ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ତୀରମାଡ଼

ଦେବଗଡ଼(ଓଡ଼ିଶା ରିପୋର୍ଟର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ତୀରମାଡ଼ ହୋଇଛି। ଏଭଳି ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ଉପରଖଣ୍ଡମା ଗାଁରେ। ଗୁରୁତର ଅବସ୍ଥାରେ ଯୁବକଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଉକ୍ତ ଯୁବକଙ୍କ ନାଁ ବାବୁ ଧିବର।

ବାବୁଙ୍କ ପିଠିରେ ତୀର ଫୁଟିକି ରହିଛି। ତୀର ମାରିଥିବା ଯୁବକ ଗଣ୍ଠି ଧିବରକୁ କାବୁ କରି ପୁଲିସ ଜିମାରେ ଦେଇଛନ୍ତି ପଡ଼ୋଶୀ।

ଗତକାଲି ରାତିରେ ବାବୁ ତାଙ୍କ ବଡ଼ ଭାଇଙ୍କ ଘରକୁ ଯାଉଥିବା ବେଳେ ଗଣ୍ଠି ପଛପଟୁ ଆସି ବାବୁଙ୍କୁ ତୀର ମାଡ଼ କରିଥିଲେ। ଫଳରେ ତୀରଟି ବାବୁଙ୍କ ପିଠିରେ ଗଳି ଲାଖି ଯାଇଥିଲା। ପ୍ରଥମେ ତାଙ୍କୁ ବାରକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।

ବ୍ରାହ୍ମଣୀ ନଦୀରେ ମାଛଧରାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ଶତ୍ରୁତା ରହିଥିଲା। ଏହି କାରଣରୁ ତୀର ମାଡ଼ ହୋଇଥିବା ଅନୁମାନ କରାଯାଉଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।