Advertisment

ଭୁବନେଶ୍ୱରବାସୀଙ୍କ ସମସ୍ୟା ଶୁଣିଲେ ସାଂସଦ ଅପରାଜିତା ଷଡଙ୍ଗୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରବାସୀଙ୍କ ସହ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଇଣ୍ଟରଫେସ୍‌ ହୋଇଛି। ଆଜି ନିଜ ସଂସଦୀୟ କ୍ଷେତ୍ରର ଭୋଟରଙ୍କ ସହିତ ଆଲୋଚନା କରି ସମସ୍ୟା ଶୁଣିଛନ୍ତି। ରାଜଧାନୀର ବିଭିନ୍ନ ଅଞ୍ଚଳରେ ୪୨ଟି ପ୍ରୋଜେକ୍ଟ ପାଇଁ ଏହି ବୈଠକରେ ଭୁବନେଶ୍ୱର ବାସିନ୍ଦା ପ୍ରସ୍ତାବ ଦେଇଛନ୍ତି। ଖୁବ୍ ଶୀଘ୍ର ଏହି ପ୍ରସ୍ତାବ ଗୁଡ଼ିକ ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ। ବିଭିନ୍ନ ସମୟରେ ଲୋକଙ୍କ ସହ ଆଲୋଚନା କରି ମତାମତ ନେଉଛନ୍ତି। ସମସ୍ୟା ସମାଧାନ ସହିତ ଲୋକଙ୍କ […]

author-image
Manoranjan Sial
ଭୁବନେଶ୍ୱରବାସୀଙ୍କ ସମସ୍ୟା ଶୁଣିଲେ ସାଂସଦ ଅପରାଜିତା ଷଡଙ୍ଗୀ

BBSR

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରବାସୀଙ୍କ ସହ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଇଣ୍ଟରଫେସ୍‌ ହୋଇଛି। ଆଜି ନିଜ ସଂସଦୀୟ କ୍ଷେତ୍ରର ଭୋଟରଙ୍କ ସହିତ ଆଲୋଚନା କରି ସମସ୍ୟା ଶୁଣିଛନ୍ତି। ରାଜଧାନୀର ବିଭିନ୍ନ ଅଞ୍ଚଳରେ ୪୨ଟି ପ୍ରୋଜେକ୍ଟ ପାଇଁ ଏହି ବୈଠକରେ ଭୁବନେଶ୍ୱର ବାସିନ୍ଦା ପ୍ରସ୍ତାବ ଦେଇଛନ୍ତି। ଖୁବ୍ ଶୀଘ୍ର ଏହି ପ୍ରସ୍ତାବ ଗୁଡ଼ିକ ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ।

Advertisment

ବିଭିନ୍ନ ସମୟରେ ଲୋକଙ୍କ ସହ ଆଲୋଚନା କରି ମତାମତ ନେଉଛନ୍ତି। ସମସ୍ୟା ସମାଧାନ ସହିତ ଲୋକଙ୍କ ଆବଶ୍ୟକତା ବୁଝିଛନ୍ତି। କେମିତି ସରକାରଙ୍କ ପାଖରେ ସମସ୍ୟାକୁ ନଜରକୁ ଅଣାଯିବ, ତାହା ଏହି ଇଣ୍ଟରଫେସର ଲକ୍ଷ୍ୟ ବୋଲି ଅପରାଜିତା କହିଛନ୍ତି।

ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି, ଆଜି ଦ୍ୱିତୀୟ ସିଟିଜେନ୍‌ ଇଣ୍ଟରଫେସ ହୋଇଛି। ଏଥିରେ ଏକାମ୍ର ବିଧାନସଭା ଅଞ୍ଚଳ ଓ ମଧ୍ୟ ଭୁବନେଶ୍ୱର ଅଞ୍ଚଳର ସମସ୍ତ ରେସିଡେଣ୍ଟ ୱେଲ୍‌ଫେୟାର ଆସୋସିଏସନ୍‌ର କର୍ମକର୍ତ୍ତାଗଣ ଅଂଶ ଗ୍ରହଣ କରିଥିଲେ। ଆଜି ବହୁତ ଭଲ ଭଲ ୪୨ଟି ପ୍ରସ୍ତାବ ପାଇଛି। ଭୁବନେଶ୍ୱର ଓ ଓଡ଼ିଶା ରାଜ୍ୟ ପାଇଁ ପାଇଛି ବୋଲି ଶ୍ରୀମତୀ ଷଡଙ୍ଗୀ କହିଛନ୍ତି।

Advertisment