ପରୀକୁ ମାରି ଦୁଷ୍କର୍ମ କରିଥିଲା ଅଭିଯୁକ୍ତ, ଅରୁଣ ବୋଥ୍ରା ବର୍ଣ୍ଣନା କଲେ ପୂରା ଘଟଣା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପରୀ ହତ୍ୟା ମାମଲାରେ ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା ଆଜି ପ୍ରେସମିଟ୍ କରିଛନ୍ତି। ଏଥିରେ ସେ ପରୀକୁ ଅଭିଯୁକ୍ତ କେମିତି ମାରିଥିଲା ଓ କାହିଁକି ମାରିଥିଲା, ତାହା ବର୍ଣ୍ଣନା କରିଛନ୍ତି। ଏହା ସହିତ ଆଉ କ’ଣ ସବୁ କହିଛନ୍ତି ଚୁମ୍ବକରେ ପଢ଼ନ୍ତୁ।

ସେ କହିଛନ୍ତି-  ସେହି ଗାଁର ଜଣେ ଅଭିଯୁକ୍ତ ସରୋଜ ସେଠୀକୁ ଗିରଫ କରାଯାଇଛି।

    • ସରୋଜ ସେଠୀ ଘଟଣାର ମୁଖ୍ୟ ଅଭିଯୁକ୍ତ।
    • ଅନ୍ୟ କାହାର ସଂପୃକ୍ତି ଅଛି କି ନାହିଁ ତଦନ୍ତ କରାଯାଉଛି।
    • ଅଧିକ ପ୍ରମାଣ ଯୋଗାଡ଼ ପାଇଁ ଯଦୁପୁର ଗାଁର ପୋଖରୀ ଶୁଖାଯାଉଛି।
    • ଏହି ଘଟଣାର କୌଣସି ଆଇ ୱିଟ୍‌ନେସ୍ ଆମକୁ ଏଯାଏ ମିଳିନାହିଁ।
    • ମୋର ୨୨ ବର୍ଷର ପୁଲିସ ଚାକିରିରେ ଏହା ଏକ ବୀଭତ୍ସ ଘଟଣା।
    • ପରୀର ଘରଠାରୁ ସରୋଜର ଘର ୨ଶହ ମିଟର ପାଖାପାଖି।
    • ସରୋଜର ସାନଭଉଣୀ ସହ ପରୀର ଭଲ ସଂପର୍କ ଥିଲା।
    • ସରୋଜ ଘରେ ଥିବା ଜାମୁ କୋଳି ଖାଇବାକୁ ପିଲାମାନେ ଯାଇଥା’ନ୍ତି।
    • ୧୩ ତାରିଖ ଦିନ ପରୀ ଜାମୁକୋଳି ଖାଇବାକୁ ଯାଇଥିଲା।
    • ୧୪ ତାରିଖ ଦିନ ପରୀ ଏକା ଏକା ଜାମୁକୋଳି ଖାଇବାକୁ ଯାଇଥିଲା।
    • ସରୋଜର ବାପା ନାହିଁ, ମା ଓ ସାନ ଭଉଣୀ ଚାକିରି କରୁଛନ୍ତି, ବଡ଼ ଭଉଣୀ ବାହା ହୋଇଛି। ସେଦିନ ତାଙ୍କ ମା’ ଓ ସାନ ଭଉଣୀ ଘରେ ନଥିଲେ।
    • ସରୋଜ ପରୀକୁ ଘର ଭିତରକୁ ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲା।
    • ପରୀ ଏଥିରେ ବାଧା ଦେବାକୁ ସେ ତା ତଣ୍ଟି ଚିପି ଦେଇଥିଲା।
    • ମୃତ୍ୟୁ ପରେ ନାବାଳିକାର ମୃତଦେହ ସାଥିରେ ଦୁଷ୍କର୍ମ କରିଥିଲା।
    • ଅଶ୍ଳୀଳ ଫିଲ୍ମରେ ଏସବୁ ଦେଖି ସେ ଏଭଳି କରିଥିବା କହିଛି।
    • ମୃତଦେହ ସହ ଦୁଷ୍କର୍ମ ପରେ ସେ ଏକ ଝୋଟ ବସ୍ତାରେ ଶବ ପୂରାଇଥିଲା।
    • ବସ୍ତାରେ ମୃତଦେହ ଓ ଫ୍ରକ୍ ପୂରାଇ ପୋଖରୀ ଭିତରକୁ ଫିଙ୍ଗି ଦେଇଥିଲା।
    • ତେବେ ଝିଅଟି ପିନ୍ଧିଥିବା ଲେଗିଙ୍ଗସ ସେ ନେବା ଭୁଲି ଯାଇଥିଲା।
    • ପରେ ଲେଗିଙ୍ଗସକୁ ନେଇ ସେ ପୋଖରୀରେ ଫିଙ୍ଗିଥିବା କହିଛି।
    • ପଛରେ ଫିଙ୍ଗିଥିବା ଲେଗିଙ୍ଗସକୁ ଉଦ୍ଧାର ପାଇଁ ପୋଖରୀ ଶୁଖାଯାଉଛି।
    • ସରୋଜ ମୋବାଇଲରେ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଫିଲ୍ମ ରଖି ଦେଖୁଥିଲା।
    • ପର୍ଣ୍ଣ ଫିଲ୍ମ ମୋବାଇଲ ଫୋଲ୍ଡରରେ ରଖି ଲକ୍ ପକାଇଥିଲା।
    • ଘଟଣାର ପୂର୍ବଦିନ ୧୩ ତାରିଖରେ ରାତିସାରା ପର୍ଣ୍ଣ ଫିଲ୍ମ ଦେଖିଛି।
    • ହତ୍ୟା ବା ଦୁଷ୍କର୍ମ ପାଇଁ ପୂର୍ବ ପ୍ରସ୍ତୁତି ନଥିବା ସ୍ୱୀକାର କରିଛି ସରୋଜ।
    • ରାତିସାରା ଫିଲ୍ମ ଦେଖିବା ପରେ ଝିଅଟି ଆସିବାରୁ, ଏଭଳି କରିଥିବା କହିଛି।
    • ଆଇ  ୱିଟନେସ୍ ବା ଚାକ୍ଷୁସ ପ୍ରମାଣ କିଛି ମିଳିନି।
    • ଆଇ ୱିଟନେସ୍ ନଥିବାରୁ ଆମେ ବୈଜ୍ଞାନିକ ପ୍ରମାଣ ଏକାଠି କରୁଛୁ।
    • ହାଇଦ୍ରାବାଦର CCMB ଓ ଦିଲ୍ଲୀର NIPGR ସହ କଥା ହୋଇଛୁ।
    • ତା’ଘରୁ ବାହାରିଥିବା ଗଛଡାଳକୁ NIPGRକୁ ପଠାଯିବ।
    • ପ୍ରଥମେ ପଲିଗ୍ରାଫ୍ କରିବାକୁ ସରୋଜ ଅରାଜି ହେଉଥିଲା।
    • ପଲିଗ୍ରାଫ୍ ଟେଷ୍ଟରେ ତାର ଉତ୍ତର ମିଛଥିବା ଜଣାପଡ଼ିଥିଲା।
    • ଘଟଣା ପରେ ସରୋଜ ୨ ଜଣଙ୍କୁ ଏକଥା ଜଣାଇଥିଲା।
    • ସେଥିରୁ ଜଣଙ୍କ ସହ କଥା ବେଳେ ତାଙ୍କ ଭିଡିଓ ଏବଂ ଅଡିଓ ଅନ୍ ଥିଲା।
    • ଆମକୁ ସେହି ଭିଡିଓ ଏବଂ ଅଡିଓ ବଡ଼ ପ୍ରମାଣ ଭାବେ ମିଳିପାରିବ।
    • ମୃତଦେହ ନଷ୍ଟ ପାଇଁ କେମିକାଲ ବ୍ୟବହାର ହୋଇ ନଥିବା ରିପୋର୍ଟ ଆସିଛି।
    • ତଦନ୍ତ ବେଳେ ସାରା ଗାଁର ସବୁ ଲୋକଙ୍କ ପ୍ରୋଫାଇଲ ନେଇଥିଲୁ।
    • ଘଟଣା ଦିନ କାହା ଘରେ କିଏ କିଏ ଥିଲେ, ସବୁ ଟିକିନିଖି ଯାଞ୍ଚ କରିଥିଲୁ।
    • ୧୪ ତାରିଖ ଘଟଣା ଦିନ ସମସ୍ତଙ୍କ ଘରେ କେହି ନା କେହି ଥିଲେ।
    • କିନ୍ତୁ ସରୋଜ ଘରେ, ସେଦିନ ଏକା ସେ ହିଁ ରହିଥିଲା।
    • ଦ୍ୱିତୀୟତଃ ସରୋଜଙ୍କ ମୋବାଇଲରୁ ମଧ୍ୟ ବଡ଼ ସୁରାକ ପାଇଲୁ।
    • ତା’ ମୋବାଇଲ ଧରି ଲକ୍ ଖୋଲିବାରୁ ଗୋଟେ ପପ୍ଅପ୍ ଆସିଲା।
    • ପପ୍ଅପ୍ ଥିଲା, ୩ ବର୍ଷର ଝିଅକୁ ହତ୍ୟା ଓ ଦୁଷ୍କର୍ମ ସଂପର୍କିତ ନ୍ୟୁଜ୍।
    • କୌଣସି ଜାଗାରେ ଘଟିଥିବା ଏକ ନ୍ୟୁଜ୍‌କୁ ସରୋଜ ଦେଖିଥିଲା।
    • ପୂର୍ବରୁ ଦେଖିଥିବାରୁ ମୋବାଇଲ ଅନ୍ କରୁ କରୁ ପପ୍ଅପ୍ ଆସିଥିଲା।
    • ସରୋଜକୁ ନାବାଳିକା କଥା କହୁ କହୁ ସେ ଆମକୁ ପ୍ରମାଣ ମାଗିଥିଲା।
    • ଗାଁର ଅଧିକାଂଶ ଲୋକ ପଲିଗ୍ରାଫ୍ ପାଇଁ ରାଜି ହୋଇଥିଲେ। ତେବେ ସରୋଜ ପଲିଗ୍ରାଫ୍ ପାଇଁ ପ୍ରଥମରୁ ରାଜି ହେଉ ନଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।