Advertisment

ବର୍ଷାଙ୍କୁ ୩୦ ହଜାର ଟଙ୍କା ଦେଲେ ଅନୁଭବ

କଟକ (ଓଡ଼ିଶା ରିପୋର୍ଟର): କଟକ ଏସ୍‌ଡିଜେଏମ୍‌ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଆଜି ୩୦ ହଜାର ଟଙ୍କା ଦେଇଛନ୍ତି ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି। ବର୍ଷାଙ୍କ ବିକଳ୍ପ ରହଣି ପାଇଁ ଅନୁଭବ ଏହି ଟଙ୍କା ଦେଇଛନ୍ତି। ସେ ଏହି ଟଙ୍କା ବର୍ଷାଙ୍କ ଆକାଉଣ୍ଟରେ ଡିପୋଜିଟ୍ କରିଛନ୍ତି। ବର୍ଷାଙ୍କ ଆକାଉଣ୍ଟରେ ଟଙ୍କା ଡିପୋଜିଟ୍ କରିଥିବା ନେଇ ଅନୁଭବ କୋର୍ଟଙ୍କୁ ମଧ୍ୟ ଅବଗତ କରାଇଛନ୍ତି। ପ୍ରଥମ କିସ୍ତି ଟଙ୍କା ପାଇଥିବାରୁ ଏବେ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ବର୍ଷାଙ୍କୁ […]

ଅଦ୍ୟତନ ହୋଇଛି
ବର୍ଷାଙ୍କୁ ୩୦ ହଜାର ଟଙ୍କା ଦେଲେ ଅନୁଭବ

Anubhab and Varsha

Advertisment

କଟକ (ଓଡ଼ିଶା ରିପୋର୍ଟର): କଟକ ଏସ୍‌ଡିଜେଏମ୍‌ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଆଜି ୩୦ ହଜାର ଟଙ୍କା ଦେଇଛନ୍ତି ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି। ବର୍ଷାଙ୍କ ବିକଳ୍ପ ରହଣି ପାଇଁ ଅନୁଭବ ଏହି ଟଙ୍କା ଦେଇଛନ୍ତି। ସେ ଏହି ଟଙ୍କା ବର୍ଷାଙ୍କ ଆକାଉଣ୍ଟରେ ଡିପୋଜିଟ୍ କରିଛନ୍ତି। ବର୍ଷାଙ୍କ ଆକାଉଣ୍ଟରେ ଟଙ୍କା ଡିପୋଜିଟ୍ କରିଥିବା ନେଇ ଅନୁଭବ କୋର୍ଟଙ୍କୁ ମଧ୍ୟ ଅବଗତ କରାଇଛନ୍ତି।

Advertisment

ପ୍ରଥମ କିସ୍ତି ଟଙ୍କା ପାଇଥିବାରୁ ଏବେ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ବର୍ଷାଙ୍କୁ ୨ ମାସ ମଧ୍ୟରେ ଅନୁଭବଙ୍କ ପୈତୃକ ଘର ଛାଡ଼ିବାକୁ ପଡ଼ିବ। ଏହା ପରେ ପ୍ରତିମାସ ୧୦ ତାରିଖ ବା ତା’ ପୂର୍ବରୁ ବର୍ଷାଙ୍କୁ ବିକଳ୍ପ ରହଣି ବାବଦକୁ ଅନୁଭବ ୩୦ ହଜାର ଟଙ୍କା ଦେବେ।

ବର୍ଷା ଏବେ ଅନୁଭବଙ୍କ ପୈତୃକ ଘରେ ରହୁଛନ୍ତି। ସେଠାରେ ଅନୁଭବଙ୍କ ପରିବାରର କୌଣସି ସଦସ୍ୟ ରହୁ ନାହାନ୍ତି। ବର୍ଷା ବାରମ୍ବାର ମିଛ ଅଭିଯୋଗ ଆଣିବାରୁ ଅତିଷ୍ଠ ହୋଇ ଓ ସୁରକ୍ଷା ଦୃଷ୍ଟିରୁ ସେମାନେ ଅନ୍ୟ ସ୍ଥାନରେ ରହୁଛନ୍ତି ବୋଲି ଗତକାଲି ଅନୁଭବଙ୍କ ଓକିଲ ଗଣମାଧ୍ୟମକୁ କହିଥିଲେ। ତେବେ ଏବେ ସେମାନେ ନିଜ ଘରକୁ ଫେରିବାକୁ ଚାହୁଁଛନ୍ତି। ବିଶେଷ କରି ଅନୁଭବଙ୍କ ବାପା ଓ ବଡ଼ବାପା ଅସୁସ୍ଥ ରହୁଥିବାରୁ ସେମାନେ ନିଜ ପୈତୃକ ଘରେ ରହିବାକୁ ଚାହୁଁଛନ୍ତି। ସେଥିପାଇଁ ବର୍ଷାଙ୍କୁ ସେହି ଘର ଛାଡ଼ିବାକୁ ନିର୍ଦ୍ଦେଶ ଦେବାକୁ ଅନୁଭବ କଟକ ଏସ୍‌ଡିଜେଏମ୍‌ରେ ଏକ ଆବେଦନ କରିଥିଲେ। ଗତ ସପ୍ତାହରେ କୋର୍ଟ ଏହା ଉପରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିବା ବେଳେ ଗତକାଲି ରାୟ ପ୍ରକାଶ କରିଥିଲେ।

Advertisment

ଅନ୍ୟପକ୍ଷରେ ଏହିସବୁ ଅଗ୍ରଗତି ନେଇ ବର୍ଷା ପ୍ରିୟଦର୍ଶିନୀଙ୍କ ପ୍ରତିକ୍ରିୟା ମିଳିପାରିନି। ସେ ଘର ଛାଡ଼ିବେ ନା କଟକ ଏସ୍‌ଡିଜେଏମ୍‌ଙ୍କ ରାୟ ବିରୋଧରେ ଉପର କୋର୍ଟକୁ ଯିବେ, ତାହା ଜଣାପଡ଼ିନି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe