Advertisment

ଅପରାହ୍ଣରେ ଶ୍ରୀମନ୍ଦିର ଅଭିମୁଖେ ବାହାରିବ ଶ୍ରୀ ଜଗନ୍ନାଥଙ୍କ ଦାରୁ

ଭୁବନେଶ୍ୱର: ଆଜି ରଘୁନାଥପୁର ଖରିପଡିଆରୁ ଶ୍ରୀକ୍ଷେତ୍ର ଅଭିମୁଖେ ବାହାରିବ ଶ୍ରୀଜଗନ୍ନାଥଙ୍କ ଦାରୁ ଶଗଡ଼ି। ଗତକାଲି ଦାରୁଶଗଡି ବାହାରିବା କାର୍ଯ୍ୟକ୍ରମ ଥିଲା। ତେବେ ଚଉପଟ କାମ ସରିପାରିନଥିଲା। ତେଣୁ ଆଜି ଅପରାହ୍ନରେ ହିଁ ଶଗଡ଼ି ଯାତ୍ରା ଆରମ୍ଭ ହେବ। ମିଳିଥିବା ସୂଚନା ଅନୁସାରେ ଅପରାହ୍ଣ ପ୍ରାୟ ୫ଟା ବେଳେ ଦାରୁ ଶଗଡ଼ି ଖରି ପଡ଼ିଆରୁ ବାହାରି କଟକ-ପାରାଦୀପ ରାସ୍ତାରେ ପହଞ୍ଚିବ। ସେଠାରୁ ବିଭିନ୍ନ ସ୍ଥାନରେ ରହଣୀ ସହ କଟକ, ଭୁବନେଶ୍ୱର ଦେଇ ପୁରୀ ଅଭିମୁଖେ ଯାତ୍ରା କରିବ। ଏନେଇ […]

author-image
Rakesh Mallick
ଆଜି ଶ୍ରୀକ୍ଷେତ୍ର ଅଭିମୁଖେ ଗଡ଼ିବେ ଶ୍ରୀଜଗନ୍ନାଥଙ୍କ ଦାରୁ ଶଗଡ଼ି

jagannathdaru

ଭୁବନେଶ୍ୱର: ଆଜି ରଘୁନାଥପୁର ଖରିପଡିଆରୁ ଶ୍ରୀକ୍ଷେତ୍ର ଅଭିମୁଖେ ବାହାରିବ ଶ୍ରୀଜଗନ୍ନାଥଙ୍କ ଦାରୁ ଶଗଡ଼ି। ଗତକାଲି ଦାରୁଶଗଡି ବାହାରିବା କାର୍ଯ୍ୟକ୍ରମ ଥିଲା। ତେବେ ଚଉପଟ କାମ ସରିପାରିନଥିଲା। ତେଣୁ ଆଜି ଅପରାହ୍ନରେ ହିଁ ଶଗଡ଼ି ଯାତ୍ରା ଆରମ୍ଭ ହେବ। ମିଳିଥିବା ସୂଚନା ଅନୁସାରେ ଅପରାହ୍ଣ ପ୍ରାୟ ୫ଟା ବେଳେ ଦାରୁ ଶଗଡ଼ି ଖରି ପଡ଼ିଆରୁ ବାହାରି କଟକ-ପାରାଦୀପ ରାସ୍ତାରେ ପହଞ୍ଚିବ। ସେଠାରୁ ବିଭିନ୍ନ ସ୍ଥାନରେ ରହଣୀ ସହ କଟକ, ଭୁବନେଶ୍ୱର ଦେଇ ପୁରୀ ଅଭିମୁଖେ ଯାତ୍ରା କରିବ।

Advertisment

ଏନେଇ ବ୍ୟାପକ ବନ୍ଦୋବସ୍ତ କରିଛି କମିଶନରେଟ୍ ପୋଲିସ। ପୋଲିସ୍ କମିଶନରଙ୍କ ସୂଚନା ଅନୁଯାୟୀ ଜଗତସିଂହପୁର ଜିଲା ଖରିପଡିଆରୁ ଦାରୁ ଶଗଡ଼ି ବାହାରି ପାରାଦୀପ କଟକ ରାସ୍ତାକୁ ଆସିବା ସମୟରେ ସେହି ରାସ୍ତାରେ ସମସ୍ତ ବଡ଼ ଗାଡ଼ିର ଯାତାୟାତ ବନ୍ଦ କରି ଦିଆଯିବ। ପାରାଦୀପ ଯିବାକୁ ଥିବା ଗାଡ଼ି ଚଣ୍ଡିଖୋଲ ରାସ୍ତା ଦେଇ ଯିବେ। ପ୍ରଥମ ଦିନ ଯାତ୍ରା ଶେଷରେ ରାତିରେ ବିଦ୍ୟାଧରପୁର ନିକଟ ଫକୀରପଡ଼ାରେ ଦାରୁ ଶଗଡ଼ି ଅଟକିବ। ଏଠାରେ ଭକ୍ତଙ୍କ ଭିଡ଼କୁ ଦେଖି ଯାନବାହନ ନିୟନ୍ତ୍ରଣ କରାଯିବ। ଆବଶ୍ୟକ ହେଲେ ସମସ୍ତ ଗାଡ଼ିର ଯାତାୟାତ ବନ୍ଦ କରାଯିବ। ଦାରୁ ଶଗଡ଼ି କଟକ ଓଏମପି ଛକରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବା ସମୟରେ ସମସ୍ତ ବଡ଼ ଗାଡ଼ିକୁ ମଙ୍ଗୁଳି ଛକରୁ ଡାଇଭର୍ଟ କରାଯିବ। ଛୋଟ ଗାଡ଼ିଗୁଡ଼ିକୁ ଶିଖରପୁରରୁ ରିଂ ରୋଡ଼ ଦେଇ ଛଡ଼ାଯିବ। ପ୍ରତାପନଗରୀରେ ଦାରୁ ଶଗଡ଼ି ରାତ୍ରୀଯାପନ କରିବା ପରେ ଭୁବନେଶ୍ୱର ଅଭିମୁଖେ ବାହାରିବ। କୌଣସି ବସ୍ କିମ୍ୱା ଟ୍ରକ୍ ଦାରୁ ଯାତ୍ରା ସମୟରେ ସେହି ରାସ୍ତାରେ ଛଡ଼ାଯିବ ନାହିଁ। ଦାରୁ ଶଗଡ଼ି ଯାତ୍ରା ସମୟରେ ପ୍ରାୟ ୨୫ ପ୍ଲାଟୁନ୍ ଫେ।ର୍ସ ମୁତୟନ କରାଯିବ ବୋଲି ପୋଲିସ କମିଶନର ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି।