Advertisment

ଅପହରଣର ତିନି ମାସ ପରେ ଅପହୃତ ଶିଶୁପୁତ୍ର ଉଦ୍ଧାର, ଜଣେ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନରୁ ଅପହୃତ ଶିଶୁପୁତ୍ରକୁ ପଶ୍ଚିମବଙ୍ଗରୁ ଉଦ୍ଧାର କରାଯାଇଛି। ଅପହରଣର ଦୀର୍ଘ ତିନିମାସ ପରେ ପଶ୍ଚିମବଙ୍ଗ ଇଷ୍ଟ ମିଦନାପୁର ଅଞ୍ଚଳ କୌଶଲ୍ୟା ଗାଁରୁ ଶିଶୁଟିକୁ ଉଦ୍ଧାର କରିଛି ଭୁବନେଶ୍ୱର ଜିଆରପି। ଉଦ୍ଧାର ଶିଶୁର ନାଁ ମୋହିତ୍। ଭୁବନେଶ୍ୱର ଜିଆରପିର ଏକ ୪ଜଣିଆ ଟିମ୍ ମୋହିତକୁ ଅନ୍ନପୂର୍ଣ୍ଣା ମଣ୍ଡଳ ନାମକ ଜଣେ ମହିଳାଙ୍କ ପାଖରୁ ଉଦ୍ଧାର କରିବା ସହ ତାଙ୍କୁ ଗିରଫ କରିଛି। ଆଜି ଅଭିଯୁକ୍ତ ମହିଳା ଏବଂ ଉଦ୍ଧାର ହୋଇଥିବା ମୋହିତକୁ କୋର୍ଟରେ ହାଜର […]

author-image
Rakesh Mallick
ଅପହରଣର ତିନି ମାସ ପରେ ଅପହୃତ ଶିଶୁପୁତ୍ର ଉଦ୍ଧାର, ଜଣେ ଗିରଫ

girafmahila

ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନରୁ ଅପହୃତ ଶିଶୁପୁତ୍ରକୁ ପଶ୍ଚିମବଙ୍ଗରୁ ଉଦ୍ଧାର କରାଯାଇଛି। ଅପହରଣର ଦୀର୍ଘ ତିନିମାସ ପରେ ପଶ୍ଚିମବଙ୍ଗ ଇଷ୍ଟ ମିଦନାପୁର ଅଞ୍ଚଳ କୌଶଲ୍ୟା ଗାଁରୁ ଶିଶୁଟିକୁ ଉଦ୍ଧାର କରିଛି ଭୁବନେଶ୍ୱର ଜିଆରପି। ଉଦ୍ଧାର ଶିଶୁର ନାଁ ମୋହିତ୍। ଭୁବନେଶ୍ୱର ଜିଆରପିର ଏକ ୪ଜଣିଆ ଟିମ୍ ମୋହିତକୁ ଅନ୍ନପୂର୍ଣ୍ଣା ମଣ୍ଡଳ ନାମକ ଜଣେ ମହିଳାଙ୍କ ପାଖରୁ ଉଦ୍ଧାର କରିବା ସହ ତାଙ୍କୁ ଗିରଫ କରିଛି। ଆଜି ଅଭିଯୁକ୍ତ ମହିଳା ଏବଂ ଉଦ୍ଧାର ହୋଇଥିବା ମୋହିତକୁ କୋର୍ଟରେ ହାଜର କରାଯିବ। ଗତ ଫେବ୍ରୁଆରୀ ୧୬ ତାରିଖରେ ଭୁବନେଶ୍ୱର ରେଲବେ ଷ୍ଟେସନରୁ ମୋହିତର ମାଆକୁ ଚକମା ଦେଇ ତାକୁ ଅପହରଣ କରାଯାଇଥିଲା। ପୂର୍ବରୁ ଏହି ଘଟଣାରେ ଭୁବନେଶ୍ୱର ଜିଆରପି ପୋଲିସ୍ ସାବି ବୋଲି ଜଣେ ମହିଳାଙ୍କୁ ଗିରଫ୍ କରି କୋର୍ଟ ଚାଲାଣ କରିଥିଲା। ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏହି ଶିଶୁ ଚୋରି ଘଟଣାରେ ଗିରଫ ହୋଇଥିବା ଦୁଇ ଜଣ ମହିଳା ହେଉଛନ୍ତି ଭିକାରୀ। ଏ କଥା ସାମ୍ନାକୁ ଆସିବା ପରେ ଜିଆରପି ପୋଲିସ ଏନେଇ ରେଲବେ ଅଧିକାରୀଙ୍କୁ ଜଣେଇଛନ୍ତି। ତା’ସହ ଭିକାରୀଙ୍କ ଉପରେ କଡା ନଜର ରଖାଯିବା ସହ ଷ୍ଟେସନ ଏରିଆରେ ଭିକାରୀ ମୁକ୍ତ କରିବା ପାଇଁ ଚିଠି ଲେଖିଥିବା ଜିଆରପି ଅଧିକାରୀ କହିଛନ୍ତି।

Advertisment