Advertisment

ହାତୀ ନେଲା ଦୁଇ ଜୀବନ

ଅନୁଗୋଳ: ଅନୁଗୋଳ ଜିଲ୍ଲା କଣିହାଁ ରେଞ୍ଜ ଚାଙ୍ଗୁଡିଆ ଗାଁରେ ଆଜି ହାତୀ ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ବବଲୁ ମାଝୀ ଓ ଅହଲ୍ୟା ସାହୁ।  ଆଜି ସକାଳେ ଦୁହେଁ କ୍ଷେତକୁ ଯାଇଥିବା ବେଳେ ଉଭୟ ହାତୀ ଆକ୍ରମଣର ଶିକାର ହୋଇଥିଲେ।

ବାରମ୍ବାର ଲୋକଙ୍କର ହାତୀ ଆକ୍ରମଣରେ ଜୀବନ ଯାଉଥିବାରୁ ସାଧାରଣ ଲୋକଙ୍କ ମନରେ ଅସନ୍ତୋଷ ଦେଖାଦେଇଛି।  ଅଞ୍ଚଳବାସୀ ଏହି ଘଟଣା ପାଇଁ ବନବିଭାଗ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି। କଣିହାଁ ରେଞ୍ଜ ଅଞ୍ଚଳରେ ହାତୀ ଆକ୍ରମଣରେ ବାରମ୍ବାର ଲୋକଙ୍କ ଜୀବନ ଯାଉଥିବା ବେଳେ ବନବିଭାଗ ଏଥିପ୍ରତି ଗୁରୁତ୍ୱ ଦେଉ ନ ଥିବା  ଲୋକେ ଅଭିଯୋଗ କରିଛନ୍ତି।

ହାତୀପଲ ଖାଦ୍ୟ ଅନ୍ୱେଷଣରେ ଆସୁଥିବା ବେଳେ ଲୋକମାନେ ସେମାନଙ୍କ ଆକ୍ରମଣରେ ଶିକାର ହେଉଛନ୍ତି।

author-image
Ordigital Desk