/odisha-reporter/media/post_attachments/uploadimage/library/16_9/16_9_0/IMAGE_1681224901.jpg)
Varsha and Anubhav
ବିବାଦ ବିଚ୍ଛେଦ ମାମଲାରେ କଟକ ଫେମିଲି କୋର୍ଟରେ ହାଜର ହେଲେ ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ। ବର୍ଷା ପ୍ରିୟଦର୍ଶିନୀଙ୍କୁ ଅନୁଭବଙ୍କ ଓକିଲ ପ୍ରାୟ ଦୁଇ ଘଣ୍ଟା ଧରି ଜେରା କରିଥିଲେ। ଜେରା ସମୟରେ ବର୍ଷା ସମସ୍ତ ପ୍ରକାରର ସହଯୋଗ କରିଛନ୍ତି ବୋଲି କହିଛନ୍ତି ବର୍ଷାଙ୍କ ଓକିଲ। ଅନ୍ୟପଟେ ଅନୁଭବଙ୍କ ଓକିଲ କିଛି ଅପ୍ରାସଙ୍ଗିକ ପ୍ରଶ୍ନ କରୁଥିବା ନେଇ ବର୍ଷାଙ୍କ ପକ୍ଷରୁ ବିରୋଧ କରାଯାଇଥିଲା। ସେପଟେ ଏହାକୁ ଖଣ୍ଡନ କରିଛନ୍ତି ଅନୁଭବଙ୍କ ଓକିଲ। ପ୍ରଶ୍ନ ଅପ୍ରସଙ୍ଗିକ ହୋଇଥିଲେ କୋର୍ଟ ତାହା ଗ୍ରହଣ କରି ନଥାନ୍ତେ ବୋଲି ସେ କହିଛନ୍ତି।
ଉଭୟ ବିବାହ କରିଥିଲେ ମଧ୍ୟ ଉଭୟଙ୍କ ମଧ୍ୟରେ ବୈବାହିକ ସମ୍ପର୍କ କେବେ ରହିନଥିଲା ବୋଲି ଅନୁଭବଙ୍କ ଓକିଲ କହିଛନ୍ତି। ତେବେ ସୋଶାଲ ମେଡ଼ିଆରେ ତର୍କ ବିତର୍କ ପ୍ରସଙ୍ଗରେ ଉଭୟଙ୍କ ଓକିଲ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି। କୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ମୁତାବକ ଆଜି କଟକ ଫେମିଲି କୋର୍ଟରେ ଉଭୟ ପତି ପତ୍ନୀ ହାଜର ହୋଇଥିଲେ। ବିବାହ ବିଚ୍ଛେଦ ମାମଲା ନେଇ ବର୍ତ୍ତମାନ ଅନୁଭବଙ୍କ ଓକିଲଙ୍କ ପକ୍ଷରୁ ବର୍ଷାଙ୍କୁ ଜେରା କରାଯାଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
