୨୬ ପର୍ଯ୍ୟନ୍ତ ବଢ଼ିଲା ଯୁକ୍ତ ଦୁଇ ନାମଲେଖା ଆବେଦନ ଅବଧି

ଯୁକ୍ତ ଦୁଇ ପ୍ରଥମବର୍ଷ  ବା ଏକାଦଶ ଶ୍ରେଣୀରେ ନାମ ଲେଖାଇବା ପାଇଁ ସାମସ୍ ପୋର୍ଟାଲ ଜରିଆରେ ଆବେଦନ ତାରିଖକୁ ଜୁନ୍ ୨୦ରୁ ୨୬କୁ ବୃଦ୍ଧି କରାଯାଇଛି ।

Representational Image

  • Published: Tuesday, 20 June 2023
  • , Updated: 20 June 2023, 09:45 PM IST

ଯୁକ୍ତ ଦୁଇ ଶ୍ରେଣୀରେ ନାମଲେଖା ପାଇଁ ଆବେଦନ କରିବାର ଅବଧିକୁ ରାଜ୍ୟ ସରକାର ଜୁନ୍ ୨୬ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ପୂର୍ବରୁ ଆବେଦନର ଶେଷ ତାରିଖ ଜୁନ୍ ୨୦ ପର୍ଯ୍ୟନ୍ତ ରହିଥିଲା । ଅଭିଭାବକ,ଛାତ୍ରଛାତ୍ରୀ ଓ କଲେଜ ଅଧ୍ୟକ୍ଷମାନଙ୍କ ଅନୁରୋଧରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ରାଜ୍ୟ ସ୍କୁଲ ଗଣଶିକ୍ଷା ବିଭାଗ ସୂଚନା ଦେଇଛି ।

ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଯୁକ୍ତ ଦୁଇ ପ୍ରଥମବର୍ଷ  ବା ଏକାଦଶ ଶ୍ରେଣୀରେ ନାମ ଲେଖାଇବା ପାଇଁ ସାମସ୍ ପୋର୍ଟାଲ ଜରିଆରେ ଆବେଦନ ତାରିଖକୁ ଜୁନ୍ ୨୦ରୁ ୨୬କୁ ବୃଦ୍ଧି କରାଯାଇଛି । ପରିବର୍ତ୍ତିତ କାର୍ଯ୍ୟସୂଚୀ ଅନୁସାରେ ଯୁକ୍ତ ଦୁଇରେ ନାମଲେଖା ପାଇଁ ଜୁଲାଇ ୨ ତାରିଖରେ ପ୍ରଥମ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ । ପ୍ରଥମ ପର୍ଯ୍ୟାୟ ନାମଲେଖା ଜୁଲାଇ ୩ରୁ ୮ତାରିଖ ପର୍ଯ୍ୟନ୍ତ ଚାଲିବ ।  ଦ୍ୱିତୀୟ ମେରିଟ୍ ଲିଷ୍ଟ ଜୁଲାଇ ୧୬ରେ ପ୍ରକାଶ ପାଇବ ଓ ନାମଲେଖା ଜୁଲାଇ ୧୯ରେ ଶେଷ ହେବ ।

ସେହିପରି ଅନଲାଇନ୍ ସ୍ପଟ୍ ସିଲେକ୍ସନ ଆଡମିଶନ ପ୍ରକ୍ରିୟା ଜୁଲାଇ ୧୭ରୁ ୨୭ତାରିଖ ପର୍ଯ୍ୟନ୍ତ ଚାଲିବ । ଏକାଦଶ ଶ୍ରେଣୀ ବା ଯୁକ୍ତ ଦୁଇ ପ୍ରଥମ ବର୍ଷ ଶ୍ରେଣୀ ପାଠପଢ଼ା ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଜୁଲାଇ ୨୯ରୁ ଆରମ୍ଭ ହେବ । ଏପର୍ଯ୍ୟନ୍ତ ସାମସ ପୋର୍ଟାଲ ମାଧ୍ୟମରେ ଯୁକ୍ତ ଦୁଇ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ୪ଲକ୍ଷ ୪୫ହଜାର ୮୮୭ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Related story