Advertisment

ଗୀତ ଗାଇ କରୋନା ସମ୍ପର୍କରେ ସଚେତନ କରୁଛନ୍ତି କଳାକାର

ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା): ଦିନକୁ ଦିନ କରୋନାର ଭୟାବହତା ବଢ଼ି ଚାଲିଛି। ତେଣୁ ଏହାର ମୁକାବିଲା ପାଇଁ  ସରକାରୀ, ବେସରକାରୀ ତଥା ସ୍ୱେଚ୍ଛାସେବୀଙ୍କ ଦ୍ୱାରା ସବୁଠି ବ୍ୟାପକ ଜନସଚେତନତା କାର୍ଯ୍ୟକ୍ରମ କରାଯାଉଛି।  ଏହି ଲଢ଼େଇରେ ସାମିଲ ହୋଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍‌ ମେଣ୍ଢାମାଳ ଗାଁର କଳାକାର। କଳାକାର ଘନଶ୍ୟାମ ଲୁହା କରୋନା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ନିଜେ ଗୀତ ଲେଖିଛନ୍ତି। ଆଉ ଏହି ଗୀତକୁ ସେ ନିଜେ ମଧ୍ୟ ଗାଉଛନ୍ତି। ତାଙ୍କୁ ଏଥିରେ ତାଙ୍କ […]

author-image
Jyoshna Pradhan
ଗୀତ ଗାଇ କରୋନା ସମ୍ପର୍କରେ ସଚେତନ କରୁଛନ୍ତି କଳାକାର

subanapur

ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା): ଦିନକୁ ଦିନ କରୋନାର ଭୟାବହତା ବଢ଼ି ଚାଲିଛି। ତେଣୁ ଏହାର ମୁକାବିଲା ପାଇଁ  ସରକାରୀ, ବେସରକାରୀ ତଥା ସ୍ୱେଚ୍ଛାସେବୀଙ୍କ ଦ୍ୱାରା ସବୁଠି ବ୍ୟାପକ ଜନସଚେତନତା କାର୍ଯ୍ୟକ୍ରମ କରାଯାଉଛି।  ଏହି ଲଢ଼େଇରେ ସାମିଲ ହୋଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍‌ ମେଣ୍ଢାମାଳ ଗାଁର କଳାକାର।

Advertisment

କଳାକାର ଘନଶ୍ୟାମ ଲୁହା କରୋନା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ନିଜେ ଗୀତ ଲେଖିଛନ୍ତି। ଆଉ ଏହି ଗୀତକୁ ସେ ନିଜେ ମଧ୍ୟ ଗାଉଛନ୍ତି। ତାଙ୍କୁ ଏଥିରେ ତାଙ୍କ ସାଥୀ କଳାକାରମାନେ ସାହାଯ୍ୟ କରୁଛନ୍ତି। ସାତ ଦିନ ହେବ ସେମାନେ ଗାଁକୁ ଗାଁ ଯାଇ ସାମାଜିକ ଦୂରତା, ହାତ ଧୋଇବା ଏବଂ ମାସ୍କର ବ୍ୟବହାରକୁ ନେଇ ଗୀତ ମାଧ୍ୟମରେ ଲୋକଙ୍କୁ ସଚେତନ କରୁଛନ୍ତି।

ଏନେଇ ଜଣେ କଳାକାର କହିଛନ୍ତି,“ଆମ ଗାଁର ସବୁ କଳାକାର ମିଶି ଚିନ୍ତା କଲୁ  କରୋନା ପାଇଁ କିଛି ମେଡିସିନ୍ ନାହିଁ। ତେଣୁ ସଙ୍ଗୀତ ମାଧ୍ୟମରେ ଲୋକଙ୍କ ନିକଟରେ  ଏହି ବାର୍ତ୍ତା  ପହଞ୍ଚାଇ ପାରିଲେ ସେମାନେ  ସଚେତନ ହୋଇ ପାରିବେ ବୋଲି ଆମେ ଆଶା କଲୁ। ତେଣୁ  ଆମେ ଗୀତ ମାଧ୍ୟମରେ ପ୍ରଚାର କରୁଛୁ। କେବଳ ଗୀତ ଶୁଣି ମନୋରଞ୍ଜନ କଲେ ହେବ ନାହିଁ,  ଏହାକୁ  ସଚେତନତା  ବାର୍ତ୍ତା ଭାବି ଦର୍ଶକମାନେ ଗ୍ରହଣ କରିବା ଦରକାର।”

Advertisment