Advertisment

‘ଓଡ଼ିଶାର ବାତ୍ୟା ବିପନ୍ନଙ୍କୁ ସାହାଯ୍ୟ କର’

ଭୁବନେଶ୍ଵର (ଓଡ଼ିଶା ରିପୋର୍ଟର): ରାଜ୍ୟ ତଥା ଦେଶରେ ଲକ୍ଷାଧିକ ଶିଳ୍ପ ସଂସ୍ଥା ସକ୍ରିୟ ଅଛନ୍ତି। ବାତ୍ୟା ପ୍ରଭାବିତ ଲୋକମାନଙ୍କ ପାଇଁ ଏବେ ଯେଉଁ ସୁବ ଜରୁରିକାଳୀନ ସାମଗ୍ରୀ ଆବଶ୍ୟକ ହେଉଛି ସେ ସବୁ ଜିନିଷ କମ୍ପାନୀଗୁଡ଼ିକ ଉତ୍ପାଦନ କରୁଛନ୍ତି। ଦିଆସିଲି, ମହମବତୀଠାରୁ ଆରମ୍ଭ କରି ଟାର୍ପୋଲିନ୍ ତଥା ଇଲେକଟ୍ରିକ୍ ପୋଲ୍ ପର୍ଯ୍ୟନ୍ତ ବହୁ ଜରୁରୀ ସାମଗ୍ରୀ ଆମ ଓଡ଼ିଶାରୁ ହିଁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଗୁଡ଼ିକ ତିଆରି କରୁଛନ୍ତି। ତେଣୁ ସାମଗ୍ରୀ ଆକାରରେ ହେଉ ଅବା […]

ଅଦ୍ୟତନ ହୋଇଛି
‘ଓଡ଼ିଶାର ବାତ୍ୟା ବିପନ୍ନଙ୍କୁ ସାହାଯ୍ୟ କର’

11

Advertisment

ଭୁବନେଶ୍ଵର (ଓଡ଼ିଶା ରିପୋର୍ଟର): ରାଜ୍ୟ ତଥା ଦେଶରେ ଲକ୍ଷାଧିକ ଶିଳ୍ପ ସଂସ୍ଥା ସକ୍ରିୟ ଅଛନ୍ତି। ବାତ୍ୟା ପ୍ରଭାବିତ ଲୋକମାନଙ୍କ ପାଇଁ ଏବେ ଯେଉଁ ସୁବ ଜରୁରିକାଳୀନ ସାମଗ୍ରୀ ଆବଶ୍ୟକ ହେଉଛି ସେ ସବୁ ଜିନିଷ କମ୍ପାନୀଗୁଡ଼ିକ ଉତ୍ପାଦନ କରୁଛନ୍ତି।

Advertisment

ଦିଆସିଲି, ମହମବତୀଠାରୁ ଆରମ୍ଭ କରି ଟାର୍ପୋଲିନ୍ ତଥା ଇଲେକଟ୍ରିକ୍ ପୋଲ୍ ପର୍ଯ୍ୟନ୍ତ ବହୁ ଜରୁରୀ ସାମଗ୍ରୀ ଆମ ଓଡ଼ିଶାରୁ ହିଁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଗୁଡ଼ିକ ତିଆରି କରୁଛନ୍ତି। ତେଣୁ ସାମଗ୍ରୀ ଆକାରରେ ହେଉ ଅବା ଅର୍ଥ ଆକାରରେ, ସମ୍ପୃକ୍ତ କମ୍ପାନୀ ଚାହିଁଲେ ବାତ୍ୟା ବିପନ୍ନଙ୍କୁ ସହାୟତା ପ୍ରଦାନ କରିପାରିବେ।

ଏଥିପାଇଁ ଆଲୁମିନିୟ ଆସୋସିଏସନ ଅଫ୍ ଇଣ୍ଡିଆ(ଏଏଆଇ)ର ଅଧ୍ୟକ୍ଷ ତଥା ନାଲ୍‌କୋର ସିଏମ୍‌ଡି ତପନ କୁମାର ଚାନ୍ଦ ସମସ୍ତ ଶିଳ୍ପାନୁଷ୍ଠାନଗୁଡ଼ିକୁ ନିବେଦନ କରିଛନ୍ତି।
ସୂର୍ଯ୍ୟ ଆଲୋକରେ ଚାର୍ଜ ହୋଇପାରୁଥିବା ଲାଇଟ୍, ସୌର ପ୍ୟାନେଲ, ୧୦୦୦ ଲିଟର କ୍ଷମତା ବିଶିଷ୍ଟ ପାଣି ଟାଙ୍କି, ୨୫୦ କେଭି କ୍ଷମତା ବିଶିଷ୍ଟ ଡିଜି ଜେନେରେଟର, ପ୍ୟାକେଟ୍ ଡ୍ରାଏ ଫୁଡ୍, କମ୍ବଳ, ଚାଉଳ, ଗହମ, ଚୂଡ଼ା ଆଦି ବିଭିନ୍ନ ପ୍ରକାର ସାମଗ୍ରୀ ଏହି କମ୍ପାନୀ ଗୁଡ଼ିକ ରିଲିଫ୍ ଆକାରରେ ବାତ୍ୟା କ୍ଷତିଗ୍ରସ୍ତଙ୍କୁ ଦେଇ ପାରିବେ ବୋଲି ଚାନ୍ଦ କହିଛନ୍ତି।

Advertisment

publive-image
ଏଥିପାଇଁ କମ୍ପାନୀ ଗୁଡ଼ିକ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି( cm.odisha.gov.in/cmrf), ରିବିଲ୍ଡ ଓଡ଼ିଶା ପୋର୍ଟାଲ(rebulid.odisha.gov.in) ଏବଂ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (OSDMA) ମାଧ୍ୟମରେ ଦେଇ ପାରିବେ। ସେହିପରି ସିଆଇଆଇ ଫାଉଣ୍ଡେଶନ ମଧ୍ୟମରେ ବି ସହାୟତା ରାଶି ପ୍ରଦାନ କରାଯାଇ ପାରିବ ବୋଲି ଚାନ୍ଦ ସୂଚନା ଦେଇଛନ୍ତି। ଏଥିପାଇଁ ସିଆଇଆଇ ତରଫରୁ ଏକ ବାତ୍ୟା ରିଲିଫ୍ ପରିଚାଳନା କମିଟି ମଧ୍ୟ ଗଠନ କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe