ଶ୍ରୀମନ୍ଦିର ସଂସ୍କାର ପ୍ରକ୍ରିୟା: ନିଯୁକ୍ତ ହେଲେ ନୂଆ ଆାମିକସ୍‌ କ୍ୟୁରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରରେ ୧୨ ସୂତ୍ରୀ ସଂସ୍କାରମୂଳକ ପ୍ରସ୍ତାବ କାର୍ଯ୍ୟକାରୀ କରିବାରେ କେଉଁଠି ରହୁଛି ଅସୁବିଧା ? ତା’ର କାରଣ ଖୋଜିବାକୁ ସର୍ବୋଚ୍ଚ କୋର୍ଟ ନିଯୁକ୍ତ କରିଛନ୍ତି ନୂଆ ଆାମିକସ୍‌ କ୍ୟୁରୀ। ପୂର୍ବତନ ସଲିସିଟର ଜେନେରାଲ ରଞ୍ଜିତ କୁମାରଙ୍କୁ  ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ଏପରି ସ୍ଥିତିରେ ଶ୍ରୀମନ୍ଦିର ଆଇନ୍ ଓ ଜଗନ୍ନାଥଙ୍କ ସେବାପୂଜା ସମ୍ପର୍କରେ ପୂର୍ଣ୍ଣ ଅବଗତ ହେବା ପରେ ଯାଇ ସେ କୌଣସି ପ୍ରସ୍ତାବ ବା ନିଷ୍ପତ୍ତି ନେବାକୁ ଅନୁରୋଧ କରିଛନ୍ତି […]

puri

Rakesh Mallick
  • Published: Wednesday, 09 January 2019
  • , Updated: 09 January 2019, 09:11 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରରେ ୧୨ ସୂତ୍ରୀ ସଂସ୍କାରମୂଳକ ପ୍ରସ୍ତାବ କାର୍ଯ୍ୟକାରୀ କରିବାରେ କେଉଁଠି ରହୁଛି ଅସୁବିଧା ? ତା’ର କାରଣ ଖୋଜିବାକୁ ସର୍ବୋଚ୍ଚ କୋର୍ଟ ନିଯୁକ୍ତ କରିଛନ୍ତି ନୂଆ ଆାମିକସ୍‌ କ୍ୟୁରୀ। ପୂର୍ବତନ ସଲିସିଟର ଜେନେରାଲ ରଞ୍ଜିତ କୁମାରଙ୍କୁ  ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ଏପରି ସ୍ଥିତିରେ ଶ୍ରୀମନ୍ଦିର ଆଇନ୍ ଓ ଜଗନ୍ନାଥଙ୍କ ସେବାପୂଜା ସମ୍ପର୍କରେ ପୂର୍ଣ୍ଣ ଅବଗତ ହେବା ପରେ ଯାଇ ସେ କୌଣସି ପ୍ରସ୍ତାବ ବା ନିଷ୍ପତ୍ତି ନେବାକୁ ଅନୁରୋଧ କରିଛନ୍ତି ସେବାୟତ।

ପୂର୍ବରୁ ଶ୍ରୀମନ୍ଦିର ଆମିକସ୍‌କ୍ୟୁରୀ ଥିବା ଗୋପାଳ ସୁବ୍ରମଣ୍ୟମ୍ ହଠାତ୍ ଅବ୍ୟାହତି ନେବା ପରେ ଏ ପଦ ଖାଲି ପଡିଥିଲା। ଏବେ ହୋଇଥିବା ନୂଆ ଆମିକସ୍‌ କ୍ୟୁରୀଙ୍କୁ ଶ୍ରୀମନ୍ଦିର ସଂସ୍କାର ସମ୍ପର୍କିତ କୌଣସି ପ୍ରସ୍ତାବ ଗ୍ରହଣ କରିବା ବେଳେ ସହଯୋଗ କରିବେ ସୁପ୍ରିମକୋର୍ଟର ବରିଷ୍ଠ ମହିଳା ଓକିଲ ପ୍ରିୟା ହିଙ୍ଗୁରାନି। ଆଜି ଶ୍ରୀମନ୍ଦିର ସଂସ୍କାର ମାମଲା ସଂପର୍କିତ ଶୁଣାଣିବେଳେ ସର୍ବୋଚ୍ଚ କୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ ଏହି ଘୋଷଣା କରିଥିବା ଶ୍ରୀମନ୍ଦିର ପ୍ରଶାସନର ଓକିଲ ଶ୍ୱେତକେତୁ ମିଶ୍ର ସୂଚନା ଦେଇଛନ୍ତି।

ଶ୍ରୀମନ୍ଦିର ସଂସ୍କାର ନେଇ କେମିତି ରହିବ ନୂଆ ଆମିକସ୍‌ କ୍ୟୁରୀଙ୍କ ଆଭିମୁଖ୍ୟ, ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଶ୍ରୀମନ୍ଦିରରେ ସୁପ୍ରିମକୋର୍ଟଙ୍କ ୧୨ ସୂତ୍ରୀ ସଂସ୍କାର ମୂଳକ ପ୍ରସ୍ତାବ କାର୍ଯ୍ୟକାରୀ କରିବାରେ କେଉଁଠି ରହୁଛି ଅସୁବିଧା ତାହା ଜାଣିବାକୁ ପୂର୍ବ ଆମିକସ୍‌ କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ୍ ଗତ ସେପ୍ଟେମ୍ବର ମାସରେ ପୁରୀ ଆସି ଯେଉଁଭଳି ଭାବେ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରିଥିଲେ, ନୂଆ ଆମିକସ୍‌ କ୍ୟୁରୀ ସେଭଳି କରିବେ ନା ପୂର୍ବ ପ୍ରସ୍ତାବ ଉପରେ ହିଁ  ଆଗକୁ ବଢ଼ିବେ, ତାକୁ ନେଇ ଆଶା ଓ ଆଶଙ୍କା ପ୍ରକାଶ ପାଇଛି। ତେବେ ନୂଆ ଆମିକସ୍‌ କ୍ୟୁରୀଙ୍କ ନିଯୁକ୍ତିକୁ ଭକ୍ତ ଓ ସେବାୟତ ମହଲରେ ସ୍ୱାଗତ କରାଯାଇଥିବାବେଳେ କୌଣସି ତରବରିଆ ନିଷ୍ପତ୍ତି ନନେବାକୁ ତାଙ୍କୁ ଅନୁରୋଧ କରାଯାଇଛି।

ସେପଟେ ଶ୍ରୀମନ୍ଦିର ସଂସ୍କାର ମାମଲାରେ ଆବେଦନକାରୀ ମୃଣାଳିନୀ ପାଢ଼ୀଙ୍କ ପକ୍ଷରୁ ରୁଜୁ ହୋଇଥିବା ଜନସ୍ୱାର୍ଥ ମାମଲା ଉପରେ ଆସନ୍ତା ଫେବ୍ରୁଆରୀ ୫ରେ ସୁପ୍ରିମକୋର୍ଟ ଶୁଣାଣି କରିବେ ବୋଲି ଜଣାପଡ଼ିଛି।

Related story