Advertisment

ଅନୁଭବ ଶୁଣାଇଲେ ଚରମବାଣୀ- ଏପରି କାମରୁ ଦୂରେଇ ନ ରହିଲେ କୋର୍ଟକୁ ଟାଣିବି

କଟକ (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ପୁଣି ଥରେ ସୋଶାଲ ମିଡିଆରେ ମୁହଁ ଖୋଲିଛନ୍ତି। ଏଥର କିନ୍ତୁ ତାଙ୍କ ଟାର୍ଗେଟ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ନୁହନ୍ତି।  ମିଥ୍ୟା ଖବର ଛାପିବା ତଥା ଅପଲୋଡ୍ କରୁଥିବା ନ୍ୟୁଜ ପୋର୍ଟାଲ ଏବଂ ୟୁଟ୍ୟୁବ୍ ଚ୍ୟାନେଲଙ୍କୁ ଏଥର ଟାର୍ଗେଟ କରିଛନ୍ତି ଅନୁଭବ। ଏପରି କାମରୁ ଦୂରେଇ ନ ରହିଲେ ସେମାନଙ୍କୁ କୋର୍ଟ ଟାଣିବେ ବୋଲି ଚେତାବନୀ ଦେଇଛନ୍ତି ଅନୁଭବ। ଅନୁଭବ ଓ ବର୍ଷାଙ୍କ ସମ୍ପର୍କକୁ ନେଇ ସୋଶାଲ ମିଡିଆରେ […]

author-image
Niharika Rout
ଅଦ୍ୟତନ ହୋଇଛି
କୁଆଡ଼େ ଗଲେ ବିଜେଡିର ହ୍ୟାଣ୍ଡସମ୍‌ ଷ୍ଟାର୍ ଅନୁଭବ ମହାନ୍ତି ?

anubhav

କଟକ (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ପୁଣି ଥରେ ସୋଶାଲ ମିଡିଆରେ ମୁହଁ ଖୋଲିଛନ୍ତି। ଏଥର କିନ୍ତୁ ତାଙ୍କ ଟାର୍ଗେଟ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ନୁହନ୍ତି।  ମିଥ୍ୟା ଖବର ଛାପିବା ତଥା ଅପଲୋଡ୍ କରୁଥିବା ନ୍ୟୁଜ ପୋର୍ଟାଲ ଏବଂ ୟୁଟ୍ୟୁବ୍ ଚ୍ୟାନେଲଙ୍କୁ ଏଥର ଟାର୍ଗେଟ କରିଛନ୍ତି ଅନୁଭବ। ଏପରି କାମରୁ ଦୂରେଇ ନ ରହିଲେ ସେମାନଙ୍କୁ କୋର୍ଟ ଟାଣିବେ ବୋଲି ଚେତାବନୀ ଦେଇଛନ୍ତି ଅନୁଭବ।

Advertisment

ଅନୁଭବ ଓ ବର୍ଷାଙ୍କ ସମ୍ପର୍କକୁ ନେଇ ସୋଶାଲ ମିଡିଆରେ ବିଭିନ୍ନ ପ୍ରକାର ଖବର ପ୍ରସାରଣ ପରେ ମୁହଁ ଖୋଲିଛନ୍ତି ଅନୁଭବ ମହାନ୍ତି। ଏଭଳି ଅଯଥା ମିଥ୍ୟା ଓ ଭିତ୍ତିହୀନ ଖବର ପରିବେଷଣରୁ ବିରତ ରହିବାକୁ ଅନୁଭବ ସଂପୃକ୍ତ ଗଣମାଧ୍ୟମ ସଂସ୍ଥା ଓ ୟୁଟ୍ୟୁବ ଚ୍ୟାନେଲଗୁଡ଼ିକୁ ଚେତାବନୀ ଦେଇଛନ୍ତି।

ସୋଶାଲ ମିଡିଆରେ ଏନେଇ ଏକ ପୋଷ୍ଟ କରି ଅନୁଭବ ଲେଖିଛନ୍ତି ଯେ, ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସେ ନିରବତା ଅବଲମ୍ବନ କରିଛନ୍ତି। ତା’ ମାନେ ନୁହେଁ ଯେ, କିଛି ଗଣମାଧ୍ୟମ ସଂସ୍ଥା ଓ ୟୁଟ୍ୟୁବ ଚ୍ୟାନେଲ ମନକୁ ଯାହା ଆସିବ ତାହା ଲେଖିବେ ବା କହିବେ । ଲୋକଙ୍କୁ ଦ୍ୱନ୍ଦରେ ନ ପକାଇବାକୁ ସେମାନଙ୍କୁ ଅନୁଭବ ଚେତାବନୀ ଦେବା ସହ ଭବିଷ୍ୟତରେ ଏପରି କଲେ କାଠଗଡ଼ାକୁ ଟାଣିବେ ବୋଲି ଚରମବାଣୀ ଶୁଣାଇ ଦେଇଛନ୍ତି।

Advertisment

ବାରମ୍ବାର ଭିଡିଓ ପୋଷ୍ଟ କରି ଅନୁଭବ ତାଙ୍କ ସମ୍ମାନହାନୀ କରୁଥିବା ନେଇ ବର୍ଷା ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ କୋର୍ଟ ଦୁଇ ଜଣଙ୍କୁ ସୋଶାଲ ମିଡିଆରେ ଟିପ୍ପଣୀ ନ କରିବାକୁ ତାଗିଦ୍ କରିଥିଲେ । କୌଣସି ବି ସ୍ଥାନରେ କେହି କାହା ବିରୋଧରେ ମନ୍ତବ୍ୟ ନ ଦେବାକୁ ହାଇକୋର୍ଟ  ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଅନୁଭବ ଏକ ଭିଡିଓ କରି ଜଣେ ଓଡ଼ିଆ ଅଭିନେତ୍ରୀଙ୍କୁ ଟାର୍ଗେଟ କରିଥିବା ବେଳେ ଏଥର ତାଙ୍କ ଟାର୍ଗେଟକୁ ଆସିଛନ୍ତି ନ୍ୟୁଜ ପୋର୍ଟାଲ ଏବଂ ୟୁଟ୍ୟୁବ୍ ଚ୍ୟାନେଲ କର୍ତ୍ତୃପକ୍ଷ ।

ସୂଚନା ଥାଉକି, ବର୍ଷାଙ୍କ ବିରୋଧରେ ବ୍ୟାକ୍‌ ଟୁ ବ୍ୟାକ୍‌ ୩ଟି ଭିଡ଼ିଓ ଅନୁଭବ ସୋଶାଲ ମିଡ଼ିଆ ଛାଡ଼ିଥିଲେ। ଏହାକୁ ନେଇ ବର୍ଷା ସାଇବର ଥାନାରେ ଅଭିଯୋଗ କରିଥିଲେ।  ସାମାଜିକ ଗଣମାଧ୍ୟମରେ ଦୁହିଁଙ୍କ ନାମରେ ଥିବା ଫ୍ୟାନ୍ କ୍ଲବ ଆକାଉଣ୍ଟରେ ଏହି ଘଟଣାର ବାଦ ପ୍ରତିବାଦ, ଆରୋପ ପ୍ରତ୍ୟାରୋପ ଦେଖାଦେଇଥିଲା।  ଦୁହିଁଙ୍କ ପାରିବାରିକ ବିଚ୍ଛେଦ ମାମଲା ଏବେ କୋର୍ଟରେ ବିଚାରାଧୀନ ଅଛି। ମାମଲାର ସମାଧାନ ହୋଇ ନ ଥିବା ବେଳେ ଫିଲ୍ମ ଦୁନିଆର ଏହି ଚର୍ଚ୍ଚିତ ଯୋଡ଼ିଙ୍କ ପାରିବାରିକ କଳି ବଢ଼ି ଚାଲିଛି। ମାମଲାର ଫଇସଲା କାହା ସପକ୍ଷରେ ଯାଉଛି, ଶେଷରେ କୋର୍ଟ କ’ଣ ରାୟ ଶୁଣାଉଛନ୍ତି ତାହା ଉପରେ ସମସ୍ତଙ୍କ ଆଖି।