ASO ପରୀକ୍ଷା ତାରିଖ ଘୁଞ୍ଚାଇବାକୁ ଦାବି: OPSC କାର୍ଯ୍ୟଳୟ ଘେରିଲେ ପରୀକ୍ଷାର୍ଥୀ

କଟକ (ଓଡ଼ିଶା ରିପୋର୍ଟର): ଆସନ୍ତା ୨୦ ତାରିଖରେ ହେବାକୁ ଥିବା ସଚିବାଳୟର ଆସିଷ୍ଟାଣ୍ଟ ସେକ୍ସନ୍‌ ଅଫିସର (ASO) ପରୀକ୍ଷାକୁ ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏହି ଦିନ ଅନ୍ୟ ୩ଟି କେନ୍ଦ୍ରୀୟ ପରୀକ୍ଷା ପଡୁଥିବାରୁ ASO ପରୀକ୍ଷାକୁ ଘୁଞ୍ଚାଇବା ଦାବି କରିଛନ୍ତି ପରୀକ୍ଷାର୍ଥୀ। ଏ ନେଇ ବହୁ ସଂଖ୍ୟାରେ ଚାକିରି ଆଶାୟୀ ଆଜି କଟକ ସ୍ଥିତ OPSC କାର୍ଯ୍ୟାଳୟ ଘେରାଉ କରାଯିବା ସହ ଧାରଣା ଦେଇଛନ୍ତି। ସେହିପରି ASO ପରୀକ୍ଷାକୁ ଅଫ୍ ଲାଇନ୍‌ରେ ନ କରି […]

ASO

Rakesh Mallick
  • Published: Thursday, 03 January 2019
  • , Updated: 03 January 2019, 05:15 PM IST

କଟକ (ଓଡ଼ିଶା ରିପୋର୍ଟର): ଆସନ୍ତା ୨୦ ତାରିଖରେ ହେବାକୁ ଥିବା ସଚିବାଳୟର ଆସିଷ୍ଟାଣ୍ଟ ସେକ୍ସନ୍‌ ଅଫିସର (ASO) ପରୀକ୍ଷାକୁ ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏହି ଦିନ ଅନ୍ୟ ୩ଟି କେନ୍ଦ୍ରୀୟ ପରୀକ୍ଷା ପଡୁଥିବାରୁ ASO ପରୀକ୍ଷାକୁ ଘୁଞ୍ଚାଇବା ଦାବି କରିଛନ୍ତି ପରୀକ୍ଷାର୍ଥୀ। ଏ ନେଇ ବହୁ ସଂଖ୍ୟାରେ ଚାକିରି ଆଶାୟୀ ଆଜି କଟକ ସ୍ଥିତ OPSC କାର୍ଯ୍ୟାଳୟ ଘେରାଉ କରାଯିବା ସହ ଧାରଣା ଦେଇଛନ୍ତି।

ସେହିପରି ASO ପରୀକ୍ଷାକୁ ଅଫ୍ ଲାଇନ୍‌ରେ ନ କରି ଅନ୍‌ଲାଇନରେ କରିବାକୁ ଦାବି କରିଛନ୍ତି ପରୀକ୍ଷାର୍ଥୀ।  ପୂର୍ବରୁ ଗତ ଡିସେମ୍ବର ୨୩ ତାରିଖରେ ASO ପରୀକ୍ଷା ହେବାର ଥିଲା। ତେବେ OPSC କର୍ତ୍ତୃପକ୍ଷ ଏହାକୁ ଆସନ୍ତା ୨୦ ତାରିଖକୁ ଘୁଞ୍ଚାଇ ଦେଇଥିଲେ।

ଏ ନେଇ OPSC କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Related story