Advertisment

ବର୍ଷାଙ୍କୁ ପୁଣି ମେଡିକାଲ ଟେଷ୍ଟର ଚ୍ୟାଲେଞ୍ଜ ଦେଲେ ଅନୁଭବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟ): ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ପାରିବାରିକ ବିବାଦ ଦିନକୁ ଦିନ ବିସ୍ଫୋରକ ରୂପ ନେବାରେ ଲାଗିଛି। ଅନୁଭବ ଲଗାତର ୩ଟି ଭିଡିଓ ସୋଶାଲ ମିଡିଆରେ ପୋଷ୍ଟ କରି ବର୍ଷାଙ୍କୁ ଟାର୍ଗେଟ କରିଥିଲେ। ଏହାକୁ ବିରୋଧ କରି ଆଜି ବର୍ଷା ସାଇବର ଥାନାରେ ଅନୁଭବଙ୍କ ବିରୋଧରେ ଏତଲା ଦେଇଛନ୍ତି। ଏହି ଏତଲା ପରେ ଅନୁଭବ ସୋଶାଲ ମିଡିଆରେ ଭିଡିଓ ଜାରି ନ କରି ବର୍ଷାଙ୍କୁ ଫେସବୁକ ଲେଖା ମଧ୍ୟରେ ଟାର୍ଗେଟ […]

ଅଦ୍ୟତନ ହୋଇଛି
ବର୍ଷାଙ୍କୁ ପୁଣି ମେଡିକାଲ ଟେଷ୍ଟର ଚ୍ୟାଲେଞ୍ଜ ଦେଲେ ଅନୁଭବ

anubhava

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟ): ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ପାରିବାରିକ ବିବାଦ ଦିନକୁ ଦିନ ବିସ୍ଫୋରକ ରୂପ ନେବାରେ ଲାଗିଛି। ଅନୁଭବ ଲଗାତର ୩ଟି ଭିଡିଓ ସୋଶାଲ ମିଡିଆରେ ପୋଷ୍ଟ କରି ବର୍ଷାଙ୍କୁ ଟାର୍ଗେଟ କରିଥିଲେ। ଏହାକୁ ବିରୋଧ କରି ଆଜି ବର୍ଷା ସାଇବର ଥାନାରେ ଅନୁଭବଙ୍କ ବିରୋଧରେ ଏତଲା ଦେଇଛନ୍ତି। ଏହି ଏତଲା ପରେ ଅନୁଭବ ସୋଶାଲ ମିଡିଆରେ ଭିଡିଓ ଜାରି ନ କରି ବର୍ଷାଙ୍କୁ ଫେସବୁକ ଲେଖା ମଧ୍ୟରେ ଟାର୍ଗେଟ କରିଛନ୍ତି। ବର୍ଷା ନିଜେ ପଛରେ ରହି ତାଙ୍କ ଫ୍ୟାନ ପେଜଗୁଡ଼ିକ ଜରିଆରେ ତାଙ୍କୁ ଟାର୍ଗେଟ କରୁଥିବା ନିଜେ ଅନୁଭବ ଅଭିଯୋଗ କରିଛନ୍ତି।

Advertisment

କିଛି ଦିନ ତଳେ ବର୍ଷାଙ୍କ ନାଁରେ ଇନଷ୍ଟାଗ୍ରାମରେ ଖୋଲା ଯାଇଥିବା ଗୋଟିଏ ଫ୍ୟାନ ପେଜ ପକ୍ଷରୁ ଅନୁଭବଙ୍କୁ ଟାର୍ଗେଟ କରାଯାଇଥିଲା। ଅନୁଭବ ମନଗଡ଼ା କାହାଣୀ କହି ବର୍ଷାଙ୍କୁ ବଦନାମ କରିଥିବା ଏହି ଫ୍ୟାନ କ୍ଲବରେ ଦାବି କରାଯାଇଥିଲା। ଏହି ଘଟଣାକୁ ନେଇ ଆଜି ପାଲଟା ଆକ୍ରମଣ କରିଛନ୍ତି ଅନୁଭବ। ଏଥିସହ ସେ ବର୍ଷାଙ୍କୁ ପୁଣିଥରେ ମେଡିକାଲ ଟେଷ୍ଟ ପାଇଁ ଆହ୍ୱାନ ଦେଇଛନ୍ତି।

ସେ କହିଛନ୍ତି, ମ୍ୟାଡାମ ବର୍ଷା। ମୁଁ ଜାଣିଛି ଫ୍ୟାନ୍ ପେଜ୍ ନାଁରେ ଆପଣ ହିଁ ସବୁ କଥା ଲେଖୁଛନ୍ତି। ନିଜେ ଚୁପ୍ ରହିବାର ବାହାନା କରୁଛନ୍ତି। କିନ୍ତୁ ଫ୍ୟାନ୍ ପେଜଗୁଡ଼ିକ ଜରିଆରେ ବିଭିନ୍ନ କଥା କହୁଛନ୍ତି। ଫ୍ୟାନ ଫେଜ ଗୁଡ଼ିକ ବ୍ୟବହାର କରି ଆପଣ ନିଜ ଇଚ୍ଛାରେ ଯାହାକୁ ମନ ତା’କୁ ଅପମାନିତ ଓ ହଇରାଣ କରୁଛନ୍ତି।

Advertisment

ଫ୍ୟାନ୍ସଙ୍କ ମୁଖା ପିନ୍ଧି ନିଜକୁ ପ୍ରଶଂସା କରିବା ପାଇଁ ଆପଣଙ୍କୁ ଟିକିଏ ବି ସଙ୍କୋଚ ଲାଗୁନି। ସେ ଯାହା ବି ହେଉ, ଆପଣଙ୍କୁ ପୁଣିଥରେ ମୁଁ ଦେଇଥିବା ୩ଟି ଚ୍ୟାଲେଞ୍ଜକୁ ମନେ ପକାଇ ଦେଉଛି। କାହିଁକି ଆପଣ ମେଡିକାଲ ଟେଷ୍ଟ, ପଲିଗ୍ରାଫ୍ ଟେଷ୍ଟ, ଫରେନ୍ସିକ୍ ଟେଷ୍ଟକୁ ଡରୁଛନ୍ତି? ମ୍ୟାଡାମ, ଦୁଇ ବର୍ଷ ହେଲା ମୁଁ ଓ କେବଳ ମୁଁ ମୋ ପରିବାର ଲୋକ ସହ ଅନେକ ମିଡିଆ ଟ୍ରାଏଲର ସମ୍ମୁଖୀନ ହୋଇଛନ୍ତି।

ଏଇ ଦୁଇ ବର୍ଷ ମଧ୍ୟରେ ଆପଣଙ୍କ ସତ ସମ୍ପର୍କରେ ଗୋଟିଏ ହେଲେ ବି ଖବର ପ୍ରସାରଣ ହୋଇନି। ଏବେ ଯେତେବେଳେ ମୁଁ ଆପଣଙ୍କ ମୁଖା ଖୋଲିବାକୁ ଅଣ୍ଟା ଭିଡ଼ିଛି, ସେତେବେଳେ ଆପଣ ଡରି ଯାଇଛନ୍ତି। ଲୋକ ସତକଥା ଜାଣିଦେବା ଭୟରେ ଆପଣ ମୋ ନାଁରେ ଅଭିଯୋଗ କରୁଛନ୍ତି। ମୁଁ ବିନମ୍ର ସହ ଓଡ଼ିଶା ପୁଲିସ ଓ ସାଇବର ବିଭାଗକୁ ଏପରି ନକଲି ଅଭିଯୋଗକୁ ଗୁରୁତ୍ୱ ନ ଦେବାକୁ ଅନୁରୋଧ କରୁଛି। ବର୍ଷା ଏକା ନୁହନ୍ତି, ତାଙ୍କର ଗୋଟିଏ ଫୁଲ ଟିମ୍‌ ଏଠି ସକ୍ରିୟ ରହିଛନ୍ତି। ନିରୀହ ଲୋକ ତଥା ସେମାନଙ୍କ ପରିବାରକୁ ହଇରାଣ ହରକତ କରୁଛନ୍ତି। ସେମାନେ ପ୍ରକୃତରେ ମହିଳାଙ୍କୁ ସମ୍ମାନ କରନ୍ତି ନାହିଁ। ସେମାନେ କେବଳ ମହିଳାଙ୍କ ନାଁରେ ଅନ୍ୟର ସମ୍ପତ୍ତି ଚାହାନ୍ତି। ସେମାନେ କୋର୍ଟକୁ ସେମାନଙ୍କ ଘର ଓ ଥାନାକୁ ମାମୁଘର ଭାବୁଛନ୍ତି। ମୁଁ ଜଣେ ଲୋକପ୍ରତିନିଧି ଭାବେ ଏଭଳି କଥା ସୋଶାଲ ମିଡିଆରେ ଲେଖୁଥିବାରୁ ଅତ୍ୟନ୍ତ ଦୁଃଖିତ। କିନ୍ତୁ ଏବେ ମୁଁ ଆଉ ନୀରବଦ୍ରଷ୍ଟା ଭାବେ ସବୁ କିଛି ଦେଖିବାକୁ ଚାହୁଁନି। ତେଣୁ ମୁଁ ମୁହଁ ଖୋଲିଛି।”

Barsha-Anubhav Controversy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe