/odisha-reporter/media/post_attachments/uploads/2020/10/aparajita-34.jpg)
aparajita-34
ବାଲେଶ୍ୱର:(ଓଡ଼ିଶା ରିପୋର୍ଟର): ଉପନିର୍ବାଚନ ପ୍ରଚାର ପାଇଁ ଆଜି ବାଲେଶ୍ୱର ନିର୍ବାଚନ ମଣ୍ଡଳୀକୁ ଗସ୍ତ କରିଛନ୍ତି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏହି ଅବସରରେ ଆୟୋଜିତ ଏକ ବୈଠକରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଅପରାଜିତା। ଆମେ ସମସ୍ତେ ବିକାଶର ରାଜନୀତି ଚାହୁଁଛୁ। ଦଳମତ ନିର୍ବିଶେଷରେ ବିନା ପାତରଅନ୍ତରରେ ବିକାଶ ହେବା ଦରକାର ବୋଲି ସେ କହିଛନ୍ତି।
Advertisment
ସେ ଆହୁରି କହିଛନ୍ତି ଯେ ବିଜେପି ବା ସାଧାରଣ ଲୋକ କୋଭିଡ଼ ନିୟମ ଭାଙ୍ଗିଲେ ଦଣ୍ଡ ଦିଆଯାଉଛି। ନିକଟରେ ରବୀନ୍ଦ୍ର ଜେନା ଟିକେଟ ନପାଇବାରୁ ତାଙ୍କ ସମର୍ଥକ ଏକାଠି ହେଲେ। ଶହ ଶହ ସମର୍ଥକ ଏକାଠି ହେଲେ, ନିୟମ ଭାଙ୍ଗିଲା, ପଦକ୍ଷେପ ନେଲେନି। ବିଜେଡି ନେତାଙ୍କ କୋଭିଡ଼ ନିୟମ ଭଙ୍ଗ ନେଇ ୨୧ ଫଟୋ, ଭିଡିଓ ଦେଲି। ଫଟୋ, ଭିଡିଓ ସମ୍ବଳିତ ପ୍ରମାଣ ଦେଲେ ବି କାର୍ଯ୍ୟାନୁଷ୍ଠାନ ନିଆଗଲାନି ବୋଲି ସେ କହିଛନ୍ତି।
ପ୍ରକାଶଥାଉକି ଗତ ୧୦ ତାରିଖରେ ସାଂସଦଙ୍କ ଅଫିସ୍ ୧୫ ଦିନ ପାଇଁ ସିଲ୍ କରିଥିଲା BMC। କିନ୍ତୁ ଏହାର ୮ ଦିନରେ ଅଫିସ୍ ଖୋଲଯାଇଥିଲା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
