ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପରୀ ହତ୍ୟା ମାମଲାରେ ଏସ୍ଆଇଟି ମୁଖ୍ୟ ଅରୁଣ ବୋଥ୍ରା ଆଜି ପ୍ରେସମିଟ୍ କରିଛନ୍ତି। ଏଥିରେ ସେ ପରୀକୁ ଅଭିଯୁକ୍ତ କେମିତି ମାରିଥିଲା ଓ କାହିଁକି ମାରିଥିଲା, ତାହା ବର୍ଣ୍ଣନା କରିଛନ୍ତି। ଏହା ସହିତ ଆଉ କ’ଣ ସବୁ କହିଛନ୍ତି ଚୁମ୍ବକରେ ପଢ଼ନ୍ତୁ।
ସେ କହିଛନ୍ତି- ସେହି ଗାଁର ଜଣେ ଅଭିଯୁକ୍ତ ସରୋଜ ସେଠୀକୁ ଗିରଫ କରାଯାଇଛି।
- ସରୋଜ ସେଠୀ ଘଟଣାର ମୁଖ୍ୟ ଅଭିଯୁକ୍ତ।
- ଅନ୍ୟ କାହାର ସଂପୃକ୍ତି ଅଛି କି ନାହିଁ ତଦନ୍ତ କରାଯାଉଛି।
- ଅଧିକ ପ୍ରମାଣ ଯୋଗାଡ଼ ପାଇଁ ଯଦୁପୁର ଗାଁର ପୋଖରୀ ଶୁଖାଯାଉଛି।
- ଏହି ଘଟଣାର କୌଣସି ଆଇ ୱିଟ୍ନେସ୍ ଆମକୁ ଏଯାଏ ମିଳିନାହିଁ।
- ମୋର ୨୨ ବର୍ଷର ପୁଲିସ ଚାକିରିରେ ଏହା ଏକ ବୀଭତ୍ସ ଘଟଣା।
- ପରୀର ଘରଠାରୁ ସରୋଜର ଘର ୨ଶହ ମିଟର ପାଖାପାଖି।
- ସରୋଜର ସାନଭଉଣୀ ସହ ପରୀର ଭଲ ସଂପର୍କ ଥିଲା।
- ସରୋଜ ଘରେ ଥିବା ଜାମୁ କୋଳି ଖାଇବାକୁ ପିଲାମାନେ ଯାଇଥା’ନ୍ତି।
- ୧୩ ତାରିଖ ଦିନ ପରୀ ଜାମୁକୋଳି ଖାଇବାକୁ ଯାଇଥିଲା।
- ୧୪ ତାରିଖ ଦିନ ପରୀ ଏକା ଏକା ଜାମୁକୋଳି ଖାଇବାକୁ ଯାଇଥିଲା।
- ସରୋଜର ବାପା ନାହିଁ, ମା ଓ ସାନ ଭଉଣୀ ଚାକିରି କରୁଛନ୍ତି, ବଡ଼ ଭଉଣୀ ବାହା ହୋଇଛି। ସେଦିନ ତାଙ୍କ ମା’ ଓ ସାନ ଭଉଣୀ ଘରେ ନଥିଲେ।
- ସରୋଜ ପରୀକୁ ଘର ଭିତରକୁ ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲା।
- ପରୀ ଏଥିରେ ବାଧା ଦେବାକୁ ସେ ତା ତଣ୍ଟି ଚିପି ଦେଇଥିଲା।
- ମୃତ୍ୟୁ ପରେ ନାବାଳିକାର ମୃତଦେହ ସାଥିରେ ଦୁଷ୍କର୍ମ କରିଥିଲା।
- ଅଶ୍ଳୀଳ ଫିଲ୍ମରେ ଏସବୁ ଦେଖି ସେ ଏଭଳି କରିଥିବା କହିଛି।
- ମୃତଦେହ ସହ ଦୁଷ୍କର୍ମ ପରେ ସେ ଏକ ଝୋଟ ବସ୍ତାରେ ଶବ ପୂରାଇଥିଲା।
- ବସ୍ତାରେ ମୃତଦେହ ଓ ଫ୍ରକ୍ ପୂରାଇ ପୋଖରୀ ଭିତରକୁ ଫିଙ୍ଗି ଦେଇଥିଲା।
- ତେବେ ଝିଅଟି ପିନ୍ଧିଥିବା ଲେଗିଙ୍ଗସ ସେ ନେବା ଭୁଲି ଯାଇଥିଲା।
- ପରେ ଲେଗିଙ୍ଗସକୁ ନେଇ ସେ ପୋଖରୀରେ ଫିଙ୍ଗିଥିବା କହିଛି।
- ପଛରେ ଫିଙ୍ଗିଥିବା ଲେଗିଙ୍ଗସକୁ ଉଦ୍ଧାର ପାଇଁ ପୋଖରୀ ଶୁଖାଯାଉଛି।
- ସରୋଜ ମୋବାଇଲରେ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଫିଲ୍ମ ରଖି ଦେଖୁଥିଲା।
- ପର୍ଣ୍ଣ ଫିଲ୍ମ ମୋବାଇଲ ଫୋଲ୍ଡରରେ ରଖି ଲକ୍ ପକାଇଥିଲା।
- ଘଟଣାର ପୂର୍ବଦିନ ୧୩ ତାରିଖରେ ରାତିସାରା ପର୍ଣ୍ଣ ଫିଲ୍ମ ଦେଖିଛି।
- ହତ୍ୟା ବା ଦୁଷ୍କର୍ମ ପାଇଁ ପୂର୍ବ ପ୍ରସ୍ତୁତି ନଥିବା ସ୍ୱୀକାର କରିଛି ସରୋଜ।
- ରାତିସାରା ଫିଲ୍ମ ଦେଖିବା ପରେ ଝିଅଟି ଆସିବାରୁ, ଏଭଳି କରିଥିବା କହିଛି।
- ଆଇ ୱିଟନେସ୍ ବା ଚାକ୍ଷୁସ ପ୍ରମାଣ କିଛି ମିଳିନି।
- ଆଇ ୱିଟନେସ୍ ନଥିବାରୁ ଆମେ ବୈଜ୍ଞାନିକ ପ୍ରମାଣ ଏକାଠି କରୁଛୁ।
- ହାଇଦ୍ରାବାଦର CCMB ଓ ଦିଲ୍ଲୀର NIPGR ସହ କଥା ହୋଇଛୁ।
- ତା’ଘରୁ ବାହାରିଥିବା ଗଛଡାଳକୁ NIPGRକୁ ପଠାଯିବ।
- ପ୍ରଥମେ ପଲିଗ୍ରାଫ୍ କରିବାକୁ ସରୋଜ ଅରାଜି ହେଉଥିଲା।
- ପଲିଗ୍ରାଫ୍ ଟେଷ୍ଟରେ ତାର ଉତ୍ତର ମିଛଥିବା ଜଣାପଡ଼ିଥିଲା।
- ଘଟଣା ପରେ ସରୋଜ ୨ ଜଣଙ୍କୁ ଏକଥା ଜଣାଇଥିଲା।
- ସେଥିରୁ ଜଣଙ୍କ ସହ କଥା ବେଳେ ତାଙ୍କ ଭିଡିଓ ଏବଂ ଅଡିଓ ଅନ୍ ଥିଲା।
- ଆମକୁ ସେହି ଭିଡିଓ ଏବଂ ଅଡିଓ ବଡ଼ ପ୍ରମାଣ ଭାବେ ମିଳିପାରିବ।
- ମୃତଦେହ ନଷ୍ଟ ପାଇଁ କେମିକାଲ ବ୍ୟବହାର ହୋଇ ନଥିବା ରିପୋର୍ଟ ଆସିଛି।
- ତଦନ୍ତ ବେଳେ ସାରା ଗାଁର ସବୁ ଲୋକଙ୍କ ପ୍ରୋଫାଇଲ ନେଇଥିଲୁ।
- ଘଟଣା ଦିନ କାହା ଘରେ କିଏ କିଏ ଥିଲେ, ସବୁ ଟିକିନିଖି ଯାଞ୍ଚ କରିଥିଲୁ।
- ୧୪ ତାରିଖ ଘଟଣା ଦିନ ସମସ୍ତଙ୍କ ଘରେ କେହି ନା କେହି ଥିଲେ।
- କିନ୍ତୁ ସରୋଜ ଘରେ, ସେଦିନ ଏକା ସେ ହିଁ ରହିଥିଲା।
- ଦ୍ୱିତୀୟତଃ ସରୋଜଙ୍କ ମୋବାଇଲରୁ ମଧ୍ୟ ବଡ଼ ସୁରାକ ପାଇଲୁ।
- ତା’ ମୋବାଇଲ ଧରି ଲକ୍ ଖୋଲିବାରୁ ଗୋଟେ ପପ୍ଅପ୍ ଆସିଲା।
- ପପ୍ଅପ୍ ଥିଲା, ୩ ବର୍ଷର ଝିଅକୁ ହତ୍ୟା ଓ ଦୁଷ୍କର୍ମ ସଂପର୍କିତ ନ୍ୟୁଜ୍।
- କୌଣସି ଜାଗାରେ ଘଟିଥିବା ଏକ ନ୍ୟୁଜ୍କୁ ସରୋଜ ଦେଖିଥିଲା।
- ପୂର୍ବରୁ ଦେଖିଥିବାରୁ ମୋବାଇଲ ଅନ୍ କରୁ କରୁ ପପ୍ଅପ୍ ଆସିଥିଲା।
- ସରୋଜକୁ ନାବାଳିକା କଥା କହୁ କହୁ ସେ ଆମକୁ ପ୍ରମାଣ ମାଗିଥିଲା।
- ଗାଁର ଅଧିକାଂଶ ଲୋକ ପଲିଗ୍ରାଫ୍ ପାଇଁ ରାଜି ହୋଇଥିଲେ। ତେବେ ସରୋଜ ପଲିଗ୍ରାଫ୍ ପାଇଁ ପ୍ରଥମରୁ ରାଜି ହେଉ ନଥିଲା।