Advertisment

Medical seat: ୬ ମେଡିକାଲ କଲେଜରେ ୬୨ଟି ପିଜି ସିଟକୁ ମଞ୍ଜୁରୀ, ଜେପି ନଡ୍ଡାଙ୍କୁ କୃତଜ୍ଞତା ଜଣାଇଲେ ମୋହନ

ଚଳିତ ୨୦୨୫-୨୬ ଶିକ୍ଷା ବର୍ଷରୁ ଏହି ସିଟଗୁଡ଼ିକ କାର୍ଯ୍ୟକାରୀ ହେବ । ଏହି ନୂଆ ୬୨ଟି ସିଟ୍ ସହ ରାଜ୍ୟରେ ସରକାରୀ ମେଡିକାଲ କଲେଜଗୁଡ଼ିକରେ ମୋଟ ପିଜି ସିଟ୍ ସଂଖ୍ୟା ୪୩୧କୁ ବୃଦ୍ଧି ପାଇବ ବୋଲି ଜଣାପଡ଼ିଛି ।

Health-Dept-Odisha
Advertisment

ରାଜ୍ୟରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ଆଉ ଏକ ସଫଳତା ମିଳିଛି । ରାଜ୍ୟର ୬ଟି ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ଆଉ ୬୨ଟି ନୂଆ ପିଜି ସିଟକୁ ମଞ୍ଜୁରୀ ମିଳିଛି । ଚଳିତ ୨୦୨୫-୨୬ ଶିକ୍ଷା ବର୍ଷରୁ ଏହି ସିଟଗୁଡ଼ିକ କାର୍ଯ୍ୟକାରୀ ହେବ । ଏହି ନୂଆ ୬୨ଟି ସିଟ୍ ସହ ରାଜ୍ୟରେ ସରକାରୀ ମେଡିକାଲ କଲେଜଗୁଡ଼ିକରେ ମୋଟ ପିଜି ସିଟ୍ ସଂଖ୍ୟା ୪୩୧କୁ ବୃଦ୍ଧି ପାଇବ ବୋଲି ଜଣାପଡ଼ିଛି ।

Advertisment


କେଉଁ ମେଡକାଲ କଲେଜକୁ କେତେ ସିଟ୍‌

 ସୂଚନା ଅନୁସାରେ, ନୂତନ ଭାବେ ମଞ୍ଜୁରୀପ୍ରାପ୍ତ ଏହି ୬୨ଟି ପିଜି ସିଟ୍ ମଧ୍ୟରେ ପଶ୍ଚିମ ଓଡ଼ିଶା ଏବଂ ନୂଆ ସରକାରୀ ମେଡିକାଲ୍ କଲେଜଗୁଡ଼ିକୁ ପ୍ରାଥମିକତା ଦିଆଯାଇଛି ।

ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍ କଲେଜ ଓ ହସ୍ପିଟାଲ୍ (PRMCH), ବାରିପଦା: ୨୦ଟି ସିଟ୍ ମିଳିଛି

Advertisment

ବୀର ସୁରେନ୍ଦ୍ର ସାଏ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ରିସର୍ଚ୍ଚ (VIMSAR), ବୁର୍ଲା: ୧୫ଟି ସିଟ୍ 

ଭୀମ ଭୋଇ ମେଡିକାଲ୍ କଲେଜ ଓ ହସ୍ପିଟାଲ୍ (BBMCH), ବଲାଙ୍ଗୀର: ୧୦ଟି  ସିଟ୍।

ଫକୀର ମୋହନ ମେଡିକାଲ୍ କଲେଜ ଓ ହସ୍ପିଟାଲ୍ (FM MCH), ବାଲେଶ୍ୱର:  ୮ଟି  ସିଟ୍

ପିଜିଆଇଏମ୍‌ଇଆର୍ ଏବଂ କ୍ୟାପିଟାଲ୍ ହସ୍ପିଟାଲ୍ (PGIMER), ଭୁବନେଶ୍ୱର: ୬ଟି ସିଟ୍

ଏସସିବି ମେଡିକାଲ୍ କଲେଜ ଓ ହସ୍ପିଟାଲ୍ (SCB MCH), କଟକ:  ୩ଟି ସିଟ୍ 


ନଡ୍ଡାଙ୍କୁ ଚିଠି ଲେଖି କୃତଜ୍ଞତା ଜଣାଇଲେ ମୋହନ

ଏହି ୬୨ଟି ପିଜି ସିଟ୍ ଅନୁମୋଦନ ପରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡାଙ୍କୁ ଆଜି ଚିଠି ଲେଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୃତଜ୍ଞତା ଜଣାଇଛନ୍ତି । ସେ କହିଛନ୍ତି ଯେ, ଏହି ୬୨ଟି ସିଟ୍ ଅନୁମୋଦନ ପଶ୍ଚିମ ଓଡ଼ିଶାରେ ଡାକ୍ତରୀ ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା ଭତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ ଏକ ମହତ୍ୱ୍ୱପୂର୍ଣ୍ଣ ମାଇଲଖୁଣ୍ଟ । ପିଜି କୋର୍ସଗୁଡ଼ିକର ଯୋଗଦାନ କେବଳ ଡାକ୍ତରୀ ଶିକ୍ଷା ଓ ଗବେଷଣାର ମାନ ବୃଦ୍ଧି କରିବ ନାହିଁ ବରଂ ଏହା ଦ୍ୱାରା ଅଂଚଳରେ ବିଶେଷଜ୍ଞ ଡାକ୍ତରଙ୍କ ଉପଲବ୍ଧତା ମଧ୍ୟ ବୃଦ୍ଧି ପାଇବ ।

ପଶ୍ଚିମ ଓଡ଼ିଶାର ବର୍ଦ୍ଧିତ ଓ ଜଟିଳ ସ୍ୱାସ୍ଥ୍ୟସେବା ଆବଶ୍ୟକତାକୁ ସମ୍ବୋଧିତ କରିବା ଏବଂ ପିଜି ସିଟଗୁଡ଼ିକର ସଂପ୍ରସାରଣ ପାଇଁ ସମୟୋଚିତ ଅନୁମୋଦନ ସୁନିଶ୍ଚିତ କରିବାରେ ଜାତୀୟ ମେଡିକାଲ୍ କମିଶନଙ୍କ ନିରନ୍ତର ସମର୍ଥନ ଉଚିତ୍ ସମୟରେ ମିଳିଛି । ଓଡ଼ିଶାରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ସୁଦୃଢ଼ କରିବାରେ ଓ ରାଜ୍ୟର ସମସ୍ତ ଅଂଚଳରେ ଗୁଣାତ୍ମକ ଡାକ୍ତରୀ ଶିକ୍ଷା ତଥା ସ୍ୱାସ୍ଥ୍ୟସେବା ପାଇଁ  କେନ୍ଦ୍ର ସରକାରଙ୍କ ସହଯୋଗ ପାଇଁ ଶ୍ରୀ ମାଝୀ କୃତଜ୍ଞତା ଜଣାଇଛନ୍ତି ।

ଆଗାମୀ ଶିକ୍ଷାବର୍ଷ ପାଇଁ ପ୍ରସ୍ତୁତି ଓ ଡିଏମଇଟି ସିଟ୍ ମାଟ୍ରିକ୍ସ


ଏହି ସମସ୍ତ (Medical College In Odisha) ସିଟ୍ ଏନଇଇଟି ପିଜି କାଉନସେଲିଂ ପ୍ରକ୍ରିୟାରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଉପଲବ୍ଧ ହେବ । ଏହି ପଦକ୍ଷେପକୁ ପଶ୍ଚିମ ଓଡ଼ିଶାର ସ୍ୱାସ୍ଥ୍ୟସେବା ବ୍ୟବଧାନକୁ ପୂରଣ କରିବା ଦିଗରେ ଏକ ପ୍ରଭାବଶାଳୀ ପଦକ୍ଷେପ ଭାବରେ ଦେଖାଯାଉଛି । ଏ ସଂପର୍କରେ ଚୂଡ଼ାନ୍ତ ଆସନ ବିବରଣୀ (ସିଟ୍ ମାଟ୍ରିକ୍ସ) ରାଜ୍ୟ( Odisha) ଡିଏମଇଟି ପକ୍ଷରୁ ଖୁବଶୀଘ୍ର ପ୍ରକାଶ ପାଇବ ।

Odisha Medical College In Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe