Advertisment

ଏପ୍ରିଲରୁ ରାଜ୍ୟରେ ଲାଗୁ ହେବ ନୂଆ ବିଦ୍ୟୁତ୍‌ ଦେୟ

ଭୁବନେଶ୍ୱର: ଆସନ୍ତା ଏପ୍ରିଲରୁ ରାଜ୍ୟରେ ଲାଗୁ ହେବ ନୂଆ ବିଜୁଳି ଦେୟ। ଏହାକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ ଶଙ୍କା ଲାଗି ରହିଛି। ଦର ବଢ଼ିବ ବୋଲି ଚର୍ଚ୍ଚା ଲାଗି ରହିଥିବାରୁ ଉପଭୋକ୍ତାମାନେ ଚିନ୍ତିତ ମଧ୍ୟ ହୋଇପଡିଛନ୍ତି। ତେବେ ଦେୟ ବଢ଼ିବ ନା ନାହିଁ, ଯଦି ବଢ଼ିବ କେତେ ବଢ଼ିବ ସେ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ମାର୍ଚ୍ଚ ତୃତୀୟ ସପ୍ତାହରେ ଓଇଆର୍‌ସି ଏ ନେଇ ଘୋଷଣା କରିବ। ୨୦୧୬-୧୭ ଆର୍ଥିକବର୍ଷ ଲାଗି ବିଜୁଳି ଦେୟ ଧାର୍ଯ୍ୟ ନେଇ […]

ଏପ୍ରିଲରୁ ରାଜ୍ୟରେ ଲାଗୁ ହେବ ନୂଆ ବିଦ୍ୟୁତ୍‌ ଦେୟ

bidut

Advertisment

ଭୁବନେଶ୍ୱର: ଆସନ୍ତା ଏପ୍ରିଲରୁ ରାଜ୍ୟରେ ଲାଗୁ ହେବ ନୂଆ ବିଜୁଳି ଦେୟ। ଏହାକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ ଶଙ୍କା ଲାଗି ରହିଛି। ଦର ବଢ଼ିବ ବୋଲି ଚର୍ଚ୍ଚା ଲାଗି ରହିଥିବାରୁ ଉପଭୋକ୍ତାମାନେ ଚିନ୍ତିତ ମଧ୍ୟ ହୋଇପଡିଛନ୍ତି। ତେବେ ଦେୟ ବଢ଼ିବ ନା ନାହିଁ, ଯଦି ବଢ଼ିବ କେତେ ବଢ଼ିବ ସେ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ମାର୍ଚ୍ଚ ତୃତୀୟ ସପ୍ତାହରେ ଓଇଆର୍‌ସି ଏ ନେଇ ଘୋଷଣା କରିବ।

Advertisment

୨୦୧୬-୧୭ ଆର୍ଥିକବର୍ଷ ଲାଗି ବିଜୁଳି ଦେୟ ଧାର୍ଯ୍ୟ ନେଇ ଆଜି ରାଜ୍ୟ ଉପଦେଷ୍ଟା କମିଟିର ବୈଠକ ବସିଥିଲା। ଏଥିରେ ବିଭିନ୍ନ ପକ୍ଷଙ୍କ ଦାବି ସମ୍ପର୍କରେ ଆଲୋଚନା କରାଯାଇଛି। ନୂଆ ଦର ନେଇ ମାର୍ଚ୍ଚ ୨୦ ତାରିଖ ପୂର୍ବରୁ ଓଇଆରସି ନିର୍ଦ୍ଦେଶନାମା ଜାରି କରିବ। ଏପ୍ରିଲ ମାସରୁ ନୂଆ ଦର ଲାଗୁ ହେବ ବୋଲି ସ୍ଥିର ହୋଇଛି ବୋଲି ଓଇଆରସି ସେକ୍ରେଟାରୀ ଇନ୍‌ଚାର୍ଜ କମଳ ଲୋଚନ ପଣ୍ଡା କହିଛନ୍ତି।

ଦେୟ ନିର୍ଦ୍ଧାରଣ ନେଇ ଓଇଆରସି ସେକ୍ରେଟାରୀ ଇନ୍‌ଚାର୍ଜ ପକ୍ଷରୁ ଜନଶୁଣାଣି କରାଯାଇଥିଲା। ବିଜୁଳି ଉତ୍ପାଦନ କରୁଥିବା ଓଏଚ୍‌ପିସି, ଓପିଜିସି, ଚାରି ବିତରଣକାରୀ କମ୍ପାନୀ, ଟ୍ରେଡିଂ କମ୍ପାନୀ ଗ୍ରୀଡକୋ, ଓପିଟିସିଏଲ୍ ଓ ଏସ୍‌ଏଲ୍‌ଡିସି ବିଦ୍ୟୁତ୍ ଶୁକ୍ଲ ବୃଦ୍ଧି ସମ୍ପର୍କରେ ମତ ଦେଇଥିଲେ। ତେବେ ବିଦ୍ୟୁତ୍ ଉପଭୋକ୍ତା ମହାସଂଘ ଏହାକୁ ଜୋରଦାର ବିରୋଧ କରିଥିଲା। ସେହିପରି ଆଜି ମଧ୍ୟ ଓଡ଼ିଶା ଜନ ଜଗାରଣ ମଞ୍ଚ ପକ୍ଷରୁ ଓଇଆରସି ଅଫିସ ଆଗରେ ଧାରଣା ଦିଆଯାଇଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe