ଭୁବନେଶ୍ୱର:ଶ୍ରୀକ୍ଷତ୍ର ଅଭିମୁଖେ ଗଡିବ ଦେବୀ ସୁଭଦ୍ରାଙ୍କ ଦିବ୍ୟଦାରୁ। ଅଢଙ୍ଗଗଡ ଛାଡିବା ପରେ ଗତକାଲି ରାମକୁମାରପୁରରେ ରାତ୍ରୀଯାପନ କରିଛନ୍ତି ଦାରୁ ଶଗଡି। ଗତକାଲି ଅପରାହ୍ଣରେ ଅଢଙ୍ଗଗଡରୁ ଗଡିଥିଲା ଏହି ଦାରୁ ଶଗଡି। ହରିବୋଲ ହୁଳହୁଳି ଧ୍ୱନୀରେ ପ୍ରକମ୍ପିତ ହୋଇଉଠିଥିଲା ପୂରା ପରିବେଶ। ଦାରୁଙ୍କୂ ପାଟବସ୍ତ୍ର ଆବରଣ କରି ଶଗଡିରେ ବିଜେ କରାଯାଇଥିଲା। ବିଲ ଭିତରେ ଦାରୁ ସ୍ଥଳକୁ ନବନିର୍ମିତ ଅସ୍ଥାୟୀ ରାସ୍ତାଦେଇ କେନାଲ ରାସ୍ତାକୁ ଉଠିଥିଲା ଦାରୁ ଶଗଡି। ସେଠାରୁ ପାରାଦ୍ୱୀପ କଟକ ରାସ୍ତାରେ ମାନପୁରଠାରେ ପହଞ୍ଚିଥିଲେ। ମାନପୁରଠାରୁ କଟକ ଅଭିମୁଖେ ଯାତ୍ରା କରି ରାମକୁମାରପୁରଠାରେ ପହଞ୍ଚିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଅଭିନେତ୍ରୀଙ୍କୁ ଠକେଇ ମାମଲାରେ ଯାତ୍ରା ପାର୍ଟି ମାଲିକ ଗିରଫ
ଯାତ୍ରା ପାର୍ଟି ମାଲିକ ଅମରେଶ ଯେ ତାଙ୍କୁ ଠକୁଛନ୍ତି ତାହା ବୁଝିଲା ବେଳକୁ ବହୁ ବିଳମ୍ବ ହୋଇଯାଇଥିଲା।
Business
ପ୍ରାକ୍ ବଜେଟ୍ ପ୍ରସ୍ତୁତି ବୈଠକରେ ୯ଟି ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଗୋପାଳପୁରରେ ସ୍ୱତନ୍ତ୍ର ଅର୍ଥନୈତିକ କରିଡର ଏବଂ ଝାରସୁଗୁଡ଼ାରେ ଇଣ୍ଡଷ୍ଟ୍ରିଆଲ ଟାଉନଶିପ୍ ପାଇଁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ।
Miscellaneous
ଗଞ୍ଜାମରେ ଜାନୁଆରୀ ୩ରୁ ମଣ୍ଡିରେ ଧାନ ସଂଗ୍ରହ
ଗଞ୍ଜାମ ଜିଲ୍ଲାରେ ଡିସେମ୍ବର ୨୩ ତାରିଖରୁ ମଣ୍ଡିରେ ଧାନ ସଂଗ୍ରହ କରିବା ପାଇଁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା।
Crime
ଅଙ୍ଗାରଖ ଗାଁରେ ସଶସ୍ତ୍ର ଡକାୟତି ଘଟଣାରେ ୭ ଗିରଫ
ଗୋଟିଏ ଦେଶୀ ବନ୍ଧୁକ ଓ ନଗଦ ୪୬ ହଜାର ଟଙ୍କା ସହିତ ସେମାନଙ୍କଠାରୁ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି।