Advertisment

ଚିତ୍ର ଆଙ୍କି କରୋନା ସମ୍ପର୍କରେ ସଚେତନ କରୁଛନ୍ତି ଚିତ୍ରକର

ରାୟଗଡ଼ା(ମନୋଜ ପାତ୍ର): କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାରୀ, ବେସକାରୀ ତଥା ସ୍ୱେଚ୍ଛାସେବୀ ସ୍ତରରେ ବିଭିନ୍ନ ଜନ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଆଉ ଏହି ଲଢ଼େଇରେ ସାମିଲ ହୋଇଛନ୍ତି ରାୟଗଡ଼ା ଜିଲ୍ଲା ଚିତ୍ରଶିଳ୍ପୀ ସଂଘର ଚିତ୍ରକରମାନେ। ଏହି ଚିତ୍ରଶିଳ୍ପୀମାନେ ସାତ ଦିନ ହେବ ରାୟଗଡ଼ା ସହର ଠାରୁ ଆରମ୍ଭ କରି ଜିଲ୍ଲାର ବିଭିନ୍ନ ଗାଁକୁ ଯାଇ କରୋନା ସମ୍ପର୍କିତ ଚିତ୍ର ଆଙ୍କୁଛନ୍ତି। ହାତ ଧୋଇବା,  ସାମାଜିକ ଦୂରତ୍ୱ ରଖିବା,  ମାସ୍କ ପିନ୍ଧିବା ଆଦି ବାର୍ତ୍ତା ସମ୍ପର୍କରେ  ଚିତ୍ର […]

ଚିତ୍ର ଆଙ୍କି କରୋନା ସମ୍ପର୍କରେ ସଚେତନ କରୁଛନ୍ତି ଚିତ୍ରକର

rayagada

Advertisment

ରାୟଗଡ଼ା(ମନୋଜ ପାତ୍ର): କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାରୀ, ବେସକାରୀ ତଥା ସ୍ୱେଚ୍ଛାସେବୀ ସ୍ତରରେ ବିଭିନ୍ନ ଜନ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଆଉ ଏହି ଲଢ଼େଇରେ ସାମିଲ ହୋଇଛନ୍ତି ରାୟଗଡ଼ା ଜିଲ୍ଲା ଚିତ୍ରଶିଳ୍ପୀ ସଂଘର ଚିତ୍ରକରମାନେ।publive-image

Advertisment

ଏହି ଚିତ୍ରଶିଳ୍ପୀମାନେ ସାତ ଦିନ ହେବ ରାୟଗଡ଼ା ସହର ଠାରୁ ଆରମ୍ଭ କରି ଜିଲ୍ଲାର ବିଭିନ୍ନ ଗାଁକୁ ଯାଇ କରୋନା ସମ୍ପର୍କିତ ଚିତ୍ର ଆଙ୍କୁଛନ୍ତି। ହାତ ଧୋଇବା,  ସାମାଜିକ ଦୂରତ୍ୱ ରଖିବା,  ମାସ୍କ ପିନ୍ଧିବା ଆଦି ବାର୍ତ୍ତା ସମ୍ପର୍କରେ  ଚିତ୍ର ମାଧ୍ୟମରେ ଲୋକଙ୍କୁ ସଚେତନ କରୁଛନ୍ତି।

ଏହି ଚିତ୍ର ଶିଳ୍ପୀମାନେ ନିଜସ୍ୱ ଖର୍ଚ୍ଚରେ ଏହି କାମ କରୁଛନ୍ତି।  ଏହି ଅଭିଯାନ ଲୋକଙ୍କ ଜୀବନ ରକ୍ଷାରେ ସହାୟକ ହେବ ବୋଲି ଚିତ୍ର ଶିଳ୍ପୀମାନେ ଆଶା ରଖିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe