇବୋହୂ, ଝିଆରୀଙ୍କ ସହ ରହୁଛି।’

Advertisment

ଆହୁରି କହିଛନ୍ତି, ‘ଆପଣମାନେ ସବୁ ଦୁଃଖକଷ୍ଟରୁ ଦୂରରେ ରୁହନ୍ତୁ। ସମସ୍ତଙ୍କୁ ଭଲ ପାଆନ୍ତୁ। ଶତ୍ରୁତା, ଘୃଣାଠୁ ଦୂରରେ ରହି ପରିବାର ସହ ଏକାଠି ରୁହନ୍ତୁ। ନିଜ ବାପାମା’ଙ୍କୁ ଭଲ ପାଇବାରେ କେବେବି ଉଣା କରିବେ ନାହିଁ। ସେମାନେ ଭଗବାନ।’
href="https://odishareporter.in/odisha/varsha-priyadarshini-files-complaint-with-cyber-police-736734">ଅପରପକ୍ଷେ, ଅନୁଭବଙ୍କ ଭିଡିଓକୁ ନେଇ ପୁଣି ଥରେ  ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବର୍ଷା ପ୍ରିୟଦର୍ଶିନୀ । ସୋଶାଲ ତାଙ୍କ ନାଁରେ ଅପପ୍ରଚାର ବନ୍ଦ ନିର୍ଦ୍ଦେଶ ପାଇଁ ପିଟିସନ୍ ଦାଏର କରିଛନ୍ତି ବର୍ଷା । ଏଥିରେ ସେ ସ୍ୱାମୀ ଅନୁଭବ, ରାଜ୍ୟ ସରକାର, ସୂଚନା ଓ ପ୍ରସାରଣ ମନ୍ତ୍ରାଳୟକୁ ପକ୍ଷଭୁକ୍ତ କରିଛନ୍ତି।

ସୂଚନାଥାଉ କି, ବିଜେଡି ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ସୋଶାଲ ମିଡିଆ ୱାର୍‌ ତେଜିବାରେ ଲାଗିଛି। କେତେବେଳେ ପାରିବାରିକ ବିବାଦ ମାମଲାକୁ ନେଇ ‍ବର୍ଷାଙ୍କ ବିରୋଧରେ ଅନୁଭବ ସୋଶାଲ ମିଡିଆରେ ଭିଡିଓ/ପୋଷ୍ଟ ଛାଡ଼ି ଖୋଲାଖୋଲି ଚ୍ୟାଲେଞ୍ଜ ଦେଉଛନ୍ତି ତ ଆଉ କେତେବେଳେ ବର୍ଷାଙ୍କ ଫ୍ୟାନ୍‌ ସୋଶାଲ ମିଡିଆରେ ଅନୁଭବଙ୍କ ନାଁ ନନେଇ ତାଙ୍କ ବିରୋଧରେ ପୋଷ୍ଟ ଶେଆର କରୁଛନ୍ତି। ଅନୁଭବ ଗୋଟିଏ ପୋଷ୍ଟ/ଭିଡିଓ ଶେଆର କଲେ ବର୍ଷାଙ୍କ ଫ୍ୟାନ୍‌ ଏହାର ଜବାବ ଦେବାକୁ ଏକ ପ୍ରକାର ରେଡ୍ଡି ହୋଇ ରହୁଛନ୍ତି ।  ସ୍ୱାମୀ-ସ୍ତ୍ରୀଙ୍କ କଳିର କଡ଼ା ଜବାବ ଏବେ ଫ୍ୟାନ୍ସ ଦେଉଛନ୍ତି।

Anubhav Mohanty Barsha-Anubhav Controversy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe