/odisha-reporter/media/post_attachments/uploadimage/library/16_9/16_9_0/IMAGE_1674145180.jpg)
Archana Nag
ଇଣ୍ଟିଗ୍ରେଟେଡ୍ ଲ’ ପରୀକ୍ଷା ଦେବେ ହନିଟ୍ରାପ୍ କୁଇନ ଅର୍ଚ୍ଚନା ନାଗ। ପରୀକ୍ଷା ପୂର୍ବରୁ ଫର୍ମ ପୂରଣ ପାଇଁ ଅନୁମତି ମିଳିଥିବା ବେଳେ ଜେଲ ମାନୁଆଲ ଅନୁସାରେ ପରୀକ୍ଷା ପାଇଁ ମିଳିପାରେ ଅନୁମତି। ଏନେଇ ଗତକାଲି କୋର୍ଟରେ ଆବେଦନ କରିଥିଲେ ଅର୍ଚ୍ଚନାଙ୍କ ଓକିଲ।
ଅନ୍ୟପକ୍ଷରେ ଡିଜିଟାଲ ଏଭିଡେନ୍ସ ରିପୋର୍ଟର ଷ୍ଟାଟସ କ’ଣ, ସେନେଇ ଜିଲ୍ଲା ଓ ଦୌରାଜଜ୍ କୋର୍ଟ ଫୋରେନସିକ ଲାବକୁ ରିପୋର୍ଟ ମାଗିଛନ୍ତି। ଯେହେତୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସେଣ୍ଟ୍ରାଲ ଫୋରେନସିକ ଲାବକୁ ଏଭିଡେନ୍ସ ପଠାଇବାକୁ ଆବେଦନ କରିଥିଲେ, ତା’ ପୂର୍ବରୁ କୋର୍ଟ ଷ୍ଟାଟସ୍ ରିପୋର୍ଟ ମାଗିଥିବା ଜଣାପଡ଼ିଛି।
ଅର୍ଚ୍ଚନା ନାଗ ମାମଲାରେ ଖଣ୍ଡଗିରି ଥାନା ପୁଲିସ ଜବତ କରିଥିବା ଡିଜିଟାଲ ଏଭିଡେନସ୍ ଫୋରେନସିକ ଲାବ୍କୁ ରିକଭରି ପାଇଁ ପଠାଇଥିଲା। ପରେ ଫୋରେନସିକ ଲାବ୍ ୨ଟି ପର୍ଯ୍ୟାୟରେ ଇଡିକୁ ରିପୋର୍ଟ ଦେଇଥିଲା। ତେବେ ଇଡି ଏଥିରେ ଅସନ୍ତୁଷ୍ଟ ପ୍ରକାଶ କରିଥିଲା। ସେମାନେ ଖୋଜୁଥିବା ଦିଗଗୁଡ଼ିକର ତଥ୍ୟ କାଢ଼ିବାରେ ଫୋରେନସିକ ଲାବ୍ ଅସଫଳ ହୋଇଥିବା ଚାର୍ଜସିଟରେ ଉଲ୍ଲେଖ କରିଥିଲା ଇଡି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
