Advertisment

ଚୁପ୍ ରୁହ, ଅନୁଭବ ଓ ବର୍ଷାଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ(ଓଡ଼ିଶା ରିପୋର୍ଟର): ଚୁପ୍ ରୁହ। ସୋଶାଲ ମିଡିଆରେ ଏମିତି ମନ୍ତ୍ରବ୍ୟ ଦିଅନି। ଆଜି ଅନୁଭବଙ୍କୁ ଏଭଳି କଡ଼ା ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ବର୍ଷା-ଅନୁଭବ ପାରିବାରିକ କଳି ହାଇକୋର୍ଟରେ ପହଞ୍ଚିବା ପରେ ପୁଣି ଭିନ୍ନ ମୋଡ଼ ନେଇଛି। କୌଣସି ବି ସ୍ଥାନରେ କେହି କାହା ବିରୋଧରେ ମନ୍ତବ୍ୟ ନ ଦେବାକୁ ହାଇକୋର୍ଟ ଆଉ ଏକ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ପରେ ଅନୁଭବଙ୍କୁ ଏକ ବଡ଼ ଝଟକା ଲାଗିଛି। ଜୁଲାଇ ୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ରହିଛି। […]

ଅଦ୍ୟତନ ହୋଇଛି
ଚୁପ୍ ରୁହ, ଅନୁଭବ ଓ ବର୍ଷାଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

anubhava

Advertisment

କଟକ(ଓଡ଼ିଶା ରିପୋର୍ଟର): ଚୁପ୍ ରୁହ। ସୋଶାଲ ମିଡିଆରେ ଏମିତି ମନ୍ତ୍ରବ୍ୟ ଦିଅନି। ଆଜି ଅନୁଭବଙ୍କୁ ଏଭଳି କଡ଼ା ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ବର୍ଷା-ଅନୁଭବ ପାରିବାରିକ କଳି ହାଇକୋର୍ଟରେ ପହଞ୍ଚିବା ପରେ ପୁଣି ଭିନ୍ନ ମୋଡ଼ ନେଇଛି। କୌଣସି ବି ସ୍ଥାନରେ କେହି କାହା ବିରୋଧରେ ମନ୍ତବ୍ୟ ନ ଦେବାକୁ ହାଇକୋର୍ଟ ଆଉ ଏକ ନିର୍ଦ୍ଦେଶ ଦେଇଛନ୍ତି।

Advertisment

କୋର୍ଟଙ୍କ ନିର୍ଦ୍ଦେଶ ପରେ ଅନୁଭବଙ୍କୁ ଏକ ବଡ଼ ଝଟକା ଲାଗିଛି। ଜୁଲାଇ ୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ରହିଛି। ସୋଶାଲ ମିଡିଆରେ ବାରମ୍ବାର ଅରୁଚିକର ମନ୍ତ୍ରବ୍ୟ ଅନୁଭବ ଦେଉଥିବା ନେଇ ଭିଡିଓ କରୁଥିବା ନେଇ ହାଇକୋର୍ଟ ଯାଇଥିଲେ ବର୍ଷା।

ସୂଚନା ଥାଉକି, ବର୍ଷାଙ୍କ ବିରୋଧରେ ଲଗାଦାର ଗୋଟିଏ ପରେ ଗୋଟିଏ ୩ଟି ଭିଡ଼ିଓ ଅନୁଭବ ସୋଶାଲ ମିଡ଼ିଆ ଛାଡ଼ିଥିଲେ। ଏହାକୁ ନେଇ ବର୍ଷା ସାଇବର ଥାନାରେ ଅଭିଯୋଗ ମଧ୍ୟ କରିଥିଲେ। ତେଣେ ସାମାଜିକ ଗଣମାଧ୍ୟମରେ ଦୁହିଁଙ୍କ ନାମରେ ଥିବା ଫ୍ୟାନ୍ କ୍ଲବ ଆକାଉଣ୍ଟରେ ଏହି ଘଟଣାର ବାଦ ପ୍ରତିବାଦ, ଆରୋପ ପ୍ରତ୍ୟାରୋପ ଦେଖାଦେଇଥିଲା। ଯାହା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ଦୁହିଁଙ୍କ ପାରିବାରିକ ବିଚ୍ଛେଦ ମାମଲା ମଧ୍ୟ କୋର୍ଟରେ ଚାଲୁଛି। ମାମଲାର ସମାଧାନ ହୋଇ ନ ଥିବା ବେଳେ ଫିଲ୍ମ ଦୁନିଆର ଏହି ଚର୍ଚ୍ଚିତ ଜୋଡ଼ିଙ୍କ ପାରିବାରିକ କଳି ବଢ଼ି ଚାଲିଛି। କୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ଆଗକୁ ପରିସ୍ଥିତି କ’ଣ ହେଉଛି ତାହା ଉପରେ ସମସ୍ତଙ୍କ ଦୃଷ୍ଟି ରହିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe