Advertisment

ବିଏମସି ନିର୍ବାଚନ ପୂର୍ବରୁ ଅପରାଜିତାଙ୍କ ମାଷ୍ଟରଷ୍ଟ୍ରୋକ୍ : ‘ଆହାର’ବନାମ ‘ଅନ୍ନପୂର୍ଣ୍ଣା’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ମହାନଗର ନିଗମ(ବିଏମସି) ନିର୍ବାଚନ ପାଇଁ ରାଜ୍ୟର ବିଜେଡି ସରକାର ସଜବାଜ ହେଉଥିବାବେଳେ ସ୍ଥାନୀୟ ସାଂସଦ ତଥା ବିଜେପି ନେତ୍ରୀ ଅପରାଜିତା ଷଡ଼ଙ୍ଗୀ ‘ଅନ୍ନପୂର୍ଣ୍ଣା’ ନାମକ ଏକ ଟ୍ରଷ୍ଟର ଆଜି ଲୋକାର୍ପଣ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଏହି ଟ୍ରଷ୍ଟ ମାଧ୍ୟମରେ ଭୁବନେଶ୍ୱର ସହରରେ ଗରିବ ଓ ଭୋକିଲା ଲୋକଙ୍କୁ ମାଗଣା ରନ୍ଧାଖାଦ୍ୟ ଦେବାକୁ ନିଷ୍ପତ୍ତି ହୋଇଛି। ଯାହାକି ସିଧାସଳଖ ରାଜ୍ୟ ସରକାରଙ୍କ ୫ଟଙ୍କିଆ ଭାତ-ଡାଲମା ଯୋଜନା ‘ଆହାର’କୁ କାଉଣ୍ଟର କରିବ। ଅବଶ୍ୟ ମହାନଗରର ୧୦ଟି […]

ଅଦ୍ୟତନ ହୋଇଛି
ବିଏମସି ନିର୍ବାଚନ ପୂର୍ବରୁ ଅପରାଜିତାଙ୍କ ମାଷ୍ଟରଷ୍ଟ୍ରୋକ୍ : ‘ଆହାର’ବନାମ ‘ଅନ୍ନପୂର୍ଣ୍ଣା’

787

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ମହାନଗର ନିଗମ(ବିଏମସି) ନିର୍ବାଚନ ପାଇଁ ରାଜ୍ୟର ବିଜେଡି ସରକାର ସଜବାଜ ହେଉଥିବାବେଳେ ସ୍ଥାନୀୟ ସାଂସଦ ତଥା ବିଜେପି ନେତ୍ରୀ ଅପରାଜିତା ଷଡ଼ଙ୍ଗୀ ‘ଅନ୍ନପୂର୍ଣ୍ଣା’ ନାମକ ଏକ ଟ୍ରଷ୍ଟର ଆଜି ଲୋକାର୍ପଣ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଏହି ଟ୍ରଷ୍ଟ ମାଧ୍ୟମରେ ଭୁବନେଶ୍ୱର ସହରରେ ଗରିବ ଓ ଭୋକିଲା ଲୋକଙ୍କୁ ମାଗଣା ରନ୍ଧାଖାଦ୍ୟ ଦେବାକୁ ନିଷ୍ପତ୍ତି ହୋଇଛି। ଯାହାକି ସିଧାସଳଖ ରାଜ୍ୟ ସରକାରଙ୍କ ୫ଟଙ୍କିଆ ଭାତ-ଡାଲମା ଯୋଜନା ‘ଆହାର’କୁ କାଉଣ୍ଟର କରିବ। ଅବଶ୍ୟ ମହାନଗରର ୧୦ଟି ସ୍ଥାନରେ ଥିବା ଆହାର କେନ୍ଦ୍ରରେ ଦୈନିକ ୭୫୦୦ ମିଲ୍ ବିକ୍ରି ହେଉଥିବାବେଳେ ଅପରାଜିତାଙ୍କ ‘ଅନ୍ନପୂର୍ଣ୍ଣା’ କେତେ ଲୋକଙ୍କୁ ଦୈନିକ ରନ୍ଧାଖାଦ୍ୟ ଯୋଗାଇଦେବ ତାହା ଜଣାପଡ଼ିନି।

Advertisment

ସୂଚନା ଅନୁସାରେ,କରୋନା ମହାମାରୀମଧ୍ୟରେ ଜୀବିକା ହରାଇଥିବା ବହୁ ଲୋକ ଏବେ ରାଜଧାନୀରେ ଦୁଇଓଳି ଖାଇବା ପାଇଁ ସଂଘର୍ଷ କରୁଛନ୍ତି। ସେଭଳି ଭୋକିଲାଙ୍କୁ ମାଗଣାରେ ଖାଇବାକୁ ଦେବା ନିମନ୍ତେ ଅପରାଜିତାଙ୍କ ‘ଅନ୍ନପୂର୍ଣ୍ଣା’ କାମ କରିବ। ବିଶେଷକରି ଗରିବ ଓ ବସ୍ତିବାସିନ୍ଦା ରହୁଥିବା ଅଂଚଳ ଏବଂ ରେଳଷ୍ଟେସନ, ବସଷ୍ଟାଣ୍ଡ, ମନ୍ଦିର ପାଶ୍ୱର୍ବର୍ତ୍ତୀ ଅଂଚଳ ଓ ପ୍ରମୁଖ ବଜାରଗୁଡ଼ିକ ନିକଟରେ ରହୁଥିବା ଭୋକିଲା ଲୋକଙ୍କୁ ରନ୍ଧା ଖାଦ୍ୟ ଦେବା ପାଇଁ ଏହି ଟ୍ରଷ୍ଟ ଉଦ୍ୟମ କରିବ। ଗତ ନଭେମ୍ବର ମାସରେ ଟ୍ରଷ୍ଟ ପକ୍ଷରୁ ପ୍ରାଥମିକ ସର୍ଭେ କରାଯାଇ ଗରିବ ଓ ଭୋକିଲା ଲୋକଙ୍କୁ ଚିହ୍ନଟ କରାଯାଇଛି। ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଯଦିଓ ସହରର ଭୋକିଲାଙ୍କୁ ଖାଦ୍ୟ ଦେବା ପାଇଁ ଏଭଳି ଏକ ସାମାଜିକ କାର୍ଯ୍ୟ ହାତକୁ ନେଇଛନ୍ତି, ମାତ୍ର ତାହା ପରୋକ୍ଷରେ ରାଜ୍ୟ ସରକାରଙ୍କ ‘ଆହାର’ ଯୋଜନାର ସଫଳ ରୂପାୟନ ପ୍ରତି ଶକ୍ତ ଧକ୍କା ସଦୃଶ ହୋଇଛି। ସରକାର ୫ଟଙ୍କାରେ ମିଲ୍ ଦେଉଥିବାବେଳେ ଅପରାଜିତା ମାଗଣାରେ ରନ୍ଧା ଖାଦ୍ୟ ଗରିବ ଓ ଭୋକିଲାଙ୍କୁ ଦେବେ।

ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ପୂର୍ବରୁ ଅପରାଜିତାଙ୍କ ଏହି ପଦକ୍ଷେପ ନିଶ୍ଚିତ ଭାବେ ରାଜଧାନୀର ବସ୍ତିବାସିନ୍ଦା ଓ ଗରିବ ଲୋକଙ୍କୁ ଆକୃଷ୍ଟ କରାଇବାରେ ସହାୟକ ହେବ।
ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଉଦ୍ୟମରେ ୫ଟି ସ୍ୱେଚ୍ଛାସେବୀ ଅନୁଷ୍ଠାନର ସହଯୋଗରେ ‘ଅନ୍ନପୂର୍ଣ୍ଣା ’ ଟ୍ରଷ୍ଟ ଗଠିତ ହୋଇଛି। ଜୀବନଜୀବିକା ପାଇଁ ସଂଘର୍ଷ କରୁଥିବା ତଥା ଭୋକଉପାସରେ ରହୁଥିବା ଓଡ଼ିଶାବାସୀଙ୍କୁ ଖାଦ୍ୟ ପାଇଁ ଆତ୍ମନିର୍ଭରଶୀଳ କରାଇବା ଏହି ଟ୍ରଷ୍ଟର ଲକ୍ଷ୍ୟ ଓ ଉଦ୍ଦେଶ୍ୟ। ଅବଶ୍ୟ ପ୍ରଥମ ପର୍ଯ୍ୟାୟରେ ‘ଅନ୍ନପୂର୍ଣ୍ଣା’ ଭୁବନେଶ୍ୱର ସହରରେ ଭୋକିଲାଙ୍କୁ ଖାଦ୍ୟ ଯୋଗାଇବ ଓ ପରବର୍ତ୍ତୀ ସମୟରେ ଓଡ଼ିଶା ପାଇଁ କାର୍ଯ୍ୟ କରିବ। ଖାଦ୍ୟ ସଂଗ୍ରହ, ପ୍ରସ୍ତୁତି ଓ ବିତରଣ ପାଇଁ ପ୍ରଥମ ପର୍ଯ୍ୟାୟରେ ବର୍ଷକ ପାଇଁ ଆବଶ୍ୟକ ହେଉଥିବା ପ୍ରାୟ ୪୦ଲକ୍ଷ ଟଙ୍କା ଦେଶବିଦେଶରେ ରହୁଥିବା ବଦାନ୍ୟ ବ୍ୟକ୍ତିମାନେ ଦାନ କରିଛନ୍ତି। ଏବେ ଆନ୍ତର୍ଜାତିକ ରୋଟାରୀ ଜିଲ୍ଲା-୩୨୬୨ ଭୁବନେଶ୍ୱର, ସୋ ଆମ୍ ଆଇ ଫାଉଣ୍ଡେସନ ଟ୍ରଷ୍ଟ, ଉମେଶ ଖଣ୍ଡେଲୱାଲ ଫାଉଣ୍ଡେସନ, ୟୁଥ ଫର ଆକ୍ସନ ଓ ଆର୍ଟ ଅଫ ଲିଭିଂ ଫାଉଣ୍ଡେସନର ସହଯୋଗରେ ‘ଅନ୍ନପୂର୍ଣ୍ଣା’ ଟ୍ରଷ୍ଟ ଗଠନ ହୋଇଛି।

Advertisment

ଦେଖନ୍ତୁ : ମାଲକାନଗିରି ବଣ୍ଡା ଅଞ୍ଚଳରେ ପାଣି ସମସ୍ୟା

Bjp State Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe