Advertisment

ଅପରାହ୍ଣରେ ପାଣ୍ଡରାରୁ ଗଡିବ ସୁଭଦ୍ରାଙ୍କ ଦାରୁ ଶଗଡି

ଭୁବନେଶ୍ୱର:ଶ୍ରୀକ୍ଷେତ୍ର ଅଭିମୁଖେ ଗଡୁଛି ଦେବୀ ସୁଭଦ୍ରାଙ୍କ ଦିବ୍ୟଦାରୁ। ଅଢଙ୍ଗଗଡ ଛାଡିବା ପରେ ଗତକାଲି ଭୁବନେଶ୍ୱର ଉପକଣ୍ଠ ପାଣ୍ଠରାରେ ରାତ୍ରୀଯାପନ କରିଛନ୍ତି ଦାରୁ ଶଗଡି। ଗତକାଲି ଅପରାହ୍ଣରେ ପ୍ରତାପ ନଗରୀରୁ ବାହାରିଥିଲା ଶ୍ରୀଜଗନ୍ନାଥଙ୍କ ଦାରୁ ଶଗଡି। ପ୍ରାୟ ୫ଟା ୨୦ ବେଳେ ଦିବ୍ୟଦାରୁଙ୍କ ଶଗଡ଼ି ପୁଣି ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ଏହି ସମୟରେ ହରିବୋଲ ହୁଳହୁଳି ଧ୍ୱନୀରେ ପ୍ରକମ୍ପିତ ହୋଇଉଠିଥିଲା ପୂରା ପରିବେଶ। ଦାରୁଙ୍କୂ ପାଟବସ୍ତ୍ର ଆବରଣ କରି ଶଗଡିରେ ବିଜେ କରାଯାଇଥିଲା। ଏହାପରେ ପୂର୍ବ […]

author-image
Rakesh Mallick
ଅପରାହ୍ଣରେ ପାଣ୍ଡରାରୁ ଗଡିବ ସୁଭଦ୍ରାଙ୍କ ଦାରୁ ଶଗଡି

debi

ଭୁବନେଶ୍ୱର:ଶ୍ରୀକ୍ଷେତ୍ର ଅଭିମୁଖେ ଗଡୁଛି ଦେବୀ ସୁଭଦ୍ରାଙ୍କ ଦିବ୍ୟଦାରୁ। ଅଢଙ୍ଗଗଡ ଛାଡିବା ପରେ ଗତକାଲି ଭୁବନେଶ୍ୱର ଉପକଣ୍ଠ ପାଣ୍ଠରାରେ ରାତ୍ରୀଯାପନ କରିଛନ୍ତି ଦାରୁ ଶଗଡି। ଗତକାଲି ଅପରାହ୍ଣରେ ପ୍ରତାପ ନଗରୀରୁ ବାହାରିଥିଲା ଶ୍ରୀଜଗନ୍ନାଥଙ୍କ ଦାରୁ ଶଗଡି।

Advertisment

ପ୍ରାୟ ୫ଟା ୨୦ ବେଳେ ଦିବ୍ୟଦାରୁଙ୍କ ଶଗଡ଼ି ପୁଣି ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ଏହି ସମୟରେ ହରିବୋଲ ହୁଳହୁଳି ଧ୍ୱନୀରେ ପ୍ରକମ୍ପିତ ହୋଇଉଠିଥିଲା ପୂରା ପରିବେଶ। ଦାରୁଙ୍କୂ ପାଟବସ୍ତ୍ର ଆବରଣ କରି ଶଗଡିରେ ବିଜେ କରାଯାଇଥିଲା। ଏହାପରେ ପୂର୍ବ ନିର୍ଦ୍ଧାରିତ ରାସ୍ତାଦେଇ ଦାରୁ ଶଗଡି ଆସି ପହଞ୍ଚିଥିଲା ଏଠାରେ। ଆଜି ଅପରାହ୍ଣରେ ଦାରୁଶଗଡି ଶ୍ରୀକ୍ଷେତ୍ର ଅଭିମୁଖେ ଗଡିବା ଆଶା କରାଯାଉଛି।