Advertisment

ବର୍ଷାଙ୍କୁ ଟ୍ୱିଟ ବାଣ ମାରିଲେ ଅନୁଭବ, ପଚାରିଲେ- ଅଡ଼ିଓ କ୍ଲିପ୍‌ ପଛର ସତ କ’ଣ ?

କଟକ (ଓଡ଼ିଶା ରିପୋର୍ଟର): କିଛି ଦିନର ନୀରବତା ପରେ ପତ୍ନୀ ବର୍ଷା ପ୍ରିୟଦର୍ଶୀନିଙ୍କୁ ସିଧାସଳଖ ପ୍ରଶ୍ନ ପଚାରିଛନ୍ତି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି । ସୋଶାଲ ମିଡିଆରେ ଭାଇରାଲ ହେଉଥିବା ଏକ ଅଡିଓ କ୍ଲିପ୍‌ରେ ଶୁଭୁଥିବା ସ୍ୱର କାହାର ବୋଲି ଟ୍ୱିଟରରେ ସଫା ସଫା ପ୍ରଶ୍ନ ପଚାରିଛନ୍ତି ଅନୁଭବ। ହେଲେ ଅପରପକ୍ଷରୁ ମିଳିନି କିଛି ଉତ୍ତର। ଉଭୟ ଅନୁଭବ ଓ ବର୍ଷା ପ୍ରିୟଦର୍ଶୀନିଙ୍କ ଦାମ୍ପତ୍ୟ କଳି ଦିନକୁ ଦିନ ବିବାଦୀୟ ମୋଡ଼ ନେବାରୁ କେହି କାହାକୁ […]

author-image
Niharika Rout
ଅଦ୍ୟତନ ହୋଇଛି
ବର୍ଷାଙ୍କୁ ଟ୍ୱିଟ ବାଣ ମାରିଲେ ଅନୁଭବ, ପଚାରିଲେ- ଅଡ଼ିଓ କ୍ଲିପ୍‌ ପଛର ସତ କ’ଣ ?

anubhav-&-varsa

କଟକ (ଓଡ଼ିଶା ରିପୋର୍ଟର): କିଛି ଦିନର ନୀରବତା ପରେ ପତ୍ନୀ ବର୍ଷା ପ୍ରିୟଦର୍ଶୀନିଙ୍କୁ ସିଧାସଳଖ ପ୍ରଶ୍ନ ପଚାରିଛନ୍ତି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି । ସୋଶାଲ ମିଡିଆରେ ଭାଇରାଲ ହେଉଥିବା ଏକ ଅଡିଓ କ୍ଲିପ୍‌ରେ ଶୁଭୁଥିବା ସ୍ୱର କାହାର ବୋଲି ଟ୍ୱିଟରରେ ସଫା ସଫା ପ୍ରଶ୍ନ ପଚାରିଛନ୍ତି ଅନୁଭବ। ହେଲେ ଅପରପକ୍ଷରୁ ମିଳିନି କିଛି ଉତ୍ତର।

Advertisment

ଉଭୟ ଅନୁଭବ ଓ ବର୍ଷା ପ୍ରିୟଦର୍ଶୀନିଙ୍କ ଦାମ୍ପତ୍ୟ କଳି ଦିନକୁ ଦିନ ବିବାଦୀୟ ମୋଡ଼ ନେବାରୁ କେହି କାହାକୁ ଆକ୍ଷେପ ନ କରିବାକୁ କିମ୍ବା ଟାର୍ଗେଟ ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ। ହେଲେ କୋର୍ଟଙ୍କ କଡ଼ା ବାରଣ ବି କାମ ଦେଲାନି। କିଛି ଦିନର ନୀରବତା ପରେ ପୁଣି ଥରେ ସୋଶାଲ ମିଡିଆରେ ଆକ୍ଟିଭ ହୋଇଥିବା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି  ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ମାରିଛନ୍ତି ଟ୍ୱିଟର ବାଣ।

ସୋଶାଲ ମିଡିଆରେ ଭାଇରାଲ ହେଉଥିବା ଏକ ଅଡିଓ କ୍ଲିପ୍‌କୁ ନିଜ ଟୁଇଟ୍‌ର ପେଜରେ ପୋଷ୍ଟ କରିଛନ୍ତି ଅନୁଭବ । ତେଣୁ ଏଥିରେ ଥିବା ସ୍ୱର ବର୍ଷା ଏବଂ ତାଙ୍କ ଭଉଣୀଙ୍କର କି ବୋଲି ତାହା ସ୍ପଷ୍ଟ କରନ୍ତୁ ବୋଲି ଅନୁଭବ ଲେଖିଛନ୍ତି । ଏହାକୁ ନେଇ  ଫିଲ୍ମ ଓ ରାଜନୀତି କ୍ଷେତ୍ରର ବହୁ ବ୍ୟକ୍ତି ଅନେକ ପ୍ରଶ୍ନ ପଚାରୁଥିବା ଦର୍ଶାଇ ଏହାର ଉତ୍ତର ଆଶା କରିଛନ୍ତି ଅନୁଭବ ।

Advertisment

ଅନୁଭବ ଆହୁରି ଏକ ଟୁଇଟ୍‌ରେ ଲେଖିଛନ୍ତି, ଏପରି କରି  ବର୍ଷାଙ୍କୁ ଆଘାତ ଦେବା କିମ୍ବା ପ୍ରତିଛବିକୁ ମଳିନ କରିବା ତାଙ୍କର ଉଦ୍ଦେଶ୍ୟ ନୁହେଁ।  ବର୍ଷାଙ୍କ ପ୍ରତି ତାଙ୍କର ସମ୍ମାନ ରହିଛି । କିନ୍ତୁ ବହୁବାର ଅପମାନିତ ଓ ନିର୍ଯାତିତ ହେବା ପରେ ସେ ଟୁଇଟ୍ କରି ଏପରି ପ୍ରଶ୍ନ ପଚାରିବାକୁ ବାଧ୍ୟ ହେଉଛନ୍ତି । ଆଉ ଏଭଳି ଅପମାନ ଦ୍ୱାରା ସେ ଏବଂ ତାଙ୍କ ପୂରା ପରିବାର ମାନସିକ ଓ ଶାରୀରିକ ଭାବେ ପ୍ରଭାବିତ ହୋଇଥିବା ଅନୁଭବ ନିଜ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ।

ଶେଷରେ ଏହା ଏକ ବନ୍ଧୁତ୍ୱପୂର୍ଣ୍ଣ ଟ୍ୱିଟ୍, କୌଣସି ଅପରାଧ ନୁହେଁ ବୋଲି ଅନୁଭବ ଲେଖିଛନ୍ତି । ତେବେ ଏନେଇ ବର୍ଷା ପ୍ରିୟଦର୍ଶିନୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ  ।

ପାରିବାରିକ ବିବାଦ ମାମଲାରେ ଗତ ୧୪ ତାରିଖରେ ଉଭୟ ଅନୁଭବ ଏବଂ ବର୍ଷା କଟକ ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ । ପରେ ଫ୍ୟାମିଲି କୋର୍ଟ ଜଜ୍ ତାଙ୍କ ଚାମ୍ବରରେ ଉଭୟଙ୍କ ସହ ଆଲୋଚନା କରିଥିଲେ । ଏହାର କିଛି ଦିନ ବ୍ୟବଧାନ ପରେ ପୁଣି ଥରେ ଅନୁଭବଙ୍କ ଟ୍ୱିଟକୁ ନେଇ ଜୋର ଧରିଲାଣି ଚର୍ଚ୍ଚା।